ETV Bharat / state

ଚାଷୀଙ୍କୁ ନିଅଣ୍ଟ କାଳିଆ ଟଙ୍କା

ଜୀବନ ଆଉ ଜୀବିକା ସବୁ କିଛି ନିର୍ଭର କରେ ଚାଷ କାର୍ଯ୍ୟ ଉପରେ । କିନ୍ତୁ ଚାଷରୁ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ମିଳୁନଥିବା ବେଳେ ସରକାରଙ୍କ କାଳିଆ ଟଙ୍କା କ୍ଷେତକୁ ନିଅଣ୍ଟ ।

author img

By

Published : Jun 18, 2019, 8:50 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ନନ୍ଦପୁର ବ୍ଲକର କୁର୍ମାପୁଟରେ ବାସ କରନ୍ତି ପ୍ରାୟ 80ଟି ଚାଷୀ ପରିବାର । ବାପ-ଅଜା ଅର୍ଜିତ ସ୍ବଳ୍ପ ଅର୍ଥକୁ ଆଧାର କରି କରି ଚାଲିଛନ୍ତି ଚାଷକାର୍ଯ୍ୟ । ସରକାର ଚାଷୀମାନଙ୍କୁ କାଳିଆ ଯୋଜନାରେ ପାଞ୍ଚ ହଜାର ଲେଖାଏଁ ଟଙ୍କା ଯୋଗାଇ ଦେଉଛନ୍ତି କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳି । ଘର ଖର୍ଚ୍ଚରେ ସମସ୍ତ ଅର୍ଥ ସରିଯାଉଥିବା ଜଣେ ଚାଷୀ କହିଛନ୍ତି ।

ଭଡ଼ିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ସ୍ଥାନୀୟ ଅଞ୍ଚଳରେ ପରିବା ଗ୍ରାମ ଭାବେ ପରିଚିତ କୁର୍ମାପୁଟ । ଗାଜର, ମୂଳା, କନ୍ଦମୂଳ, ବାଇଗଣ, ବିନସ ଭଳି ଭଳିକି ଭଳି ପରିବା ଚାଷ କରୁଛନ୍ତି ଗ୍ରାମବାସୀ । ଜୀବନ ଓ ଜୀବିକା ଉଭୟ ଚାଷ କାର୍ଯ୍ୟ ଉପରେ ନିର୍ଭର କରୁଥିବା ବେଳେ ଚାଷୀଙ୍କ ରାସ୍ତାରେ ଦାଉ ସାଜିଛି ଜଳ ସମସ୍ୟା । ସମୁଦାୟ ଗ୍ରାମରେ ଦୁଇଟି ନଳକୂପ ରହିଥିବାବେଳେ ତାହା ଘରକରଣା ବ୍ୟବହାରରେ ସରିଯାଉଛି । ଆଖ ପାଖରେ କୌଣସି ମଧ୍ୟ ଜଳସ୍ରୋତ ଟିଏ ନାହିଁ ଫଳରେ ଚାଷ ଜମିଙ୍କୁ ହୋଇପାରୁନାହିଁ ଜଳ ଯୋଗାଣ । ଗ୍ରାମରେ ମାତ୍ରାଧିକ ପରିବା ଉତ୍ପାଦନ ହେଉଛି କିନ୍ତୁ ସ୍ଥାନୀୟ ହାଟ କିମ୍ବା ଆଖପାଖ ଅଞ୍ଚଳରେ ଶୀତଳଭଣ୍ଡାର ଟିଏ ନାହିଁ । ପରିଣାମ ସ୍ବରୂପ ଚୀଷୀ ତାହାର ଉତ୍ପାଦର ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହେଉଥିବା କହିଛନ୍ତି ସରପଞ୍ଚ ଡ଼ମ୍ବରୁଧର ଗଣ୍ଡା ।

ସେହିପରି ଚାଷୀମାନେ କହିଛନ୍ତି ସରକାର ଯଦି ସହଜ କିସ୍ତିରେ ଋଣ ଯୋଗାଇଦେବେ ବାସ୍ତବରେ ଚାଷୀକୂଳ ଉପକୃତ ହୋଇପାରିବ । ଏହାସହିତ ସେହି ଅଞ୍ଚଳରେ ହାଟ, ଶୀତଳଭଣ୍ଡାର ସମେତ ପରିବହନ ପାଇଁ ଗାଡ଼ି ଯୋଗାଇଦେଲେ ଉତ୍ପାଦନ କରୁଥିବା ପରିବାର ଉଚିତ ମୂଲ୍ୟ ପାଇପାରିବେ ବୋଲି ମତବ୍ୟକ୍ତ କରିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ନନ୍ଦପୁର ବ୍ଲକ ର କୁର୍ମାପୁଟ ର ସମସ୍ତ ୮୦ ଟି ପରିବାର ଚାଷବାସ କରି ଚଳନ୍ତି । ପିତୃପୁରୁଷ ଅର୍ଜିତ ସ୍ୱଳ୍ପ ଧନ କୁ ଆଧାର କରି ଚାଷ କାମ କରିଚାଲିଛନ୍ତି । ଏ ଅଂଚଳର ପରିବା ଗ୍ରାମ ଭାବେ ଏହି ଗାଁର ଖ୍ୟାତି ରହିଛି । ଗାଜର , ମୂଳା , କନ୍ଦମୂଳ , ବାଇଗଣ , ବିନିସ ଭଳି ଭଳିକି ଭଳି ପରିବା ଚାଷ କରୁଛନ୍ତି ଗ୍ରାମବାସୀ । କିନ୍ତୁ ଗାଁରେ ଜଳର ଉତ୍କଟ ଅଭାବ ଚାଷ କାର୍ଯ୍ୟକୁ ବାଧା ଉପୁଜାଇଛି । ସରକାରଙ୍କ ସହାୟତାରେ ଦୁଇଟି କୁଅଁ ଖୋଳାଯାଇଛି । ତେବେ ଅଶିଏ ଚାଷୀ ପରିବାରର ଚାଷ କାମ ତଥା ଘରକରଣାର ବ୍ୟବହାର ପାଇଁ ଏହି ଦୁଇଟି କୁଅଁ ର ଜଳ ଅଣ୍ଟୁନାହିଁ ।ପାଖଆଖରେ ଆଉ କୌଣସି ଜଳସ୍ରୋତ ନଥିବା କାରଣରୁ ଗ୍ରାମବାସୀ ଗାଁରେ ଆଉକିଛି କୁଅଁ ଖୋଳିବା ପାଈଁ ସରକାରଙ୍କୁ ଅନୁରୋଧ କରିଛନ୍ତି ।Body:ଏହି ଗାଁରେ ମାତ୍ରାଧିକ ପରିବା ଉତ୍ପାଦନ ହେଉଥିଲେହେଁ କୁନ୍ଦୁଲି ଓ ଅନ୍ୟାନ୍ୟ ହାଟ ଗୁଡିକରେ ଶିତଳଭଣ୍ଡାର ର ସୁବିଧା ନଥିବା ଯୋଗୁଁ ଚାଷୀ ତାଙ୍କ ଉତ୍ପାଦର ଉଚିତ ମୂଲ୍ୟ ପାଉନଥିବା ସରପଞ୍ଚ ଡମ୍ବରୁଧର ଗଣ୍ଡା ମତବ୍ୟକ୍ତ କରିଛନ୍ତି । Conclusion:ସରକାର ଚାଷୀଙ୍କୁ ସହାୟତା ଆକାରରରେ କାଳିଆ ଯୋଜନାରେ ପାଞ୍ଚ ହଜାର ଟଙ୍କା ଯୋଗାଇଦେଉଥିବା ବେଳେ ସେ ଅର୍ଥ ଚାଷ କାମରେ ଲାଗିବା ଅପେକ୍ଷା ଘରକରଣାର କିଞ୍ଚିତ ଖର୍ଚ ତୁଲାଇବାରେ ଲାଗୁଥିବା ଏହି ଗାଁର ଚାଷୀ ଗୋବିନ୍ଦ ଖିଲ ଜଣାଇଛନ୍ତି । ସରକାର ଚାଷୀଙ୍କୁ ସହଜ କିସ୍ତି ରେ ଋଣ ଯୋଗାଇଦେବାର ବ୍ୟବସ୍ଥା କଲେ ବାସ୍ତବରେ ଚାଷୀ ଉପକୃତ ହୋଇପାରନ୍ତେ ବୋଲି ତାଙ୍କ ମତ । ତତ୍ ସହିତ ତାଙ୍କ ଭଳି ଗାଁଗଣ୍ଡାର ଚାଷୀଙ୍କ ପାଈଁ ସରକାର ହାଟ ବଜାରରେ ଶିତଳଭଣ୍ଡାର ସମେତ ବଜାର ଗାଡି ଯୋଗାଇଦେଲେ ଚାଷୀ ତା ଉତ୍ପାଦର ଉଚିତ ମୂଲ୍ୟ ପାଇବା ପାଈଁ ହାଟ ବଜାର ରେ ଗ୍ରାହକଙ୍କୁ ଅପେକ୍ଷା କରିପାରିବେ ବୋଲି ସେ କହିଛନ୍ତି ।
........
Byte : Gobind Khilo , Farmer
Byte : Dusha Hantal , Farmer
Byte : Dambarudhar Ganda , Sarpanch
P2C : Ch.Santakar
........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.