ETV Bharat / state

କୋରାପୁଟରେ ବରିଷ୍ଠ ପୋଲିସ ଅଧିକାରୀ, ମାଓବାଦୀ ସ୍ଥିତି ସମ୍ପର୍କରେ କଲେ ଆଲୋଚନା

author img

By

Published : Oct 29, 2022, 9:39 AM IST

ଦକ୍ଷିଣ ପଶ୍ଚିମାଞ୍ଚଳରେ ମାଓବାଦୀଙ୍କ ସ୍ଥିତି ଓ କାର୍ଯ୍ୟକଳାପ ନେଇ କୋରାପୁଟରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

କୋରାପୁଟ ଗସ୍ତରେ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀ, ମାଓବାଦୀ ସ୍ଥିତି ସମ୍ପର୍କରେ କଲେ ଆଲୋଚନା

କୋରାପୁଟ: ରାଜ୍ୟ ଇଣ୍ଟେଲିଜେନ୍ସ ବିଭାଗର ନିର୍ଦ୍ଦେଶକ ସଂଜୀବ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳରେ ମାଓବାଦୀଙ୍କ ସ୍ଥିତି ଓ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା । ଗତ କିଛିଦିନ ପୂର୍ବେ ମାଲକାନଗିରି ଜିଲ୍ଲାରେ ମାଓବାଦୀଙ୍କ ବିରୁଦ୍ଧରେ ପୋଷ୍ଟର ଲାଗିଥିବା ବେଳେ କନ୍ଧମାଳରେ ହୋଇଥିବା ମାଓବାଦୀଙ୍କ ହିଂସା କାଣ୍ଡ ଆଜିର ବୈଠକର ଗୁରୁତ୍ୱକୁ ବୃଦ୍ଧି କରିଦେଇଛି ।

ଆଇଜି ଅପରେସନ, ବିଏସଏଫର ଆଇଜି, କୋରାପୁଟ ଡିଆଇଜିଙ୍କ ସମେତ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଆରକ୍ଷୀ ଅଧିକ୍ଷକ ଏହି ବୈଠକରେ ଯୋଗ ଦେଇଥିଲେ । ରାଜ୍ୟର ପୋଲିସ ବରିଷ୍ଠ ପୋଲିସ ଅଧିକାରୀ ଶୁକ୍ରବାର କୋରାପୁଟ ଗସ୍ତରେ ଆସିଛନ୍ତି । ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.