ETV Bharat / state

ଖୁବଶୀଘ୍ର ଜୟପୁରରୁ ମାଲକାନଗିରି ଓ ନବରଙ୍ଗପୁରକୁ ନିର୍ମାଣ ହେବ ରେଳପଥ

କୋରାପୁଟ ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ବା ଦିଶା ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଅଧିକ ପଢନ୍ତୁ

ଖୁବଶୀଘ୍ର ଜୟପୁରରୁ ମାନକାନଗିରି ଓ ନବରଙ୍ଗପୁରକୁ ନିର୍ମାଣ ହେବ ରେଳପଥ

author img

By

Published : Aug 31, 2022, 12:45 PM IST

କୋରାପୁଟ: ଜୟପୁରଠାରୁ ନବରଙ୍ଗପୁର ଓ ମାଲକାନଗିରିକୁ ଖୁବଶୀଘ୍ର ରେଳପଥ ନିର୍ମାଣ ହେବ । ସବୁ ଗ୍ରାମରେ ଗ୍ରାମସଭା ଶେଷ ହୋଇଛି । ଆଉ କେବଳ ଗୋଟିଏ ଗାଁରେ ଗ୍ରାମସଭା ବାକି ରହିଥିବା ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର । ଜିଲ୍ଲା ଉନ୍ନୟନ ସମନ୍ବୟ ଓ ପର୍ଯ୍ୟବେକ୍ଷଣ କମିଟି ବୈଠକ ବା ଦିଶା ବୈଠକରେ ସମସ୍ତ ପ୍ରସଙ୍ଗରେ ଆଲୋଚନା ହୋଇଥିବା ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ।

ଖୁବଶୀଘ୍ର ଜୟପୁରରୁ ମାନକାନଗିରି ଓ ନବରଙ୍ଗପୁରକୁ ନିର୍ମାଣ ହେବ ରେଳପଥ

କୋରାପୁଟ ଓ ନବରଙ୍ଗପୁର ସାଂସଦ ଏବଂ କୋରାପୁଟ, ପଟ୍ଟାଙ୍ଗି ଓ ଲକ୍ଷ୍ମୀପୁର ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଜାତୀୟ ରାଜପଥ, ଟେଲି ଯୋଗାଯୋଗ, ରେଳବାଇ, ଜୟପୁର ବିମାନବନ୍ଦର, ଏନଆରଇଜିଏ ଓ ଜୟପୁରରେ ପ୍ରସ୍ତାବିତ କେନ୍ଦ୍ରୀୟ ବିଦ୍ୟାଳୟର ଅଗ୍ରଗତି ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା ହୋଇଛି । ଜିଲ୍ଲାରେ ସମସ୍ତ ପ୍ରସ୍ତାବିତ ଜାତୀୟ ରାଜପଥର ବାଇପାସ୍ ରାସ୍ତା ପାଇଁ ଟେଣ୍ଡର ପ୍ରକ୍ରିୟା ସମ୍ପର୍ଣ୍ଣ ହୋଇଛି । ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଆବଶ୍ୟକ ଥିବା ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି ।

କୋରାପୁଟ ଦେଇ ଯିବାକୁ ଥିବା ବାଇପାସ ପାଇଁ ରେଳବାଇ ସହ ରହିଥିବା ଦ୍ଵନ୍ଦ ଦୂର ହୋଇଛି । ନିକଟ ଭବିଷ୍ୟତରେ ଏହି କାର୍ଯ୍ୟ ଆରମ୍ଭ ହେବାର ସମ୍ଭାବନା ଉଜ୍ବଳ ଥିବା ଦିଶା ବୈଠକରେ ସଭାପତିତ୍ବ କରିଥିବା କୋରାପୁଟ ସାଂସଦ ସପ୍ତଗିରି ଉଲାକା ଆଶାବ୍ୟକ୍ତ କରିଛନ୍ତି । ସପ୍ତାହ ମଧ୍ୟରେ ଡିପିଆର ଆସିବ । ମଇ 2024 ସୁଦ୍ଧା ଏ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । କୋରାପୁଟ ରାୟଗଡା ଜିଲ୍ଲାରେ ମୋବାଇଲ ଟାୱାର ସମସ୍ୟା ରହିଛି । ଏ ନିମନ୍ତେ ସଂସଦରେ ବାରମ୍ବାର ଦାବି ହୋଇ ଆସୁଥିଲା । ଏଲଡବଲ୍ୟୁ ଦ୍ବିତୀୟ ପର୍ଯ୍ୟାୟରେ 69ଟି ଟାୱର ପାଇଁ ଅନୁମୋଦନ ହୋଇଥିଲା । ଏହାପରେ ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡରେ 520 ଟି ଗାଁରେ ମୋବାଇଲ ଟାୱାର ପାଇଁ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ । ଏ ନେଇ କାର୍ଯ୍ୟକ୍ରମ ଜାରି ଥିବା ସୂଚନା ଦେଇଛନ୍ତି ସାଂସଦ ସପ୍ତଗିରି ଉଲାକା ।

ଇଟିଭ ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.