ETV Bharat / state

ହସୁଛି ମଣ୍ଡଳ କାରାଗାର ଅନ୍ତେବାସୀଙ୍କ ବଗିଚା, କଏଦୀଙ୍କ ହାତ ତିଆରି ତୁଳସୀ ମାଳ ପିନ୍ଧୁଛନ୍ତି ଜଗନ୍ନାଥ - ମଣ୍ଡଳ କାରାଗାରରେ ଶୋଭାପାଉଛି ତୁଳସୀ ଗଛ

କଏଦୀଙ୍କ ମାନସିକତାରେ ପରିବର୍ତ୍ତନ ଆଣୁଛି କୋରାପୁଟର ମଣ୍ଡଳ କାରାଗାର । କାରାଗାର ବଗିଚାରେ ଶୋଭା ପାଉଛି ଶହ ଶହ କୃଷ୍ଣ ତୁଳସୀ ଗଛ । ତା ସାଙ୍ଗକୁ ଏଠାରେ ବିଭିନ୍ନ ପନିପରିବା ଚାଷ ମଧ୍ୟ କରାଯାଉଛି । ଅଧିକ ପଢ଼ନ୍ତୁ

jail Inmates turn Farmers at circle Jail

author img

By ETV Bharat Odisha Team

Published : Nov 6, 2023, 12:38 PM IST

Updated : Nov 6, 2023, 1:09 PM IST

jail Inmates turn Farmers at circle Jail

କୋରାପୁଟ: କଥାରେ ଅଛି ସ୍ୱଚ୍ଛ ଏବଂ ସୁନ୍ଦର ପରିବେଶ ଜଣେ ବ୍ୟକ୍ତିର ମାନସିକତାରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇଥାଏ । ସୁନ୍ଦର ପରିବେଶ ଭିତରେ ରହିଲେ ମଣିଷ ମନରେ ସକାରତ୍ମକ ଭାବନା ଜାଗ୍ରତ ହୁଏ । ସେଥିପାଇଁ ବିଭିନ୍ନ ଅପରାଧିକ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ବନ୍ଦୀ ଜୀବନ ବିତାଉଥିବା କଏଦୀଙ୍କୁ ନେଇ ଜେଲ୍‌ ପରିସରକୁ ସବୁଜ ସୁନ୍ଦର କରାଯାଇଛି । କୋରାପୁଟର ମଣ୍ଡଳ କାରାଗାରରେ ଥିବା କଏଦୀ ମାନେ ଏବେ ଚାଷ କରୁଛନ୍ତି । କାରାଗାର ବଗିଚାରେ ଶୋଭା ପାଉଛି ଶହଶହ କୃଷ୍ଣ ତୁଳସୀ ଗଛ । ଏହାକୁ ଲଗାଇଛନ୍ତି କାରାଗାରରେ ଥିବା କଏଦୀ ମାନେ। ପ୍ରତିଦିନ ଏହି କାରାଗାରରୁ ଶାବର ଶ୍ରୀକ୍ଷେତ୍ରର ଜଗନ୍ନାଥ ମନ୍ଦିର କୁ ଯାଉଛି କୃଷ୍ଣ ତୁଳସୀ । ତିନି ଠାକୁର ପ୍ରତିଦିନ ଏହି ତୁଳସୀ ପତ୍ରର ମାଳା ପିନ୍ଧି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କେବେଳ ତୁଳସୀ ଗଛ ନୂଆ କାରାଗାର ବଗିଚାରେ ପନିପରିବା ଚାଷ କରୁଛନ୍ତି କଏଦୀ ।

ଘରେ ପୂଜା ପାଉଥିବା ତୁଳସୀ ଗଛକୁ କାରାଗାର ବଗିଚାରେ ଖାଲି ପଡ଼ିଥିବା ଜାଗାରେ ଲଗାଯାଇଥିବା ବେଳେ ପୁରୁଷ କଏଦୀମାନେ ପନିପରିବା ଗଛ ସାଙ୍ଗକୁ ଏହାର ମଧ୍ୟ ଯତ୍ନ ନେଉଛନ୍ତି । ଏହି ବବିଚାରୁ ସଂଗୃହିତ ହୋଇଥିବା ତୁଳସୀକୁ ମହିଳା ଅନ୍ତେବାସୀ ମାଳାର ରୂପ ଦେବା ପରେ ଏହି ମାଳାଗୁଡିକୁ ଶାବର ଶ୍ରୀକ୍ଷେତ୍ରର ଚତୁର୍ଦ୍ଧାମୂର୍ତ୍ତିଙ୍କ ସେବାରେ ଲଗାଯାଉଛି । ସଂସ୍କାରମୂଳକ କାର୍ଯ୍ୟରେ କୋରାପୁଟ ମଣ୍ଡଳ କାରାଗାରକୁ ଉଲ୍ଲେଖନୀୟ ସଫଳତା ମିଳିଛି । ବିଭିନ୍ନ କାର୍ଯ୍ୟ ଦ୍ୱାରା ଏଠାରେ ଥିବା କଏଦୀମାନଙ୍କର ଚରିତ୍ରରେ ବୈପ୍ଳବିକ ପରିବର୍ତ୍ତନ ଘଟୁଛି । କଏଦୀମାନେ ସଜା କାଟି ବାହାରକୁ ଗଲା ପରେ ସ୍ୱାବଲମ୍ବୀ ହେବା ସହ ସମ୍ମାନର ସହ ମୁଣ୍ଡ ଟେକି ଚାଲିବା ନିମନ୍ତେ ଜେଲ୍‌ କର୍ତ୍ତୃପକ୍ଷ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏଠାକାର ଅନ୍ତେବାସୀମାନେ ଉତ୍କୃଷ୍ଟ ମାନର ହସ୍ତତନ୍ତ ସହ ପନିପରିବା ଚାଷ କରୁଛନ୍ତି । ଯାହାର ଚାହିଦା କୋରାପୁଟ ବଜାରରେ ବହୁ ଅଧିକ ବୋଲି କହିଛନ୍ତି ଜେଲ୍‌ ସୁପେରିଟେଣ୍ଡେଣ୍ଟ୍‌ ।

ଏହା ମଧ୍ୟ ପଢନ୍ତୁ-କଏଦୀ କରିବେ ମାଛ ଚାଷ, ଝାରପଡା ଜେଲରେ ଉତ୍ପାଦ ହେବ ମାଛ

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୋରାପୁଟର ମଣ୍ଡଳ କାରାଗାରରେ ସାଢ଼େ ସାତ ଏକର ଜମି ରହିଛି । ଯେଉଁଥିରେ ପନିପରିବା ଚାଷ କରାଯାଉଛି । ଋତୁ ଆନୁସାରେ ପରିବା ଚାଷ ହେଉଛି । ସେହିପରି ଗୋଟିଏ ପାଖରେ ତୁଳସୀ ଗଛ ଲଗାଯାଇଛି । ମହିଳା କଏଦୀ ମାନଙ୍କୁ ପତ୍ର ଦିଆଯାଇ ମାଳା ତିଆରି କରାଯାଉଛି । ଏହାପରେ ତୁଳସୀମାଳକୁ ଜଗନ୍ନାଥଙ୍କ ମନ୍ଦିରକୁ ପଠାଯାଉଛି । ଶ୍ରୀଜିୟୁଙ୍କୁ ଏହି ମାଳ ଅପର୍ଣ କରାଯାଉଛି । କାମ କରିବା ଦ୍ବାରା କଏଦୀଙ୍କ ସମୟ ଅତିବାହିତ ହେଉଛି । ଏହା କରିବା ଦ୍ବାରା ସେମାନେ ସ୍ବାବଲମ୍ବୀ ହୋଇପାରିବେ ।

ଇଟିଭି ଭାରତ, କୋରାପୁଟ

Last Updated : Nov 6, 2023, 1:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.