ETV Bharat / state

ଆଦିବାସୀଙ୍କ ଦେଶୀ ନାଟ, କୋରୋନାକୁ ଦେଖାଉଛି ବାହାର ବାଟ - କୋଭି଼ଡ 19

ନାଟକରେ ଅଭିନେତା ପରିଧାନ କରିଥିବା ପାରମ୍ପରିକ ବସ୍ତ୍ର ଆକର୍ଷଣ ପାଲଟିଛି । ଏହାସହ ସହଜରେ ବୁଝି ହେଉଥିବା ତଥ୍ୟ ଲୋକଙ୍କୁ ସଚେତନ କରିବାରେ ସହାୟକ ହୋଇଛି । ଅଧିକ ପଢନ୍ତୁ...

ଆଦିବାସୀଙ୍କ ଦେଶୀ ନାଟ, କୋରୋନାକୁ ଦେଖାଉଛି ବାହାର ବାଟ

author img

By

Published : Apr 16, 2020, 4:56 PM IST

କୋରାପୁଟ: ‘ରେ, ରେ, କୋରୋନା । ଆମର ଗାଁ କେ ଆସା ନାଇଁ । ତକେ ଆମେ ଜଗଲୁ ଆଚୁ। ତୁଈ ତୋର ବାଟେ ଯା । ତୁଈ ତୋର ବାଟେ ଯା ।’

ଆଦିବାସୀଙ୍କ ଦେଶୀ ନାଟ, କୋରୋନାକୁ ଦେଖାଉଛି ବାହାର ବାଟ

ଏହା ହେଉଛି ବର୍ତ୍ତମାନ କୋରାପୁଟ ଜିଲ୍ଲାର ଅନେକ ଗାଁରେ ପ୍ରଦର୍ଶିତ ହେଉଥିବା କୋରାପୁଟିଆ ଦେଶୀ ନାଟକ । କୋରୋନା ଭୂତାଣୁ ବିରୋଧରେ ଆଦିବାସୀଙ୍କ ଅତି ପ୍ରିୟ ଦେଶିଆ ନାଟ ଦ୍ବାରା ସଚେତନତା । ଏଥିରେ କୋଭିଡ 19କୁ ଶକ୍ତ ଚେତାବନୀ ଦେଉଛନ୍ତି ନାଟକର ଅଭିନେତା ।

କୋରୋନାକୁ ଗାଁରେ ପଶାଇ ନଦେବାର ସଂକଳ୍ପ ନେଇଛନ୍ତି କୋରାପୁଟ ବ୍ଲକ ଅନ୍ତର୍ଗତ ଲିଟି ମାଳିଗୁଡା ଗ୍ରାମବାସୀ । ହାତକୁ ସାବୁନରେ ଧୋଇବା, ମୁହଁରେ ମାସ୍କ ପିନ୍ଧି କଥାବାର୍ତ୍ତା କରିବା ଓ ପରସ୍ପରଠାରୁ ସାମାଜିକ ଦୂରତାର ବ୍ୟବଧାନକୁ ସମ୍ମାନ ଜଣାଇ ଜୀବନଯାପନ କରିବା ଭଳି ପ୍ରବର୍ତ୍ତିତ ନିୟମକୁ ନିଜେ ପାଳନ କରୁଛନ୍ତି । ଏହାସହ ପାଖଆଖ ଗାଁରେ ସଚେତନତା ସୃଷ୍ଟି କରୁଛନ୍ତି ଏହି ଗାଁର ନାଟଗୁରୁ ହରି ମାଳି ଓ ସାଥି ।

ପାରମ୍ପରିକ ଦେଶିଆ ନାଟ ପ୍ରଦର୍ଶନ ପାଇଁ ଜିଲ୍ଲା ଭିତରେ ଓ ବାହାରେ ଖ୍ୟାତି ଅର୍ଜନ କରିଥିବା ଏହି ଯୁବଗୋଷ୍ଠୀ ବର୍ତ୍ତମାନ ବିଶ୍ବରେ ଚାଲିଥିବା କୋରୋନାର ଆତଙ୍କକୁ ଦୂରେଇବାକୁ ସ୍ବତନ୍ତ୍ର ଭାବେ ଆଦିବାସୀ ଭାଷାରେ ଦେଶିଆ ନାଟ ରଚନା କରିଛନ୍ତି । ଏହାସହ ଦିନ ରାତି ତାର ଅଭିନୟ ଓ ଉପସ୍ଥାପନାକୁ ଅଭ୍ୟାସ କରିଛନ୍ତି । ଯାହାର ଫଳସ୍ବରୂପ ବର୍ତ୍ତମାନ କୋରୋନା ବିରୁଦ୍ଧରେ ସେମାନଙ୍କ ନାଟକୀୟ ସଂଗ୍ରାମ ସହଜରେ ଗ୍ରହଣୀୟ ହୋଇଛି ।

ଏହାସହ ଗାଁ ଗାଁରେ ଲୋକଙ୍କୁ ଏହି ସଚେତନ ବାର୍ତ୍ତା ଦେଉଛନ୍ତି । ଲୋକେ ମଧ୍ୟ ଏହାର ପ୍ରଶଂସା କରୁଛନ୍ତି । ରାସ୍ତା କଡରେ ଓ ଗାଁ ଦାଣ୍ଡରେ ପ୍ରଦର୍ଶିତ ହେଉଥିବା ଏହି ନାଟକରେ ଅଭିନେତା ପରିଧାନ କରିଥିବା ପାରମ୍ପରିକ ବସ୍ତ୍ର ଆକର୍ଷଣ ପାଲଟିଛି । ଏହାସହ ସହଜରେ ବୁଝି ହେଉଥିବା ତଥ୍ୟ ଲୋକଙ୍କୁ ସଚେତନ କରିବାରେ ସହାୟକ ହୋଇଥିବା ଗ୍ରାମବାସୀ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.