ETV Bharat / state

ମଣ୍ଡଳ କାରାଗାରରେ ନନ୍ଦୋତ୍ସବ ପାଳିଲେ ଅନ୍ତେବାସୀ

author img

By ETV Bharat Odisha Team

Published : Sep 6, 2023, 8:46 PM IST

କୋରାପୁଟ ମଣ୍ଡଳ କାରାଗାରରେ ଅନ୍ତେବାସୀଙ୍କ ଦ୍ବାରା ନିଆରା ଢଙ୍ଗରେ ଜନ୍ମାଷ୍ଟମୀ ପାଳିତ ହୋଇଛି । ମହିଳା ଅନ୍ତେବାସୀ ନିଖୁଣ ଅଭିନୟ କରି ଏକ ଏକାଙ୍କିକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

janmashtami celebration in jail
ମଣ୍ଡଳ କାରାଗାରରେ ନନ୍ଦୋତ୍ସବ
ମଣ୍ଡଳ କାରାଗାରରେ ନନ୍ଦୋତ୍ସବ

କୋରାପୁଟ: ଆଜି ପବିତ୍ର ଜନ୍ମାଷ୍ଟମୀ । ଶ୍ରୀକୃଷ୍ଣଙ୍କ ଜନ୍ମଦିନକୁ ସାରା ବିଶ୍ବ ଧୁମଧାମରେ ପାଳନ କରୁଥିବାବେଳେ କୋରାପୁଟ ସ୍ଥିତ ମଣ୍ଡଳ କାରାଗାରରେ ମଧ୍ୟ ଅନ୍ତେବାସୀଙ୍କ ଦ୍ବାରା ନିଆରା ଢଙ୍ଗରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ ହୋଇଛି । କାରାଗାର କକ୍ଷ ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମ ହେବାଠାରୁ ଆରମ୍ଭ କରି ମଥୁରାରେ ନନ୍ଦ ରାଜାଙ୍କ ଘରକୁ ଯିବା ପର୍ଯ୍ୟନ୍ତ ସମଗ୍ର ଘଟଣା କ୍ରମ ଅଭିନୟ ମାଧ୍ୟମରେ ଦର୍ଶା ଯାଇଛି । ତେବେ କାରାଗାରର ମହିଳା ଅନ୍ତେବାସୀ ନିଖୁଣ ଅଭିନୟ କରି ଏକ ଏକାଙ୍କିକା ପ୍ରଦର୍ଶନ ମାଧ୍ୟମରେ ସମସ୍ତ ଅନ୍ତେବାସୀଙ୍କ ମଧ୍ୟରେ କୃଷ୍ଣ ପ୍ରେମ ଭରି ଦେଇଛନ୍ତି ।

ଏହି ଏକାଙ୍କିକାରେ ବସୁଦେବଙ୍କ ଭୂମିକାରେ ଅଭିନୟ କରିଥିଲେ ଜଣେ ଅନ୍ତେବାସିନୀ । କାରାଗାର କକ୍ଷ ମଧ୍ୟରେ ଶ୍ରୀକୃଷ୍ଣ ଜନ୍ମ ହେବା ମାତ୍ରେ ମାମୁ କଂସ ଆସି ହତ୍ୟା କରିବାକୁ ଯୋଜନା କରିଥିଲେ । ହତ୍ୟା ଉଦ୍ୟମ କରିବା ପୂର୍ବରୁ ଏକ ବାଉଁଶ ଟୋକେଇରେ କୁନି ଶ୍ରୀକୃଷ୍ଣଙ୍କୁ ନିଜ ମୁଣ୍ଡ ଉପରେ ରଖି ଯମୁନା ନଦୀ ପାର କରି ମଥୁରାରେ ପହଞ୍ଚି ଥିଲେ । ମାତା ଯଶୋଦା ଶୋଇଥିବା ସମୟରେ ତାଙ୍କ ପାଖରେ ଶ୍ରୀକୃଷ୍ଣଙ୍କୁ ଛାଡିଦେଇ କାରାଗାର କକ୍ଷକୁ ଫେରିଯିବାର ନିଖୁଣ ଅଭିନୟ ସମସ୍ତଙ୍କୁ ଅଭିଭୂତ କରିଥିଲା । ଅନ୍ତେବାସିନୀମାନେ ରହୁଥିବା କାରାଗାର କକ୍ଷକୁ ଶ୍ରୀକୃଷ୍ଣଙ୍କ ଜନ୍ମସ୍ଥାନ ଭାବେ ବ୍ୟବହାର କରାଯାଇଥିବାବେଳେ ଅନ୍ତେବାସୀଙ୍କ ପାଇଁ ଉଦ୍ଦିଷ୍ଟ ପାଣି ଟାଙ୍କିକୁ ଯମୁନା ନଇର ରୂପ ଦିଆଯାଇଥିଲା ।

କାରାଗାରର ଏକ କୋଣକୁ ମଥୁରାର ରୂପ ଦିଆଯାଇଥିବାବେଳେ ସେଠାରେ ମାତା ଯଶୋଦାଙ୍କ ଶୟନ କକ୍ଷ କରାଯାଇଥିବା ସ୍ଥାନକୁ ଅତି ଶ୍ରଦ୍ଧାର ସହ ଅନ୍ତେବାସିନୀମାନେ ସଜାଇଥିଲେ । ଶ୍ରୀକୃଷ୍ଣଙ୍କ ଜନ୍ମ ହେବା ପରେ ପରେ ମଥୁରାରେ ମାତା ଯଶୋଦାଙ୍କ ପାଖରେ ପହଞ୍ଚିବା ଆଦି ସମ୍ପୂର୍ଣ୍ଣ ଘଟଣାକୁ ନେଇ ନନ୍ଦୋତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବରେ ମଧ୍ୟ ଅନ୍ତେବାସୀଙ୍କ ସନ୍ତାନଙ୍କ ମଧ୍ୟରୁ ଜଣକୁ ଶ୍ରୀକୃଷ୍ଣ ଓ ଅନ୍ୟ ଜଣକୁ ରାଧା ଭାବେ ସଜ୍ଜିତ କରି ଶ୍ରୀକୃଷ୍ଣଙ୍କ ଲହୁଣୀ ଖାଇବା ପର୍ବକୁ ମଧ୍ୟ ସ୍ନେହ ଶ୍ରଦ୍ଧାର ସହ ଅଭିନୟ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା ।

ଏହା ବି ପଢନ୍ତୁ...ଜନ୍ମାଷ୍ଟମୀ ଉତ୍ସବରେ ଚ଼ଳଚ଼ଞ୍ଚଳ ରାଉରକେଲା ସହର

ଏହି ଅବସରରେ ସମସ୍ତ ଅନ୍ତେବାସୀନି କୃଷ୍ଣ ପ୍ରେମରେ ନାଚି ଉଠିଥିଲେ । ଗତ କିଛିଦିନ ଧରି କାରାଗାର ମଧ୍ୟରେ ଜନ୍ମାଷ୍ଟମୀ ପାଳନ କରିବା ପାଇଁ ଅନ୍ତେବାସୀମାନେ ପ୍ରସ୍ତୁତି ଜାରି ରଖିଥିବା ବେଳେ କାରାଗାର ଅଧିକାରୀଙ୍କ ସହଯୋଗ ଫଳରେ ଏହି ଉତ୍ସବ ପାଳନ କରିବାର ସ୍ବପ୍ନ ସାକାର ହୋଇପାରିଥିବା ଅନ୍ତେବାସିନୀ କରିଛନ୍ତି । ଜୀବନରେ କେବେ କୌଣସି ଅଭିନୟ କରିନଥିବା ଜଣେ ଅନ୍ତେବାସିନୀ ଆଜି ବସୁଦେବଙ୍କ ଭୂମିକାରେ ଅଭିନୟ କରିବାର ସୁଯୋଗ ପାଇଥିବାରୁ ଖୁସି ଅନୁଭବ କରିଛନ୍ତି। "କାରାଗାର ମଧ୍ୟରେ ଏକାକୀ ନିସଙ୍ଗ ଜୀବନ ଅତିବାହିତ କରୁଥିବା ଏହି ଅନ୍ତେବାସୀଙ୍କ ମଧ୍ୟରେ ଏପରି ଉତ୍ସବ ପାଳନ ମାଧ୍ୟମରେ ମାନସିକ ସନ୍ତୁଳନ ରକ୍ଷା କରାଯାଇପାରିବ" ବୋଲି କହିଛନ୍ତି ମଣ୍ଡଳ କାରାଗାର ସୁପରିଣ୍ଟେନଡେଣ୍ଟ ମନୋରଂଜନ ପ୍ରତିହାରୀ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.