ETV Bharat / state

ଜୟପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ, ଦେଶୀ ବନ୍ଧୁକ ଜବତ - ଜୟପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଜୟପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ହେଲା ଫେରାର ଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

ଜୟପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

author img

By

Published : Jan 17, 2022, 6:40 PM IST

କୋରାପୁଟ: ଜୟପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ଲାଲ ବାହାଦୂର ଦର୍ଜିକୁ ଗିରଫ କଲା ଜୟପୁର ମହିଳା ଥାନା ପୋଲିସ । ଅଭିଯୁକ୍ତକୁ ଲମତାପୁଟ ବ୍ଲକର ଅନକାଡେଲିରୁ ଗିରଫ କରିଛି ପୋଲିସ । ଏହା ସହ ଅଭିଯୁକ୍ତ ନିକଟରୁ ଦେଶୀ ବନ୍ଧୁକ ଜବତ କରାଯାଇଛି । ଅଭିଯୁକ୍ତ ଲାଲ ବାହାଦୂର ନାଁରେ 18ଟି ମାମଲା ରହିଥିବାବେଳେ ପୂର୍ବରୁ ଜଣେ ଅଭିଯୁକ୍ତ ମିନ ବାରିକକୁ ଗିରଫ କରିଥିଲା ପୋଲିସ ।

ଜୟପୁର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ

ଏହା ମଧ୍ୟ ପଢନ୍ତୁ: COVID SPIKE : 25 ଯାଏଁ OHRC କାର୍ଯ୍ୟାଳୟ ବନ୍ଦ, ଜରୁରୀ ବିଷୟ ହେଲେ ଭର୍ଚୁଆଲ୍‌ରେ ଶୁଣାଣି

ଗତ ଡିସେମ୍ବର 24ରେ ସ୍ୱାମୀକୁ ବନ୍ଧୁକ ଦେଖାଇ ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ ନେଇ ଜୟପୁର ମହିଳା ଥାନାରେ ଗତ 25 ତାରିଖରେ ମାମଲା ରୁଜୁ ହୋଇଥିଲା । ମାମଲାର ସମସ୍ତ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଖୁବ ଶୀଘ୍ର ଚାର୍ଜସିଟ ଦାଖଲ କରାଯିବ ବୋଲି ଜୟପୁର ଏସଡିପିଓ କହିଛନ୍ତି । ସୂଚନାଥାଉକି ଏହାକୁ ନେଇ ଜୟପୁରରେ ଉଭୟ କଂଗ୍ରେସ ଓ ବିଜେପି ରାସ୍ତାରୋକ କରିବା ସହ ବନ୍ଦ ଡାକରା ଦେଇଥିଲା ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.