ETV Bharat / state

ଆନ୍ତର୍ଜାତୀୟ କଫି ଦିବସ: କୋହଲା ପାଗରେ କଫିର ମଜା ନେଲେ କୋରାପୁଟବାସୀ

ଆଜି ହେଉଛି ଆନ୍ତର୍ଜାତୀୟ କଫି ଦିବସ। କଫି ପ୍ରେମୀଙ୍କ ପାଇଁ ଦିନଟିଏ। ଆଉ ଏହି ଉପଲକ୍ଷେ କୋରାପୁଟ ମାଟିରେ ସ୍ଥାନୀୟ କଫିର ମଜା ନେବାରେ ଏକ ନୂତନ ଅନୁଭୂତି ମିଳିଥାଏ । ଅଧିକ ପଢନ୍ତୁ...

international coffee day celebrated in koraput
କୋହଲା ପାଗରେ କଫି କପ ସହ କୋରାପୁଟରେ ପାଳିଲେ କଫି ଦିବସ
author img

By

Published : Oct 1, 2020, 12:41 PM IST

କୋରାପୁଟ: ଆଜି ହେଉଛି ଆନ୍ତର୍ଜାତୀୟ କଫି ଦିବସ। କଫି ପ୍ରେମୀଙ୍କ ପାଇଁ ଦିନଟିଏ। ପ୍ରତି ବର୍ଷ ଅକ୍ଟୋବର ମାସ ପହିଲାକୁ ଆନ୍ତର୍ଜାତୀୟ କଫି ଦିବସ ଭାବେ ସାରା ବିଶ୍ବରେ ପାଳନ କରାଯାଇଥାଏ। ଆଉ ଏହି ଉପଲକ୍ଷେ କୋରାପୁଟ ମାଟିରେ ଉତ୍ପାଦ କଫି ବିଶ୍ବ ବିଦିତ ହେଉଥିବା ବେଳେ ସେହି ମାଟିରେ ସ୍ଥାନୀୟ କଫିର ମଜା ନେବାରେ ଏକ ନୂତନ ଅନୁଭୂତି ମିଳିଥାଏ । ଆଜି ଏହି ଦିବସ ଅବସରରେ କଫି ପରସୁଥିବା ରେଷ୍ଟୁରାଣ୍ଟ ଗୁଡିକରେ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର ଥଣ୍ଡା ଓ ଗରମ କଫି ଉପଲବ୍ଧ କରାଯାଇଥିବା ଦେଖାଦେଇଛି ।

କୋହଲା ପାଗରେ କଫି କପ ସହ କୋରାପୁଟରେ ପାଳିଲେ କଫି ଦିବସ

ଆଜିର ଦିନର ମହତ୍ତ୍ଵ ଉପରେ ପ୍ରଥମେ ସମସ୍ତେ ଆଲୋକପାତ କରିବା ସହ କୋରାପୁଟିଆ କଫିର ମଜା ନେଇଥିଲେ। ଦୀର୍ଘ ବର୍ଷ ହେବ କୋରାପୁଟରେ କଫି ଚାଷ ହେଉଥିଲେ ବି ପ୍ରଥମ ଥର ପାଇଁ ଗତ ମାସରେ ରାଜ୍ୟ ସରକାରଙ୍କ ତରଫରୁ କୋରାପୁଟଠାରେ କଫି ପ୍ରୋସେସିଂ ୟୁନିଟ ଓ କଫି କାଫେ ଆରମ୍ଭ କରାଯାଇଛି। ଏହାସହ କୋରାପୁଟ କଫି ଆନ୍ତର୍ଜାତୀୟ ବଜାରରେ ପହଁଚାଇବାକୁ ଏହା ଏବେ ଅନଲାଇନରେ ଉପଲବ୍ଧ। ଓଡ଼ିଶାର କୋରାପୁଟ ଅଞ୍ଚଳରେ କଫି ଚାଷ ପାଇଁ ଅନୁକୂଳ ଜଳବାୟୁ ରହିଥିବା ଯୋଗୁଁ ଏଠାରେ ସରକାରୀ ଓ ବେସରକାରୀ ପ୍ରୟାସରେ ୧୯୭୧ ମସିହାରେ କଫି ଚାଷ ବ୍ୟାପକ ଭାବେ ଆରମ୍ଭ ହୋଇଥିଲା ।

ତେବେ ଗତ କିଛି ବର୍ଷ ହେବ କୋରାପୁଟ ଜିଲ୍ଲାରେ ମିଳୁଥିବା ଭଳିକି ଭଳି ଉନ୍ନତମାନର କଫି ସମ୍ପର୍କରେ ବାର୍ତ୍ତା ବାହ୍ୟ ଦୁନିଆରେ ଚହଳ ପକାଇବା ପରେ କୋରାପୁଟର ସାଧାରଣ ଜନତାଙ୍କ ମଧ୍ୟରେ କଫି ସେବନ ପ୍ରତି ଆଗ୍ରହ କ୍ରମଶଃ ବୃଦ୍ଧି ପାଉଥିବା ଦେଖାଦେଇଛି । କୋରାପୁଟର କଫି ପ୍ରତି ବୃଦ୍ଧି ପାଉଥିବା ଆଗ୍ରହକୁ ଦେଖିଲେ କୋରାପୁଟ ଏକ ଅନଗ୍ରସର ଅଞ୍ଚଳର ଅପଖ୍ୟାତିରୁ ଉର୍ଦ୍ଧ୍ବକୁ ବାହାରି ପ୍ରଗତିର ଉଚ୍ଚତର ସୋପାନରେ ପହଞ୍ଚିପାରିବ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ ବୋଲି କଫି ଉଦ୍ୟୋଗୀ ମତ ରଖିଛନ୍ତି ।

କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.