ETV Bharat / state

ଜଗତିକରଣ ପରବର୍ତ୍ତୀ ସମୟରେ ଭାରତୀୟ ଗଣମାଧ୍ୟମର ମାନ ହ୍ରାସ ପାଇଛି : ପ୍ରଭୁ ଚାୱଲା - ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ

ଗତକାଲି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସୁନାବେଡା ସ୍ଥିତ ପରିସରରେ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ । ଅଧିକ ପଢନ୍ତୁ

international conference
international conference
author img

By

Published : Mar 29, 2023, 3:30 PM IST

ଭାରତୀୟ ଗଣମାଧ୍ୟମର ମାନ

କୋରାପୁଟ: ଜଗତିକରଣ ପରବର୍ତ୍ତୀ ସମୟରେ ଭାରତୀୟ ଗଣମାଧ୍ୟମର ମାନ ହ୍ରାସ ପାଇଥିବା ମତ ରଖିଛନ୍ତି ଜଣାଶୁଣା ସାମ୍ବାଦିକ ପ୍ରଭୁ ଚାୱଲା। ଗତକାଲି ସୁନାବେଡ଼ା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗର ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ଏନେଇ ଭିସି ମାଧ୍ୟମରେ ପ୍ରଭୁ ଚାୱଲା ଯୋଗଦେଇ ଗଣମାଧ୍ୟମ ଏବଂ ଟେଲିଭିଜନ ଓ ବୈଦ୍ୟୁତିକ ଗଣମାଧ୍ୟମ ବ୍ୟବସାୟୀକରଣର ଶିକାର ହୋଇ ନିଜ ଲକ୍ଷ୍ୟରୁ ଅନେକାଂଶରେ ବିଚ୍ୟୁତ ହୋଇଯାଇଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ହେଲେ ଖବରକାଗଜ ତାର ମୌଳିକତା ଓ ବିଶ୍ୱସନୀୟତାକୁ କିଛି ମାତ୍ରାରେ ବଜାୟ ରଖିଛି । ହେଲେ ଆଜି ମଧ୍ୟ ଟେଲିଭିଜନ ତୁଳନାରେ ପାଠକଙ୍କ ପାଖରେ ଅଧିକ ବିଶ୍ବାସ ଭାଜନ ହୋଇପାରିଥିବା ସେ ମତ ରଖିଛନ୍ତି ।

ସାମ୍ବାଦିକ ଓ ଗଣମାଧ୍ୟମ ବିଭାଗର ମୁଖ୍ୟ ପ୍ରଫେସର ସୌରଭ ଗୁପ୍ତା କହିଛନ୍ତି, "ସାମ୍ବାଦିକ ତାର ପାଠକ ଓ ଦର୍ଶକ ପାଖରେ ସତ୍ୟକୁ ଉପସ୍ଥାପନ କରିବାର ଗୁରୁ ଦାୟିତ୍ୱ ଗ୍ରହଣ କରିଛି । ସେହି ଦିଗରୁ ତିଳେ ମାତ୍ର ଓହରିଯିବାର ଅଧିକାର ସାମ୍ବାଦିକର ନଥିବା ସେ ସ୍ପଷ୍ଟ କରିଛନ୍ତି । ମୁକ୍ତ ଉକ୍ତି ସାମ୍ବାଦିକତାର ଛାତ୍ରଛାତ୍ରୀଙ୍କୁ ଅନେକ ମାତ୍ରାରେ ଅନୁପ୍ରାଣିତ କରିବ ।"

ସେହିପରି ଏକା ସଙ୍ଗେ କୋରାପୁଟ ଜିଲ୍ଲାର ସୁନାବେଡା ସ୍ଥିତ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟରେ 5ଟି ଅନ୍ତର୍ଜାତୀୟ ସମ୍ମିଳନୀ ଓ ଭୁବନେଶ୍ୱରରେ ଗୋଟିଏ ଜାତୀୟ ସ୍ତରରେ ସମ୍ମିଳନୀ ଆୟୋଜନ କରି କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଇତିହାସ ସୃଷ୍ଟି କରିଛି ବୋଲି ବିଶ୍ୱବିଦ୍ୟାଳୟର କୁଳପତି ଚକ୍ରଧର ତ୍ରିପାଠୀ ଆଜି ସୂଚନା ଦେଇଛନ୍ତି । ଚଳିତ ମାସ 15 ତାରିଖଠାରୁ ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରିସରରେ ଓଡ଼ିଆ, ହିନ୍ଦୀ, ସଂସ୍କୃତ ଓ ଇଂରାଜୀ ଭାଷା ସମେତ ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଅନ୍ତର୍ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଥିବା ପ୍ରଫେସର ତ୍ରିପାଠୀ ଜଣାଇଛନ୍ତି ।

ଏହି କ୍ରମରେ ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଅନ୍ତିମ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ପ୍ରଫେସର ତ୍ରିପାଠୀ ନିରପେକ୍ଷ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେଇଥିଲେ । ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ ଆନ୍ତଃ ବିଭାଗ ସମନ୍ୱୟ ଓ ସମ୍ପୃକ୍ତିକୁ ପ୍ରୋତ୍ସାହନ ଦିଆଯାଉଥିବା ବେଳେ ଆଜି ଆୟୋଜିତ ହୋଇଥିବା ଅନ୍ତର୍ଜାତୀୟ ସମ୍ମିଳନୀକୁ ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଏକାଠି ହୋଇ ଯୋଜନା ଓ ପରିଚାଳନା କରିବା ଏକ ନୂତନ ଦିଗ ପ୍ରଦର୍ଶନ କରିବ ବୋଲି ପ୍ରଫେସର ତ୍ରିପାଠୀ ମତ ରଖିଛନ୍ତି । ଆଜି ପର୍ଯ୍ୟନ୍ତ ଚାଲିବାକୁ ଥିବା ଅର୍ଥନୀତି ବିଭାଗ ଏବଂ ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ଦ୍ୱାରା ଆୟୋଜିତ ସମ୍ମିଳନୀରେ ଦେଶ ଓ ଦେଶ ବାହାରୁ ଅନେକ ବିଶିଷ୍ଟ ବକ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ଅଛି ବୋଲି ଅର୍ଥନୀତି ବିଭାଗର ପ୍ରଫେସର ମିନତୀ ସାହୁ ଜଣାଇଛନ୍ତି । ଏହି ଅବସରରେ ଡ: ସୌରଭ ଗୁପ୍ତା ଓ ଆନ୍ଧ୍ର ବିଶ୍ୱବିଦ୍ୟାଳୟର ପ୍ରଫେସର ପି.ବି.ବର୍ଦ୍ଧନଙ୍କ ଦ୍ଵାରା ପ୍ରକାଶିତ ଗଣମାଧ୍ୟମ ଓ ବାସ୍ତବିକତା ଶୀର୍ଷକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.