ETV Bharat / state

ଜଗନ୍ନାଥ ସାଗର ପୁନରୁଦ୍ଧାର ନେଇ ପ୍ରୟାସ: ଜଳାଶୟରେ ଛଡାଗଲା 4 ରାଜହଂସ - jeypore news

ଜୟପୁରରେ ଥିବା ଐତିହାସିକ ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ଜୟପୁର ସହରର ଏକ ସ୍ବେଚ୍ଛାସେବୀ ସଂଗଠନ 'ରଙ୍ଗମାଟି' ଗ୍ରୁପ ଅଣ୍ଟା ଭିଡିଛି । ଏହି ଗ୍ରୁପ ତରଫରୁ ରବିବାର ଦିନ ଜଗନ୍ନାଥ ସାଗରରେ ଚାରିଟି ରାଜହଂସ ଛଡାଯାଇଛି । ଅଧିକ ପଢନ୍ତୁ...

jeypore-rangamati-group-started-clean-jagannath-sagar programme
ସ୍ବଚ୍ଛ ଜଗନ୍ନାଥ ସାଗର ପାଇଁ ରଙ୍ଗମାଟି ଗ୍ରୁପର ପ୍ରୟାସ
author img

By

Published : Feb 9, 2020, 8:23 PM IST

ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେଥିବା ଐତିହାସିକ ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ଜୟପୁର ସହରର ଏକ ସ୍ବେଚ୍ଛାସେବୀ ସଂଗଠନ 'ରଙ୍ଗମାଟି' ଗ୍ରୁପ ଅଣ୍ଟା ଭିଡିଛି । ଏହି ଗ୍ରୁପ ତରଫରୁ ରବିବାର ଦିନ ଜଗନ୍ନାଥ ସାଗରରେ ଚାରିଟି ରାଜହଂସ ଛଡାଯାଇଛି ।

'ରଙ୍ଗମାଟି ଗ୍ରୁପର ଏହି ପ୍ରୟାସ ଜଗନ୍ନାଥ ସାଗରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ' ବୋଲି ରଙ୍ଗମାଟି ଗ୍ରୁପର ସଦସ୍ୟ ତୁଳସୀ ବେହେରା କହିଛନ୍ତି । ଏହି ଜଳାଶୟରେ ବର୍ତ୍ତମାନ 4ଟି ରାଜହଂସ ଛଡାଯାଇଥିବାବେଳେ ଆଗାମୀ ଛଅମାସ ମଧ୍ୟରେ 30 ରୁ 40ଟି ରାଜହଂସ ରଙ୍ଗମାଟି ଗ୍ରୁପ ଦ୍ବାରା ଛଡାଯିବ ବୋଲି ଏହାର ସଦସ୍ୟ କହିଛନ୍ତି । ଏହି ସଂଗଠନର ପ୍ରାୟ 40 ରୁ 50 ଜଣ ସଦସ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।

ସ୍ବଚ୍ଛ ଜଗନ୍ନାଥ ସାଗର ପାଇଁ ରଙ୍ଗମାଟି ଗ୍ରୁପର ପ୍ରୟାସ

ଜୟପୁରରେ ଥିବା ୨୦୦ ବର୍ଷ ପୁରାତନ ଜଗନ୍ନାଥ ସାଗରକୁ ପର୍ଯ୍ୟଟନସ୍ଥଳୀଭାବେ ପୁନରୁଦ୍ଧାର କରାଯିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି କରାଯାଉଛି । ଉଲ୍ଲେଖଯୋଗ୍ୟ, ୧୭୮୧ରେ ମହାରାଜା ବିକ୍ରମଦେବ ସ୍ଥାନୀୟ ଅଞ୍ଚଳରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ଏହି ପୁଷ୍କରିଣୀ ନିର୍ମାଣ କରାଇଥିଲେ। ଏହି ଜଗନ୍ନାଥ ସାଗର ପରିସର ୧୧୫ ହେକ୍ଟର ଅଞ୍ଚଳ ହୋଇଥିବାବେଳେ ଜବରଦଖଲ ଦ୍ଵାରା ଏହାର ପରିଧି ହ୍ରାସପାଇ ୬୭.୪୦ ହେକ୍ଟରରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

zdgh

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.