ETV Bharat / state

ସ୍ବାବଲମ୍ବୀ କରୁଛି 'ପଣସ ଚିପ୍ସ', ବର୍ଷକରେ 10 ଗୁଣ ବଢିଲା ଚାହିଦା - ବଢୁଛି କୋରାପୁଟ ପଣସ ଚିପ୍ସ ଚାହିଦା

ଆଦିବାସୀ ମହିଳାଙ୍କୁ ସ୍ବାବଲମ୍ବୀ କରୁଛି ପଣସ ଚିପ୍ସ । ଗତବର୍ଷ ଓରମାସର ପ୍ରୟାସରେ କିଛି ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରାୟ ଏକ ଟନ ପଣସ ଚିପ୍ସ ପ୍ରସ୍ତୁତ କରି ସ୍ଥାନୀୟ ବଜାର ସମେତ ଓଡିଶା ଓ ଓଡିଶା ବାହାରର ବିଭିନ୍ନ ସ୍ଥାନରେ ବିକ୍ରି ହୋଇଥିଲା । ଆଉ ଏହାର ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜିଲ୍ଲାରୁ 10 ଟନ ପଣସ ଚିପ୍ସ ତିଆରି ହେବାର ଲକ୍ଷ୍ୟ ରଖାଯାଇଛି ।

ସ୍ବାବଲମ୍ବୀ କରୁଛି 'ପଣସ ଚିପ୍ସ', ବର୍ଷକରେ 10 ଗୁଣ ବଢିଲା ଚାହିଦା

author img

By

Published : Jun 17, 2020, 4:00 PM IST

କୋରାପୁଟ: ପଣସ ଚିପ୍ସ । ଏବେ ଆଦିବାସୀ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାକୁ ଯୋଗାଇଛି ନୂଆ ପନ୍ଥା । ଗତବର୍ଷ ଓରମାସର ପ୍ରୟାସରେ କିଛି ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ବାରା ପ୍ରାୟ ଏକ ଟନ ପଣସ ଚିପ୍ସ ପ୍ରସ୍ତୁତ କରି ସ୍ଥାନୀୟ ବଜାର ସମେତ ଓଡିଶା ଓ ଓଡିଶା ବାହାରର ବିଭିନ୍ନ ସ୍ଥାନରେ ବିକ୍ରି ହୋଇଥିଲା । ପଣସ ଚିପ୍ସର ଭିନ୍ନ ସ୍ବାଦକୁ ଲୋକ ବେଶ ପସନ୍ଦ କରିଥିଲେ । ଆଉ ଏହାର ଚାହିଦାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜିଲ୍ଲାରୁ 10 ଟନ ପଣସ ଚିପ୍ସ ତିଆରି ହେବାର ଲକ୍ଷ୍ୟ ରଖାଯାଇଛି ବୋଲି ଅରମାସର ଜିଲ୍ଲା ଅଧିକାରୀ ରୋଶନ କାର୍ତ୍ତିକ ଜଣାଇଛନ୍ତି ।

ସ୍ବାବଲମ୍ବୀ କରୁଛି 'ପଣସ ଚିପ୍ସ', ବର୍ଷକରେ 10 ଗୁଣ ବଢିଲା ଚାହିଦା

ଖରାଦିନରେ କୋରାପୁଟର ପୁର ପଲ୍ଲୀରେ ଥିବା ପଣସ ଗଛରେ ଭର୍ତ୍ତି ହୋଇଯାଏ ଛୋଟ ବଡ ପଣସ । କଷି ପଣସକୁ ଲୋକେ ତରକାରୀ କରି ଖାଉଥିବାବେଳେ କେହି କେହି ପିଠଉ ଭଜା କରି ଖାଇଥାନ୍ତି । ତ ଆଉ କେହି ରାୟପୁର ଭଳି ବଡ ବଜାରରୁ ଆସୁଥିବା ବ୍ୟବସାୟୀଙ୍କ ହାତରେ ଶାଗମାଛ ଦରରେ ବିକ୍ରିକରି ଦିଅନ୍ତି । ଏହି ବ୍ୟବସାୟରେ ମଧ୍ୟସ୍ଥି ସାଜିଥିବା ଲୋକମାନେ ନିଜ ପକେଟ ଗରମ କରିଥାନ୍ତି ସତ, ହେଲେ ସରଳ ନିରୀହ ଆଦିବାସୀମାନେ ଜଳକା ହୋଇ ଅନେଇ ରହିଥାନ୍ତି । କିନ୍ତୁ ନାବାର୍ଡ, ଓରମାସ ଓ ସ୍ବେଚ୍ଛାସେବୀ ସଂଗଠନର ମିଳିତ ପ୍ରୟାସରେ ଆଦିବାସୀ ମହିଳାଙ୍କୁ ପଣସ ଚିପ୍ସ ତିଆରି କରିବା ସମ୍ପର୍କରେ ତାଲିମ ଦିଆଯାଇଛି ।

କୋରାପୁଟ ମାଟିରୁ ଏହି ନୂତନ ଉତ୍ପାଦର ମାନ ବୃଦ୍ଧି କରିବା କ୍ଷେତ୍ରରେ ନାବାର୍ଡ ସହାୟତାର ହାତ ବଢାଇଛି । ସେପଟେ ପଣସ ଚିପ୍ସ ଆଦିବାସୀଙ୍କୁ ଜୀବିକା ଯୋଗାଇବା ସହ ଏକ ନୂତନ ଆଶା ସଂଚାରିତ କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.