ETV Bharat / state

ମହାଶିବରାତ୍ରି: ଆଦିବାସୀ ବାଜା ସହ କୀର୍ତ୍ତନ ମଣ୍ଡଳୀ, ସର୍ବେଶ୍ବର ମନ୍ଦିରରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ

author img

By

Published : Feb 18, 2023, 6:06 PM IST

Updated : Feb 18, 2023, 7:45 PM IST

ମହାଶିବରାତ୍ରି ଅବସରରେ କୋରାପୁଟ ନନ୍ଦପୁର ସର୍ବେଶ୍ବର ମନ୍ଦିରରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ । ଆଦିବାସୀ ବାଜା ସହିତ କୀର୍ତ୍ତନ ହେଉଥିବା ବେଳେ ଏହି ଅବସରରେ ମନ୍ଦିରର ଇତିହାସକୁ ମନେ ପକାଇଛନ୍ତି ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ

Sarbeshwara temple of Nandapur Koraput
Sarbeshwara temple of Nandapur Koraput
ମହାଶିବରାତ୍ରି: ଆଦିବାସୀ ବାଜା ସହ କୀର୍ତ୍ତନ ମଣ୍ଡଳୀ, ସର୍ବେଶ୍ବର ମନ୍ଦିରରେ ସୃଷ୍ଟି ହେଲା ଭକ୍ତିମୟ ପରିବେଶ

କୋରାପୁଟ: ପବିତ୍ର ଶିବରାତ୍ରି ଅବସରରେ ଜିଲ୍ଲାର ମନ୍ଦିର ମାଳିନୀ ନଗରୀ ନନ୍ଦପୁରର ସର୍ବେଶ୍ବର ମନ୍ଦିରରେ ବେଶ ଭିଡ଼ ଜମିଛି । ରାଜଧାନୀର ଲିଙ୍ଗରାଜ ମନ୍ଦିର ଆକୃତିରେ ନିର୍ମିତ ଏହି ମନ୍ଦିର ମଧ୍ୟରେ ଅନୁରୂପ ଭାବେ ଉଥିତ ଶିବଲିଙ୍ଗର ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ମନ୍ଦିର ନିକଟରେ ବସବାସ କରୁଥିବା ଆଦିମ ଜନଜାତି ଏଠାରେ ଆସି ମହାଦେବଙ୍କୁ ଆରାଧନା କରିବା ସହିତ ଏହାର ହଜାରେ ବର୍ଷର ଇତିହାସକୁ ମନେ ପକାଇଛନ୍ତି । ଭୋଇ, ଶିଳା ଏବଂ ମତ୍ସବଂଶୀ ରାଜାଙ୍କ ରାଜୁତି ସମୟରୁ ଏହି ମନ୍ଦିରରେ ଲୋକେ ଆରାଧନା କରୁଥିବା ଜଣାପଡ଼ିଛି ।

ଏହି ମନ୍ଦିରକୁ କିଏ ନିର୍ମାଣ କରିଥିଲେ ତାର ସଠିକ ଲିଖିତ ତଥ୍ୟ ଉପଲବ୍ଧ ନଥିଲେ ବି କିମ୍ବଦନ୍ତୀ ଅନୁଯାୟୀ ଏହା କାଶ୍ମୀର ଓ ନାଗପୁର ଅଞ୍ଚଳରୁ ଏହି ଅଞ୍ଚଳରେ ବ୍ୟବସାୟ କରିବା ପାଇଁ ସେ କାଳରେ ଆସିଥିବା କିଛି ବଣିକଙ୍କ ଦ୍ବାରା ନିର୍ମିତ ହୋଇଥିଲା । ଗବେଷକଙ୍କ କହିବା ଅନୁଯାୟୀ ବହୁ ପୁରା କାଳରୁ ମୁନିଋଷିମାନେ ଏହି ଉତ୍ଥିତ ଶିବଲିଙ୍ଗକୁ ପୂଜା କରି ଆସୁଥିବା ବେଳେ ତାଙ୍କ ପରବର୍ତ୍ତୀ ପର୍ଯ୍ୟାୟରେ ଗଉଡ ସମ୍ପ୍ରଦାୟର ଲୋକେ ପୂଜାର୍ଚ୍ଚନା କରି ଆସୁଛନ୍ତି । ତେବେ ଏହି ଅଞ୍ଚଳରେ ବ୍ୟବସାୟ କରି ସେହି ବଣିକମାନେ ନିଜ ଗୃହକୁ ଫେରି ଯାଉଥିଲେ ।

ଦିନେ ରାତ୍ରି ଯାପନ କାଳରେ ଖାଦ୍ୟ ରାନ୍ଧିବା ପାଇଁ ଜାଳ ପ୍ରସ୍ତୁତ କରୁଥିବା ସମୟରେ ଶିବ ଲିଙ୍ଗ ସହିତ ଆଉ ଦୁଇଟି ପଥରକୁ ଚୁଲି ଭାବରେ ବ୍ୟବହାର କରି ଅଗ୍ନି ସଂଯୋଗ କରିବା ମାତ୍ରକେ ଏକ ବିସ୍ଫୋରଣ ହୋଇଥିଲା ବୋଲି କିମ୍ବଦନ୍ତୀରେ ବର୍ଣ୍ଣନା ହୋଇଛି । ବଣିକମାନେ ସମ୍ଭାବ୍ୟ ଦିବ୍ୟ ଶକ୍ତିର ଉପସ୍ଥିତିକୁ ଅନୁଭବ କରି ଶରଣାପନ୍ନ ହୋଇଥିଲେ । କୁହାଯାଏ ସେହି ସମୟରେ ସେମାନଙ୍କୁ ଶିବଲିଙ୍ଗକୁ ପୁନଃ ସ୍ଥାପନ କରି ସେହି ସ୍ଥାନରେ ଏକ ମନ୍ଦିର ନିର୍ମାଣ କରିବା ପାଇଁ ଶୂନ୍ୟବାଣୀ ହୋଇଥିଲା । ଏହି ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରି ସେହି ବଣିକମାନେ ନିଜର ସମସ୍ତ ଆୟକୁ ବିନିଯୋଗ କରି ଏଠାରେ ମନ୍ଦିର ନିର୍ମାଣ କରିଥିଲେ ।

ଏହା ବି ପଢନ୍ତୁ- ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଟ୍ରାକରୁ ଖସିଲା 8 ବଗି, 2ଟି ଟ୍ରେନ୍ ବାତିଲ

ବଣିକମାନେ ନିଜର ସର୍ବସ୍ବ ଦାନ କରିଥିବା ଯୋଗୁଁ ଏହି ମନ୍ଦିରକୁ ସର୍ବେଶ୍ବର ଭାବେ ନାମିତ କରାଯାଇଥିଲା । ତେବେ ୧୪୪୩ ମସିହାରେ ସୂର୍ଯ୍ୟବଂଶୀ ରାଜାଙ୍କର ରାଜୁତି ଆରମ୍ଭ ହେବା ପରେ ଏହି ମନ୍ଦିରର କ୍ଷାତି ସର୍ବତ୍ର ପ୍ରସାରିତ ହୋଇଥିଲା । ନନ୍ଦପୁରରେ ସୂର୍ଯ୍ୟବଂଶର ପ୍ରତିଷ୍ଠାତା ବିନାୟକ ଦେବ କାଶ୍ମୀର ରାଜାଙ୍କ ମଝିଆ ପୁଅ ଥିଲେ । ନିଜର ଭବିଷ୍ୟତକୁ ଜାଣିବା ପାଇଁ ସେ ଯେତେବେଳେ କାଶି ବିଶ୍ବନାଥଙ୍କ ପାଖରେ ଶରଣାପନ୍ନ ହେଲେ ତାଙ୍କୁ ଦକ୍ଷିଣ ଭାରତର ସମୃଦ୍ଧ ରାଜ୍ୟ ନନ୍ଦପୁରକୁ ଯିବା ପାଇଁ ସ୍ବପ୍ନାଦେଶ ହୋଇଥିଲା । ସେହି ଆଦେଶକୁ ମାନି ବିନାୟକ ଦେବ ନନ୍ଦପୁର ଆସି ସର୍ବେଶ୍ବରଙ୍କ ମନ୍ଦିରରେ ଆଶ୍ରୟ ନେବା ସହ ଅଧିଆ ପଡିଥିଲେ ।

ସେହି ସମୟରେ ନନ୍ଦପୁର ରାଜ୍ୟରେ ଶାସନ କରୁଥିବା ଶେଷ ଚନ୍ଦ୍ରବଂଶ ରାଜାଙ୍କ ଏକ ମାତ୍ର ଝିଅ ଲୀଳାବତି ସବୁଦିନ ସର୍ବେଶ୍ବର ମନ୍ଦିରକୁ ଆସି ପୂଜାର୍ଚ୍ଚନା କରୁଥିଲେ । ସେହି ସମୟରେ ଲୀଳାବତି ଓ ବିନାୟକ ଦେବଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ ହୋଇଥିଲା । ଦୁହିଁଙ୍କୁ ବିବାହ କରାଇ ଶାସନ ଭାର ବିନାୟକ ଦେବଙ୍କୁ ହସ୍ତାନ୍ତର କରିବା ପାଇଁ ଚନ୍ଦ୍ରବଂଶ ରାଜାଙ୍କୁ ସ୍ବପ୍ନାଦେଶ ହେଲା । ସେହି ଦିନଠାରୁ ନନ୍ଦପୁରରେ ସୂର୍ଯ୍ୟବଂଶ ପ୍ରତିଷ୍ଠା ହେବା ସହ ସର୍ବେଶ୍ବର ମନ୍ଦିରର କ୍ଷାତି ସର୍ବତ୍ର ପ୍ରସାରିତ ହୋଇଥିଲା । ମନସ୍କାମନା ପୂରଣ ହେବା ପାଇଁ ସର୍ବେଶ୍ବର ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟୁଥିବା ବେଳେ ଆଜି ଶିବରାତ୍ରି ଅବସରରେ ମନ୍ଦିର ପରିସର ମଧ୍ୟରେ ଆଦିବାସୀ ବାଜା ବାଜେଣି ସହିତ କୀର୍ତ୍ତନ ମଣ୍ଡଳୀ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି ।

ଇଟିଭି ଭାରତ, କୋରାପୁଟ

Last Updated : Feb 18, 2023, 7:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.