ETV Bharat / state

ହିତାଧିକାରୀଙ୍କ ପଟ୍ଟା ନେଇଗଲେ ! ପୌର କାର୍ଯ୍ୟାଳୟ ଭାଙ୍ଗିବେ କହିଲେ ତାରା - ହିତାଧିକାରୀଙ୍କଠୁ ପଟ୍ଟା ଫେରାଇ ନେଲା କୋରାପୁଟ ପୌରପାଳିକା

କୋରାପୁଟ ପୌର ଅଞ୍ଚଳରେ ଲୋକଙ୍କୁ ଦିଆଯାଇଥିବା ପଟ୍ଟା ପୁନଃ ଫେରାଇ ନିଆଯାଇଥିବା ଅଭିଯୋଗ । ପୌର କାର୍ଯ୍ୟାଳୟରେ ତାତିଲେ ଜୟପୁର ବିଧାୟକ । ଅଧିକ ପଢ଼ନ୍ତୁ

ହିତାଧିକାରୀଙ୍କଠୁ ପଟ୍ଟା ଫେରାଇ ନେଇଛି ପୌରପାଳିକା, କାର୍ଯ୍ୟାଳୟ ଭାଙ୍ଗିବେ କହିଲେ ତାରା

author img

By

Published : Mar 16, 2022, 9:27 PM IST

କୋରାପୁଟ: ରାଜ୍ୟ ସରକାରଙ୍କ ଜାଗା ମିଶନରେ କୋରାପୁଟ ପୌରପାଳିକା ପକ୍ଷରୁ ବାସହୀନଙ୍କୁ ଜମିପଟ୍ଟା ଯୋଗାଇ ଦିଆଯାଇଥିଲା । ତେବେ ପୁନଃ ଏହି ପଟ୍ଟାକୁ ଲୋକଙ୍କଠାରୁ ଫେରାଇ ନିଆଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଆଜି(ବୁଧବାର) ପୌର କାର୍ଯ୍ୟାଳୟରେ ଅଧିକାରୀଙ୍କୁ କଟୁବାଣୀ ଶୁଣାଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ।

ହିତାଧିକାରୀଙ୍କଠୁ ପଟ୍ଟା ଫେରାଇ ନେଇଛି ପୌରପାଳିକା, କାର୍ଯ୍ୟାଳୟ ଭାଙ୍ଗିବେ କହିଲେ ତାରା

ବର୍ତ୍ତମାନ ପଟ୍ଟା ଫେରି ପାଇବା ପାଇଁ ଲୋକଙ୍କ ଠାରୁ ଅର୍ଥ ଦାବି କରାଯାଉଥିବା ଅଭିଯୋଗ ହୋଇଛି । ଆଜି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି କୋରାପୁଟ ପୌରପାଳିକା କାର୍ଯ୍ୟାଳୟରେ ପହଞ୍ଚି ହିତାଧିକାରୀଙ୍କ ପଟ୍ଟା ଫେରାଇବାକୁ କହିଛନ୍ତି । ରାଜ୍ୟ ସରକାର ଏଭଳି ଯୋଜନାକୁ ନେଇ ବାଃ ବାଃ ନେଉଥିବା ବେଳେ ଏଭଳି ଦୁର୍ନୀତିକୁ ପ୍ରସୟ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।

ତୁରନ୍ତ ଜନସାଧାରଣଙ୍କ ପଟ୍ଟା କାର୍ଯ୍ୟାଳୟ ପକ୍ଷରୁ ସସମ୍ମାନେ ଫେରାଇଦିଆ ନଗଲେ ସମଗ୍ର କାର୍ଯ୍ୟାଳୟକୁ ମାଟିରେ ମିଶାଇ ଦିଆଯିବ ବୋଲି ଜୟପୁର ବିଧାୟକ ଧମକ ଦେବାକୁ ପଛାଇ ନଥିଲେ । ଗତକାଲି(ମଙ୍ଗଳବାର) କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଯାଇଥିଲେ ଜୟପୁର ବିଧାୟକ । ସେହି ସମୟରେ କୋରାପୁଟ ପୌର ପାଳିକା ଅଞ୍ଚଳରେ ଥିବା ରଙ୍ଗବାଲିକୁମ୍ଭା ଓ ଚମ୍ପାଗୁଡ଼ାର ଲୋକେ ସେମାନଙ୍କୁ ଦିଆଯାଇଥିବା ପଟ୍ଟା ଫେରାଇ ନିଆଯାଇଥିବା ଅଭିଯୋଗ କରିଥିଲେ । ଖାଲି ସେତିକି ନୁହେଁ ପଟ୍ଟା ମାଗିଲେ ପୌର କର୍ମଚାରୀ ଅର୍ଥ ମାଗୁଥିବା ଅଭିଯୋଗ କରିଥିଲେ । ଆଜି ସେହି ଗ୍ରାମର ଲୋକଙ୍କୁ ନେଇ ତାରା ବାହିନୀପତି ପୌର କାର୍ଯ୍ୟାଳୟକୁ ଯାଇ ଏଭଳି ଧମକ ଦେଇଥିଲେ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.