ETV Bharat / state

ଆଇନଜୀବୀଙ୍କୁ କୋଭିଡ଼ ଯୋଦ୍ଧା ମାନ୍ୟତା ଦାବି - ଆଇନଜୀବୀଙ୍କୁ କୋଭିଡ଼ ଯୋଦ୍ଧା ମାନ୍ୟତା ଦାବି

କୋରାପୁଟରେ ଆଇନଜୀବୀଙ୍କୁ କୋଭିଡ଼ ଯୋଦ୍ଧା ମାନ୍ୟତା ଦେବା ପାଇଁ ବାର ଆସୋସିଏସନ ଦାବି କରିଛି । ଅଧିକ ପଢନ୍ତୁ

ଆଇନଜୀବୀଙ୍କୁ କୋଭିଡ଼ ଯୋଦ୍ଧା ମାନ୍ୟତା ଦାବି
ଆଇନଜୀବୀଙ୍କୁ କୋଭିଡ଼ ଯୋଦ୍ଧା ମାନ୍ୟତା ଦାବି
author img

By

Published : Jan 11, 2022, 7:52 PM IST

କୋରାପୁଟ: ଜିଲ୍ଲାରେ ଆଇନଜୀବୀଙ୍କୁ କୋଭିଡ଼ ଯୋଦ୍ଧା ମାନ୍ୟତା ଦେବା ପାଇଁ ଦାବି ହୋଇଛି । ଆଇନଜୀବୀମାନେ ପ୍ରତିଦିନ କୋର୍ଟକୁ ଆସି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସୁଥିବା ଜଣା ଅଜଣା ବ୍ୟକ୍ତିଙ୍କ ସହ ମିଶୁଛନ୍ତି । ଏଥିଯୋଗୁଁ କିଛି ଆଇନଜୀବୀ କୋଭିଡ଼ରେ ଆକ୍ରାନ୍ତ ହୋଇଛନ୍ତି । ଏଣୁ ଆଇନଜୀବୀଙ୍କୁ ଏହି ମାନ୍ୟତା ଦେବା ପାଇଁ କୋରାପୁଟ ବାର ଆସୋସିଏସନ ଦାବି କରିଛି ।

ଆଇନଜୀବୀଙ୍କୁ କୋଭିଡ଼ ଯୋଦ୍ଧା ମାନ୍ୟତା ଦାବି

କୋରୋନା କାଳରେ ଆଇନଜୀବୀମାନେ ଲୋକମାନଙ୍କ ସେବା କାର୍ଯ୍ୟରେ ଲାଗିଛନ୍ତି । ଏମାନେ ପ୍ରତିଦିନ କୋର୍ଟକୁ ଆସି ଲୋକଙ୍କୁ ଆଇନଗତ ସହାୟତା ପ୍ରଦାନ କରୁଛନ୍ତି । ଏଥିଲାଗି କିଛି ଆଇନଜୀବୀ କୋଭିଡ଼ରେ ଆକ୍ରାନ୍ତ ହୋଇଥିବା ବେଳେ କୋଭିଡ ସହ ଯୁଦ୍ଧ କରି କୋରାପୁଟର ତିନିଜଣ ଆଇନଜୀବୀ ମୃତ୍ୟୁବରଣ ମଧ୍ୟ କରିଛନ୍ତି ବୋଲି କୋରାପୁଟ ବାର ଆସୋସିଏସନର ସଭାପତି ଅଜିତ ପାତ୍ର କହିଛନ୍ତି ।

ଜଣା ଅଜଣା ଲୋକଙ୍କ ସହ ନିତିଦିନ ମିଶୁଥିବା ଯୋଗୁଁ ଆଇନଜୀବୀଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦିଆଯାଉ । ଏହାସହିତ କୋଭିଡ଼ରେ ମୃତ୍ୟୁବରଣ କରୁଥିବା ଆଇନଜୀବୀଙ୍କ ପରିବାରକୁ 25 ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ପାଇଁ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.