ETV Bharat / lifestyle

ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ? ତାହେଲେ ଡେରି କାହିଁକି... - FAMOUS TEMPLES IN ODISHA

ରାଜ୍ୟରେ ଏଭଳି ଅନେକ ପ୍ରାଚନୀ ଦେବାଦେବୀ ମନ୍ଦିର ରହିଛି, ଯାହାର ସୌନ୍ଦର୍ଯ୍ୟ ଓ ମନୋରମ ପରିବେଶ ସଭିଁଙ୍କୁ ବିମୋହିତ କରେ । ଆଜି ଜାଣନ୍ତୁ ସେଭଳି କିଛି ମନ୍ଦିର ସମ୍ପର୍କରେ...

ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ?
ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ? (ETV Bharat)
author img

By ETV Bharat Lifestyle Team

Published : Nov 8, 2024, 12:03 PM IST

Famous temples to must visit: ଉତ୍କୃଷ୍ଟ କଳା ଭାସ୍କର୍ଯ୍ୟର ପ୍ରଦେଶ ମନ୍ଦିରମାଳିନୀ ଓଡ଼ିଶା । ନଦନଦୀ, ମନୋରମ ବେଳାଭୂମି, ସୁଉଚ୍ଚ ଗିରିଶୃଙ୍ଗ ସହ ଓଡ଼ିଶାର ପ୍ରତି ପ୍ରାନ୍ତରେ ବହୁପ୍ରାଚନୀ ଦେବାଦେବୀ ମନ୍ଦିର ଦେଖିବାକୁ ମିଳେ । ପ୍ରତିଟି ମନ୍ଦିର ସ୍ବତନ୍ତ୍ର ମହାତ୍ମ୍ୟ ବହନ କରେ । ତାହା ପୁରୀ ଜଗନ୍ନାଥ ମନ୍ଦିର, କୋଣାର୍କର ସୂର୍ଯ୍ୟମନ୍ଦିର ହେଉ ଅବା ବଲାଙ୍ଗୀରର ହରିଶଙ୍କର । ଆଜି ଆମେ ଆପଣଙ୍କ ରାଜ୍ୟରେ ସେଭଳି କିଛି ପ୍ରସିଦ୍ଧ ମନ୍ଦିର ସମ୍ପର୍କରେ କହିବୁ, ଯାହାର ଉତ୍କୃଷ୍ଟ ନିର୍ମାଳଶୈଳୀ ସହ ମନୋରମ ପରିବେଶ କେବଳ ଏହାକୁ ଦେବାଳୟ ନୁହେଁ ବରଂ ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଏ । ଏହିସବୁ ସ୍ଥାନକୁ ବର୍ଷତମାମ୍ ପର୍ଯ୍ୟଟକଙ୍କ ସୁଅ ଛୁଟେ । ଯଦି ଆପଣ ଓଡ଼ିଶାରେ ରହି ବି ଏ ଯାଏଁ ଏହିସବୁ ମନ୍ଦିର ବୁଲିଯାଇ ନାହାନ୍ତି ତାହେଲେ ଆଜି ହିଁ ନିଜ ସାଙ୍ଗସାଥୀ କିମ୍ବା ପରିବାରବର୍ଗଙ୍କ ସହ ପ୍ଲାନ କରନ୍ତୁ ।

ହରିଶଙ୍କର:

ପ୍ରମୁଖ ଶୈବପୀଠ ସହ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଖୁବ୍ ପ୍ରସିଦ୍ଧ ହରିଶଙ୍କର ପୀଠ । ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପର୍ବତର ପାଦଦେଶରେ ରହିଛି ଏହି ଶୈବପୀଠ । ଏଠାରେ ହରି ଓ ଶଙ୍କର ଏକାଠି ପୂଜା ପାହାନ୍ତି । ଗନ୍ଧମାର୍ଦ୍ଦନ ପର୍ବତରୁ ବାହାରିଥିବା ଝରଣା ଏହି ମନ୍ଦିର ଦେଇ ବହିଯାଇଛି । ପର୍ବତମାଳା, ଝରଣା, ହରିଣ ପାର୍କ, ବଟାନିକାଲ ଗାର୍ଡେନ ସହ ହରି ଓ ହରଙ୍କ ଏହି ମନ୍ଦିର ଦର୍ଶନ ପାଇଁ ବର୍ଷତମାମ ପର୍ଯ୍ୟଟକଙ୍କ ଭିଡ ଜମିଥାଏ । ବଲାଙ୍ଗୀର ଜିଲ୍ଲା ସଦରମହକୁମାଠାରୁ ପ୍ରାୟ 80 କିଲୋମିଟର ଦୂରରେ ହରିଶଙ୍କର ପୀଠ ଅବସ୍ଥିତ ।

ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏହି ମନ୍ଦିର ?
ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏହି ମନ୍ଦିର ? (ETV Bharat)

ଚଉଷଠୀ ଯୋଗିନୀ ମନ୍ଦିର:

ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ରାଣୀପୁର ଝରିଆଲଠାରେ ରହିଛି ଚଉଷଠୀ ଯୋଗିନୀ ମନ୍ଦିର । ଏଠାରେ 64 ଜଣ ଯୋଗିନୀଙ୍କ ମୂର୍ତ୍ତି ବୃତ୍ତାକାରରେ ସ୍ଥାପିତ ଏବଂ ଏହି ପୀଠରେ ବଜ୍ରଯାନ ବୌଦ୍ଧଯୁଗୀୟ ଶିଳ୍ପକଳା ଦେଖିବାକୁ ମିଳିଥାଏ । ଓଡ଼ିଶାର ଅନ୍ୟତମ ତନ୍ତ୍ରସାଧନା ପୀଠ ଭଦ୍ରକାଳୀ, ସାରଳା, ବିରଜା, ଚର୍ଚ୍ଚିକା ଆଦି ମନ୍ଦିର ମଧ୍ୟରୁ ଏହା ଅନ୍ୟତମ । ଚଉଷଠୀ ଯୋଗିନୀ ମନ୍ଦିର ବଲାଙ୍ଗୀର ସହରଠାରୁ 107 କିମି ଦୂରରେ ଅବସ୍ଥିତ । ଏଠାକୁ ଯିବାକୁ ପାଖ ରେଳଷ୍ଟେସନ ହେଲା ଟିଟିଲାଗଡ଼ । ବିଭିନ୍ନ ଅଙ୍ଗଭଙ୍ଗୀରେ 64 ଜଣ ଯୋଗିନୀଙ୍କ ମୂର୍ତ୍ତି ରହିଥିବାବେଳେ ଏଠାକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ ।

କାଳିଜାଈ:

ଚିଲିକା ହ୍ରଦର ଏକ ଛୋଟ ଦ୍ବୀପ ମଧ୍ୟରେ ସ୍ଥିତ ମା' କାଳିଜାଈ ମନ୍ଦିର । ଅନେକ କାବ୍ୟକବିତାରେ ଚିଲିକା ଓ କାଳିଜାଈର ଶୋଭା ବର୍ଣ୍ଣନା ଦେଖିବାକୁ ମିଳେ । ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ଏହାର ସ୍ଥାନ ସ୍ବତନ୍ତ୍ର । ଚତୁଃପାର୍ଶ୍ବେ ନୀଳ ଜଳରାଶି ପରିବେଷ୍ଟିତ କାଳିଜାଈ ମନ୍ଦିରର ସୌନ୍ଦର୍ଯ୍ୟ ଅନ୍ୟନ୍ତ ମନମୁଗ୍ଧକର । ଚିଲିକା ଶୋଭାରାଜି, ନୌକାବିହାର ସହ ମା'ଙ୍କ ଦର୍ଶନ ପାଇଁ ଏଠାରେ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ସୁଅ ଛୁଟେ । କାଳିଜାଈ ମନ୍ଦିର ଦର୍ଶନ ପାଇଁ ବୋଟରେ ଯିବାକୁ ପଡେ । ଯଦି ଓଡ଼ିଶାରେ ରହି ଆଜି ଯାଏଁ କାଳିଜାଈ ଦେଖିନାହାନ୍ତି ତାହେଲେ କ'ଣ ଦେଖିଛନ୍ତି !

ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏହି ମନ୍ଦିର ?
ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ? (ETV Bharat)

ଧବଳେଶ୍ବର:

କଟକ ଜିଲ୍ଲାରେ ସ୍ଥିତ ରହିଛି ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର ମନ୍ଦିର । ଏଠାରେ ପ୍ରଭୁ ଭୋଳାନାଥ ପୂଜା ପାଉଥିବାବେଳେ ବର୍ଷତମାମ୍ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥାଏ । ଭୁବନେଶ୍ବରରୁ ଧବଳେଶ୍ବର ଦୂରତା 52 କିଲୋମିଟର ଓ କଟକରୁ 27 କିଲୋମିଟର । ଏହି ପୀଠ ଦେଇ ମହନଦୀ ବହିଯାଇଛି । ପୂର୍ବରୁ କେବଳ ଡଙ୍ଗା ଓ ଝୁଲା ପୋଲ ଦ୍ବାରା ଧବଳେଶ୍ବର ଯାଇ ହେଉଥିବାବେଳେ ଏବେ ବ୍ରିଜ ଜରିଆରେ ଯାତାୟତ ସୁଗମ ହୋଇଛି ।

ବାଳକୁମାରୀ ପୀଠ:

ପ୍ରାକୃତିକ ଶୋଭାରାଜି ମଧ୍ୟେ କେରାଣ୍ଡିମାଳ ପର୍ବତରେ ଅଧିଷ୍ଠିତ ହୋଇଛନ୍ତି ମା' ବାଳକୁମାରୀ । ତାରିତାରିଣୀ ମନ୍ଦିର ସହ ଗଞ୍ଜାମ ଜିଲ୍ଲାର ଏହା ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ, ଯାହାକି ଚିକିଟି ଅଞ୍ଚଳରେ ରହିଛି । ପାହାଡ ଶିଖରରେ ପୂଜା ପାଉଥିବା ମାଆଙ୍କ ଦର୍ଶନ ଲାଗି ସବୁବେଳେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ତେଣୁ ଗଞ୍ଜାମ ବୁଲିବାର ଯୋଜନା କରୁଥିଲେ ଥରୁଟିଏ ନିଶ୍ଚୟ ମା' ବାଳକୁମାରୀଙ୍କ ପୀଠ ଦର୍ଶନ କରିବେ । ନଚେତ୍ ଆପଣଙ୍କ ଗଞ୍ଜାମ ଟ୍ରିପ୍ ଅଧୁରା ଲାଗିବ ।

ପଞ୍ଚଲିଙ୍ଗେଶ୍ବର:

ଓଡ଼ିଶାର ଅନନ୍ୟ ପର୍ଯ୍ୟଟନଶୈଳୀ ତଥା ଶୈବପୀଠ ପଞ୍ଚଲିଙ୍ଗେଶ୍ବର । ବାଲେଶ୍ବର ଜିଲ୍ଲାର ନୀଳଗିରିଠାରେ ଅବସ୍ଥିତ । ଏଠି ପାହାଡୀ ଝରଣୀ ଭିତରେ ପାଞ୍ଚୋଟି ଶିବଲିଙ୍ଗ ପୂଜା ପାଉଥିବାରୁ ଏହାର ନାମ ପଞ୍ଚଲିଙ୍ଗେଶ୍ବର ରଖାଯାଇଛି । ଏହି ଲିଙ୍ଗଗୁଡିକର ଦର୍ଶନ ପାଇଁ ପାହାଡି ଚଟଣା ଭିତରେ ବହୁଥିବା ଝରଣା ପାଣିରେ ହାତ ଦେଇ ଛୁଇଁବାକୁ ପଡେ । ଛୋଟ ଛୋଟ ପାହାଡ ଓ ସବୁଜ ବନାନୀ ପରିବେଷ୍ଟିତ ଏହି ସ୍ଥାନ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ । ବର୍ଷ ସାରା ଖାସ୍ କରି ଶୀତ ଦିନରେ ଏଠାରେ ହଜାର ହଜାର ପର୍ଯ୍ୟଟକଙ୍କ ଆଗମନ ହୁଏ । ପଞ୍ଚଲିଙ୍ଗେଶ୍ବର ବାଲେଶ୍ବରଠାରୁ 30 କିମି ଓ ନୀଳଗିରିଠାରୁ 10 କିଲୋମିଟର ଦୂରରେ ରହିଛି ।

କପିଳାସ:

ରାଜ୍ୟର ଏକ ପ୍ରମୁଖ ଶୈବପୀଠ କପିଳାସ । ଏହାକୁ ଶିବଙ୍କର ଦ୍ବିତୀୟ କୈଳାସ କୁହାଯାଏ । ଢେଙ୍କାନାଳରେ ଥିବା ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି । ଏଠାରେ କପିଳ ମୁନିଙ୍କ ଆଶ୍ରମ ଥିବାର ବର୍ଣ୍ଣନା ରହିଛି । ପାହାଡ, ସବୁଜ ଜଙ୍ଗଲ ଘରେ କପିଳାସର ଶାନ୍ତ କୋମଳ ମନୋରମ ପରିବେଶ ପର୍ଯ୍ୟଟକଙ୍କ ମନରେ ଅପୂର୍ବ ଶାନ୍ତି ଭରିଦିଏ । ଭୁବନେଶ୍ବରଠାରୁ 90 କିଲୋମିଟର ଦୂରରେ କପିଳାସ ଅବସ୍ଥିତ । ଶୀତ ଦିନ ସହ କାର୍ତ୍ତିକ ଓ ଶ୍ରାବଣ ମାସରେ ଏଠାକୁ ବୁଲିଯିବାର ଉପଯୁକ୍ତ ସମୟ ।

ଫତେହଗଡ ରାମ ମନ୍ଦିର:

ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ ନୟାଗଡ ଜିଲ୍ଲାର ଫତେହଗଡଠାରେ ଥିବା ରାମ ମନ୍ଦିର ବିଷୟରେ ପ୍ରାୟତଃ ସବୁ ଲୋକେ ଜାଣିନଥିବେ । ପାହାଡ ଶିଖରରେ ବଉଳମାଳା ପଥରରେ ନବନିର୍ମିତ ଏହି ମନ୍ଦିରର ପରିବେଶ ଅତ୍ୟନ୍ତ ମନୋରମ, ମନୋମୁଗ୍ଧକର । ପ୍ରଭୁ ରାମଙ୍କ ଏହି ମନ୍ଦିରର କଳାକୃତି କାରୁକାର୍ଯ୍ୟ ହୃଦୟ ଛୁଇଁଲା ଭଳି । ତେଣୁ ଯଦି ଏଯାଏଁ ଆପଣ ଏହି ସ୍ଥାନକୁ ବୁଲିଯାଇନାହାନ୍ତି ତାହେଲେ ଆଜି ହିଁ ନିଜ ପରିବାର କିମ୍ବା ସାଙ୍ଗସାଥୀଙ୍କ ସହ ପ୍ଲାନ କରନ୍ତୁ ।

ଗୁପ୍ତେଶ୍ବର ପୀଠ:

ପ୍ରକୃତିର ବରଦାନ କୋରାପୁଟ ଜିଲ୍ଲାରେ ରହିଛି ପ୍ରସିଦ୍ଧ ଗୁପ୍ତେଶ୍ବର ଶୈବପୀଠ । ଘଞ୍ଚ ଜଙ୍ଗଲ ମଧ୍ୟରେ ପରିବେଷ୍ଟିତ ଦେବ ଦେବ ମହାଦେବଙ୍କ ଏହି ବହୁପୁରାତନ ମନ୍ଦିରର ଶୋଭାରାଜି ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରେ ।

ସୂର୍ଯ୍ୟ ମନ୍ଦିର:

ପୁରୀ ଜିଲ୍ଲା କୋଣାର୍କର ସୂର୍ଯ୍ୟମନ୍ଦିର ସାରା ବିଶ୍ବରେ ପ୍ରସିଦ୍ଧ । କଳିଙ୍ଗ ସ୍ଥାପତ୍ୟ କଳାଶୈଳୀରେ ନିର୍ମିତ ଏହି ମନ୍ଦିର ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ସ୍ବତନ୍ତ୍ର ସ୍ଥାନ ଦିଏ । କେବଳ ଦେଶ କିମ୍ବା ରାଜ୍ୟ ନୁହେଁ, ବର୍ଷ ତମାମ୍ ହଜାର ହଜାର ବିଦେଶୀ ପର୍ଯ୍ୟଟକ କୋଣାର୍କ ବୁଲିଆସନ୍ତି । ସୂର୍ଯ୍ୟମନ୍ଦିରର ଅଦ୍ଭୁତ କାରୁକାଯ୍ୟ ସହ ରମଣୀୟ ଚନ୍ଦ୍ରଭାଗା ବେଳାଭୂମି ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ।

ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ?
ଓଡ଼ିଶାରେ ରହି ଏ ଯାଏଁ ବୁଲିନାହାନ୍ତି ଏସବୁ ମନ୍ଦିର ? (ETV Bharat)

ଏହା ମଧ୍ୟ ପଢନ୍ତୁ: ଆଜି ବିଶ୍ବ ପର୍ଯ୍ୟଟନ ଦିବସ; ବୁଲିଯାଆନ୍ତୁ ଭାରତର ଏହି 7 ପର୍ଯ୍ୟଟନସ୍ଥଳୀ, ଥରେ ଗଲେ ବାରମ୍ବାର ମନ ହୁଏ - World Tourism Day 2024

ଏହା ମଧ୍ୟ ପଢନ୍ତୁ: କମ୍‌ ବଜେଟରେ ରୋମାଣ୍ଟିକ ଟ୍ରିପ, ଶସ୍ତାରେ ବୁଲି ଆସନ୍ତୁ ଏସବୁ ଜାଗା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.