ETV Bharat / state

କୋଡିଙ୍ଗମାଳି ଖଣି ଖନନ: ପାଲଟିଛି ସମସ୍ୟା, ମିଳୁନି ଜୀବିକା - କୋରାପୁଟ

ନାଲି ମାଟି ଦିନରାତି ଘରେ ଜମୁଛି । ରାସ୍ତାର ମଧ୍ୟ ସମାନ ଅବସ୍ଥା । ଅନ୍ୟପଟେ ସ୍ଥାନୀୟ ଯୁବକଯୁବତୀଙ୍କୁ ମିଳୁନି କର୍ମ ନିଯୁକ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Feb 4, 2019, 11:51 PM IST

କୋରାପୁଟ: କୋଡ଼ିଙ୍ଗମାଳି ବକ୍ସାଇଟ ଖଣି ଖନନ କାର୍ଯ୍ୟ ସ୍ଥାନୀୟ ଲକ୍ଷ୍ମୀପୁର ବାସିନ୍ଦାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ନାଲି ମାଟି ଦିନରାତି ଘରେ ଜମୁଛି । ରାସ୍ତାର ମଧ୍ୟ ସମାନ ଅବସ୍ଥା । ଅନ୍ୟପଟେ ସ୍ଥାନୀୟ ଯୁବକଯୁବତୀଙ୍କୁ ମିଳୁନି କର୍ମ ନିଯୁକ୍ତି । ଏଭଳି ଅଭିଯୋଗ ନେଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଦଶମନ୍ତପୁର ବ୍ଲକ କୁନ୍ତେଶ ପଞ୍ଚାୟତର ଗ୍ରାମବାସୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
undefined

ଖଣି ଖନନ ଦ୍ୱାରା ସାଧାରଣ ଜାବନଯାତ୍ରା ବ୍ୟତିବ୍ୟସ୍ତ ହୋଇ ପଡିଥିବା ବେଳେ ଅନ୍ୟପଟେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ଦେଖାଦେଇଛି ଚାକିରିର ଅଭାବ । ଏଥିସହ ସ୍ଥାନୀୟ କମ୍ପାନୀ ଦ୍ୱାରା ସର୍ବନିମ୍ନ ସୁବିଧା ଯୋଗାଇବାର ଦାବି ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କ ଜୟପୁର ଗସ୍ତ ଯୋଗୁଁ ନିଜ କାର୍ଯ୍ୟାଳୟରୁ ବାହାରି ଯାଇଥିଲେ ଜିଲ୍ଲାପାଳ ।

ଫଳରେ ନିରୂପାୟ ହୋଇ କୋରାପୁଟ ସାଂସଦ ଝିନ ହିକ୍‌କାଙ୍କ ଗାଡିକୁ ଘେରିଥିଲେ ଗ୍ରାମବାସୀ । ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କ ସମସ୍ତ ଅଭିଯୋଗକୁ ଶୁଣି ବିଚାର ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇ ଚାଲି ଯାଇଥିଲେ ସାଂସଦ । ଗ୍ରାମବାସୀଙ୍କ ଏଭଳି ଅଭିଯୋଗ ପରେ ଯଦି ପ୍ରଶାସନ ସେମାନଙ୍କ ଦାବି ପ୍ରତି କୌଣସି ଦୃଷ୍ଟି ନ ଦିଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବାର ଧମକ ଦେଇଛନ୍ତି ଗ୍ରାମବାସୀ ।

କୋରପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

Intro:Body:

କୋଡିଙ୍ଗମାଳି ଖଣି ଖନନ: ପାଲଟିଛି ସମସ୍ୟା, ମିଳୁନି ଜୀବିକା

କୋରାପୁଟ: କୋଡ଼ିଙ୍ଗମାଳି ବକ୍ସାଇଟ ଖଣି ଖନନ କାର୍ଯ୍ୟ ସ୍ଥାନୀୟ ଲକ୍ଷ୍ମୀପୁର ବାସିନ୍ଦାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି । ନାଲି ମାଟି ଦିନରାତି ଘରେ ଜମୁଛି । ରାସ୍ତାର ମଧ୍ୟ ସମାନ ଅବସ୍ଥା । ଅନ୍ୟପଟେ ସ୍ଥାନୀୟ ଯୁବକଯୁବତୀଙ୍କୁ ମିଳୁନି କର୍ମ ନିଯୁକ୍ତି । ଏଭଳି ଅଭିଯୋଗ ନେଇ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ ଦଶମନ୍ତପୁର ବ୍ଲକ କୁନ୍ତେଶ ପଞ୍ଚାୟତର ଗ୍ରାମବାସୀ । 

ଖଣି ଖନନ ଦ୍ୱାରା ସାଧାରଣ ଜାବନଯାତ୍ରା ବ୍ୟତିବ୍ୟସ୍ତ ହୋଇ ପଡିଥିବା ବେଳେ ଅନ୍ୟପଟେ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ଦେଖାଦେଇଛି ଚାକିରିର ଅଭାବ । ଏଥିସହ ସ୍ଥାନୀୟ କମ୍ପାନୀ ଦ୍ୱାରା ସର୍ବନିମ୍ନ ସୁବିଧା ଯୋଗାଇବାର ଦାବି ନେଇ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ହେଲେ ମଙ୍ଗଳବାର ପ୍ରଧାନମନ୍ତ୍ରୀଙ୍କ ଜୟପୁର ଗସ୍ତ ଯୋଗୁଁ ନିଜ କାର୍ଯ୍ୟାଳୟରୁ ବାହାରି ଯାଇଥିଲେ ଜିଲ୍ଲାପାଳ । 

ଫଳରେ ନିରୂପାୟ ହୋଇ କୋରାପୁଟ ସାଂସଦ ଝିନ ହିକ୍‌କାଙ୍କ ଗାଡିକୁ ଘେରିଥିଲେ ଗ୍ରାମବାସୀ । ହେଲେ ପରବର୍ତ୍ତୀ ସମୟରେ ସେମାନଙ୍କ ସମସ୍ତ ଅଭିଯୋଗକୁ ଶୁଣି ବିଚାର ପରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇ ଚାଲି ଯାଇଥିଲେ ସାଂସଦ । ଗ୍ରାମବାସୀଙ୍କ ଏଭଳି ଅଭିଯୋଗ ପରେ ଯଦି ପ୍ରଶାସନ ସେମାନଙ୍କ ଦାବି ପ୍ରତି କୌଣସି ଦୃଷ୍ଟି ନ ଦିଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରିବାର ଧମକ ଦେଇଛନ୍ତି ଗ୍ରାମବାସୀ ।

କୋରପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ନ୍ୟୁଜ୍‌

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.