ETV Bharat / state

Teacher's Day Special: ପ୍ରିୟ ଇତିହାସ ସାର, ବାହ୍ୟ ନେତ୍ର ନୁହେଁ ଅନ୍ତର୍ଦୃଷ୍ଟିରେ ବାଣ୍ଟନ୍ତି ଜ୍ଞାନ

author img

By ETV Bharat Odisha Team

Published : Sep 5, 2023, 10:07 PM IST

ଦୃଷ୍ଟିବାଧିତ ହେଲେ ମଧ୍ୟ ନିଜ ଅନ୍ତର୍ଦୃଷ୍ଟିରେ ଛାତ୍ରଛାତ୍ରୀଙ୍କୁ ବାଣ୍ଟନ୍ତି ଜ୍ଞାନ । କଲେଜ ପରେ ଅନଲାଇନ ମାଧ୍ୟମରେ ଅପହଞ୍ଚ ଛାତ୍ରଛାତ୍ରୀଙ୍କୁ ଯୋଗାଉଛନ୍ତି ଶିକ୍ଷା । ପବିତ୍ର ଗୁରୁ ଦିବସ ଅବସରରେ କୋରାପୁଟର ଏମିତି ଜଣେ ଆଦର୍ଶ ଶିକ୍ଷକଙ୍କ ସମ୍ପର୍କରେ ଦେଖନ୍ତୁ ଏହି ରିପୋର୍ଟ

Blind Teacher Dr Kamakhi Prasad das
Blind Teacher Dr Kamakhi Prasad das
Teacher's Day Special: ପ୍ରିୟ ଇତିହାସ ସାର, ବାହ୍ୟ ନେତ୍ର ନୁହେଁ ଅନ୍ତର୍ଦୃଷ୍ଟିରେ ବାଣ୍ଟନ୍ତି ଜ୍ଞାନ

କୋରାପୁଟ: ପ୍ରତିଟି ବ୍ୟକ୍ତିର ଜୀବନରେ ଗୁରୁର ଭୂମିକା ଅତୁଳନୀୟ । ଗୁରୁ ହିଁ ଛାତ୍ରଟିକୁ ସଠିକ ମାର୍ଗ ଦେଖାଇଥାଏ । ସବୁ ଦିଗରେ ପାରଙ୍ଗମ କରିଥାଏ । ଏଠି ଆମେ ଯେଉଁ ଗୁରୁଙ୍କ କଥା କହିବାକୁ ଯାଉଛୁ ତାଙ୍କ ଲାଗି ଛାତ୍ରଛାତ୍ରୀ ହିଁ ଆଖି । ପିଲାଟି ବେଳୁ ରୋଗାକ୍ରାନ୍ତ ହୋଇ ଦୃଷ୍ଟିବାଧିତ ହୋଇଥିଲେ ହେଁ ନିଜ ଦୃଢ ସଂକଳ୍ପ ଓ ଅଧ୍ୟବସାୟ ବଳରେ ସେ ହୋଇପାରିଛନ୍ତି ସବୁ ଛାତ୍ରଛାତ୍ରୀଙ୍କ ପ୍ରିୟ ଇତିହାସ ସାର୍‌ । କୋରାପୁଟ ସରକାରୀ ମହାବିଦ୍ୟାଳୟର ଇତିହାସ ବିଭାଗରେ ଅଧ୍ୟାପନା କରୁଥିବା ପ୍ରଫେସର କାମାକ୍ଷୀ ପ୍ରସାଦ ଦାସଙ୍କ ନିରନ୍ତର ସେବା ହିଁ ତାଙ୍କ ଛାତ୍ରବତ୍ସଳତାର ନିଦର୍ଶନ ସାଜିଛି ।

ମହାବିଦ୍ୟାଳୟରେ ବ୍ରେଲ ପୁସ୍ତକକୁ ଆଧାର କରି ପୂର୍ବରୁ ରେକର୍ଡ କରାଯାଇଥିବା ବିଷୟଗତ ଜ୍ଞାନକୁ ପାଥେୟ କରି ପ୍ରଫେସର ଦାସ ଶ୍ରେଣୀଗୃହରେ ସମସ୍ତ ଛାତ୍ରଛାତ୍ରୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି । ଭୌଗୋଳିକ ଦୂରତା ଜନିତ ସମସ୍ୟାକୁ ଆଖି ଆଗରେ ରଖି କୋରାପୁଟ ସହର ବାହାରେ ବାସ କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ମହାବିଦ୍ୟାଳୟକୁ ଆସି ଡ. ଦାସଙ୍କଠାରୁ ପ୍ରତ୍ୟକ୍ଷ ଭାବେ ଶିକ୍ଷା ଗ୍ରହଣ କରିବା ସହଜ ହୁଏ ନାହିଁ । କିନ୍ତୁ ଇତିହାସକୁ ବୁଝିବା ଓ ଜାଣିବା ପାଇଁ ଆଗ୍ରହ ରଖିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ପହଞ୍ଚିବା ପାଇଁ ପ୍ରଫେସର ଦାସ ଆଗେଇ ଆସିଛନ୍ତି ।

ଏହା ବି ପଢନ୍ତୁ- ନେଲ୍ଲୋରର ଆଦର୍ଶ ଶିକ୍ଷକ ସୁବ୍ରମଣ୍ୟମ ସାର, କଷ୍ଟ ପାଠକୁ କରନ୍ତି ସହଜ

ଅନ୍ୟ ଶିକ୍ଷକଙ୍କ ଭଳି ସେ ମଧ୍ୟ ନିଜ ଛାତ୍ରଛାତ୍ରୀ ତଥା ଇତିହାସକୁ ସରସ ସୁନ୍ଦର ଭାବେ ବୁଝିବା ପାଇଁ ଆଗ୍ରହ ପ୍ରଦର୍ଶନ କରୁଥିବା ରାଜ୍ୟର ବିଭିନ୍ନ ଅଞ୍ଚଳର ଛାତ୍ରଛାତ୍ରୀଙ୍କୁ ତଥା ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରତିଦିନ ଅନଲାଇନ କ୍ଳାସ କରୁଥିବା ସେ କହିଛନ୍ତି । ସେ କହିଦେଲେ ଛାତ୍ରଛାତ୍ରୀ ଶୁଣନ୍ତି ଓ ସାଥୀରେ ନିଜ ଧର୍ମପତ୍ନୀଙ୍କୁ ନେଇ ସେ ବାଟ ଏହି ମହତ କାର୍ଯ୍ୟ ଜାରି ରଖିଛନ୍ତି । ପତ୍ନୀଙ୍କ ସହଯୋଗରେ ପୂର୍ବରୁ ପ୍ରସ୍ତୁତ କରିଥିବା ବ୍ୟାଖ୍ୟାକୁ ମଧ୍ୟ ସେମାନଙ୍କ ପାଖକୁ ଅନଲାଇନରେ ପଠାଇ ଦେଉଛନ୍ତି । ପ୍ରଫେସର ଦାସ ବାହ୍ୟ ନେତ୍ରରେ ଦୁନିଆକୁ ଦେଖି ନପାରିଲେ ବି ଅନ୍ତର୍ଦୃଷ୍ଟିରେ ଲାଭ କରିଥିବା ଜ୍ଞାନକୁ ସମସ୍ତଙ୍କ ସହିତ ବାଣ୍ଟିଦେଉଛନ୍ତି ।

ପ୍ରଫେସର ଦାସଙ୍କ ଏହି ଅଭିନବ ଯାତ୍ରାରେ ସାଥିଟିଏ ହୋଇ ନିଜକୁ ଗର୍ବିତ ଅନୁଭବ କରୁଥିବା ପତ୍ନୀ ନିଳିମା ଦାସ କହିଛନ୍ତି । ଏ ନେଇ ପତ୍ନୀ ନିଳିମା କହିଛନ୍ତି, "ମୋ ସ୍ବାମୀ ସର୍ବଦା ପିଲା କେମିତି ପାଠ ପଢିବେ ସେ ନେଇ ଚିନ୍ତିତ ଥାନ୍ତି । ଏଣୁ ତାଙ୍କର ଏହି କାର୍ଯ୍ୟରେ ମୁଁ ସାହାଯ୍ୟ କରେ । ରେକର୍ଡିଂଠାରୁ ଆରମ୍ଭ କରି ଅନଲାଇନରେ ଫଟୋ ଅପଲୋଡ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରେ । ସେ ମୋତେ ଯାହା କୁହନ୍ତି, ମୁଁ ସେୟା କରେ । ସେ ହ୍ବାଟ୍ସଆପ କିମ୍ବା ଅନଲାଇନରେ ଭିଡିଓ ଅପଲୋଡ କରିବା ପରେ ନିଜେ ଫୋନ କରି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଅବଗତ କରନ୍ତି । ତାଙ୍କ ଲାଗି ମୁଁ ଗର୍ବିତ ।"

ବର୍ଷ ବର୍ଷ ଧରି ଚାଲିଥିବା ନିରନ୍ତର ସାଧନା ବଳରେ ଡ. ଦାସ ଓଡ଼ିଶା, ଜାତୀୟ ତଥା ବିଶ୍ବ ଇତିହାସ ସମ୍ପର୍କରେ ଲକ୍ଷାଧିକ ପ୍ରଶ୍ନ ସମ୍ବଳିତ ଏକ ଅମୂଲ୍ୟ ଭଣ୍ଡାର ପ୍ରସ୍ତୁତ କରି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀ ଗୃହରେ ପ୍ରତ୍ୟକ୍ଷ ଭାବେ ଓ ନିଜ ୟୁଟ୍ୟୁବ ଚାନେଲ ମାଧ୍ୟମରେ ପରୋକ୍ଷ ଭାବେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବାଣ୍ଟି ଚାଲିଛନ୍ତି । ଇତିହାସ ସହିତ ସାମାଜିକ ଜ୍ଞାନ ଏବଂ ଆଧ୍ୟାତ୍ମିକ ଜ୍ଞାନକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଃଶୁଳ୍କ ପହଞ୍ଚାଇ ରାଜ୍ୟ ତଥା ଜାତୀୟ ସ୍ତରରେ ଡ. ଦାସ ବିଭିନ୍ନ ସମ୍ମାନ ପାଇଛନ୍ତି । ଦୃଷ୍ଟିବାଧିତ ହୋଇ ମଧ୍ୟ ଅସାଧ୍ୟ ଇଚ୍ଛାଶକ୍ତି ବଳରେ ନିଜକୁ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରାଇ ପାରି ଡ. ଦାସ ସମସ୍ତ ଶିକ୍ଷକଙ୍କ ପାଇଁ ଏକ ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ବୋଲି ମାନାବାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନା ସ୍ବାଇଁ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.