ETV Bharat / state

ସେବା ପାଇଁ ଜେଲରଙ୍କୁ ସାବାସୀ, ପାଇବେ ରାଷ୍ଟ୍ରପତି ସମ୍ମାନ - କୋରାପୁଟ

ଲଲାଟେନ୍ଦୁ ଭୂଷଣ ଦାସ ଉନ୍ନତ ସେବା ପାଇଁ ରାଷ୍ଟ୍ରପତି ସମ୍ମାନ ପାଇବା ପାଇଁ ବିବେଚିତ ହୋଇଛନ୍ତି। କାରାଗାରରେ କଏଦୀଙ୍କୁ ସୁଧାରିବା ସହ ସରଳ ବ୍ୟବହାର ପାଇଁ ପରିଚିତ । ଆଗକୁ ପଢନ୍ତୁ....

lalatendu das
lalatendu das
author img

By

Published : Jan 27, 2020, 10:57 PM IST

କୋରାପୁଟ: ଜୟପୁର ଉପକାରାଗାରର ଜେଲର ଲଲାଟେନ୍ଦୁ ଭୂଷଣ ଦାସ ଉନ୍ନତ ସେବା ପାଇଁ ରାଷ୍ଟ୍ରପତି ସମ୍ମାନ ପାଇବା ପାଇଁ ବିବେଚିତ ହୋଇଛନ୍ତି। ତାଙ୍କ ଚାକିରୀ ଜୀବନ କାଳରେ ଏହି ପୁରଷ୍କାର ଦ୍ଵିତୀୟ ଥର ମିଳୁଥିବା ବେଳେ ସେ କୋରାପୁଟ ମଣ୍ଡଳ କାରାଗାରରେ ପାଞ୍ଚ ବର୍ଷ ଓ ଜୟପୁର ଉପକାରାଗାରରେ ଗତ କିଛି ମାସରେ କରିଥିବା କାର୍ଯ୍ୟ ସବୁ ମହଲରେ ପ୍ରଶଂସିତ ହୋଇଛି ।

ସେବା କରି ମନ ଜିଣିଛନ୍ତି ଜେଲର, ପାଇବେ ରାଷ୍ଟ୍ରପତି ସମ୍ମାନ

କୋରାପୁଟ ମଣ୍ଡଳ କାରାଗାରରେ ଜେଲର ଭାବେ କାର୍ଯ୍ୟ କରିବା ସମୟରେ ଜେଲର କଏଦୀଙ୍କ ଦ୍ବାରା ଉତ୍ପାଦିତ ପନିପରିବା ଠାରୁ ଆରମ୍ଭ କରି କାରାଗାରର କର୍ମଶାଳା ତିଆରି ଉନ୍ନତ ମାନର ଦରି ଓ ବସ୍ତ୍ର ସମେତ ଲୁହା ରେ ତିଆରି ବିଭିନ୍ନ ଉପକରଣକୁ ବିକ୍ରି କରି ଜେଲର ଆମଦାନୀ ଅନେକ ଗୁଣରେ ବୃଦ୍ଧି କରିପାରିଥିଲେ । କଏଦୀଙ୍କ ମନରେ ସୁଧାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇ ମଧ୍ୟ ଦାସ ଅନେକ ବାର ଚର୍ଚ୍ଚାରେ ରହି ଆସିଛନ୍ତି ।

କାରାଗାରରେ କଏଦୀଙ୍କୁ ମିଶିବା ପାଇଁ ଆସୁଥିବା ଅନେକ ଗରିବ ପରିବାରଙ୍କ ଦୁଃସ୍ଥିତିକୁ ଲକ୍ଷ୍ୟ କରି ସେମାନଙ୍କୁ ବସ୍ତ୍ର ପ୍ରଦାନ କରିବା ପାଇଁ ତାଙ୍କ ଦ୍ବାରା ଆରମ୍ଭ କରାଯାଇଥିବା 'ଥିଲେ ଦିଅ ନଥିଲେ ନିଅ' ଯୋଜନା କୋରାପୁଟ ଓ ପରବର୍ତୀ ପର୍ଯ୍ୟାୟରେ ଜୟପୁର ଉପକାରାଗାରରେ ବେଶ ଆଦୃତ ହୋଇପାରିଛି । ରାଷ୍ଟ୍ରପତିଙ୍କ ଠାରୁ ଆସନ୍ତା ସ୍ବାଧୀନତା ଦିବସରେ ପାଇବାକୁ ଥିବା ଏହି ସମ୍ମାନ ତାଙ୍କୁ ଆହୁରି ଅଧିକ କାର୍ଯ୍ୟ କରିବାରେ ସହଯୋଗ କରିବ ବୋଲି ଲଲାଟେନ୍ଦୁ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାରା, ଇଟିଭି ଭାରତ

Intro:ଜଗତସିଂହପୁର ପାରାଦୀପ ଠାରେ ଭାରତୀୟ ରିଜର୍ଭବ୍ୟାଙ୍କ ତରଫରୁ ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ସମ୍ପର୍କିତ କର୍ମସାଳା ଆଜି ଅନୁଷ୍ଟିତ ହୋଇଛି।
Crypt send by mojo Body:Paradee
Formant AVO Conclusion:Paradee
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.