ETV Bharat / state

ଗବେଷଣା କେନ୍ଦ୍ର ପାଲଟିଛି ତାପସଙ୍କ ବଗିଚା, ଚାଷୀଙ୍କ ବିକାଶ ପାଇଁ ତିଆରି କରିବେ ମିଲେଟ ସ୍କୁଲ

author img

By

Published : Apr 12, 2023, 10:44 PM IST

କୋରାପୁଟ ମାଟିରେ କୃଷି ବିଦ୍ୟାଳୟ ଖୋଲିବା ନେଇ ଯୁବ କୃଷି ଅଧିକାରୀଙ୍କ ନିଆରା ପ୍ରୟାସ । ଟାଙ୍ଗରା ଭୁମିରେ ସାମୂହିକ ଚାଷ କରି ହେଉଛନ୍ତି ଲାଭବାନ । ଅଧିକ ପଢ଼ନ୍ତୁ

integrated farming in koraput
ଯୁବ କୃଷି ଅଧିକାରୀଙ୍କ ନିଆରା ପ୍ରୟାସ
ଯୁବ କୃଷି ଅଧିକାରୀଙ୍କ ନିଆରା ପ୍ରୟାସ

କୋରାପୁଟ: ସୁନେଲି କିରଣରେ ଖିଲିଖିଲି ହସିଉଠୁଛି ସୂର୍ଯ୍ୟମୁଖୀ କ୍ଷେତ । ପାଖୁଡ଼ା ମେଲାଇ ନିଜ ଅପରୂପ ସୌନ୍ଦର୍ଯ୍ୟରେ ଦେଖଣାହାରିଙ୍କୁ ବିଭୋର କରୁଛି । ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ବୋଲାଉଥିବା କୋରାପୁଟ ପାହାଡ଼ର ପାଦଦେଶରେ ସୂର୍ଯ୍ୟମୁଖୀର ଆସର ଅତ୍ୟନ୍ତ ମନଲୋଭା । ଟାଙ୍ଗରା ଭୂମିରେ ଥିବା ବିଭିନ୍ନ ପ୍ରକାରର ଫଳ ଓ ଫୁଲକ ସମ୍ଭାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଉପର ନାରଙ୍ଗାରେ ତାପସ ରାୟ ବିଭିନ୍ନ ପ୍ରକାର ଫସଲ କରିବାରେ ସଫଳ ହୋଇଛନ୍ତି ।

ନାରଙ୍ଗା ମୁଖ୍ୟ ରାସ୍ତାରୁ ଅଙ୍କାବଙ୍କା ହୀଡ ଉପର ଦେଇ ଚାଲି ଚାଲିଗଲେ ପାହାଡର ପାଦଦେଶରେ ଥିବା ଏକ ବିସ୍ତୀର୍ଣ୍ଣ ପ୍ରାନ୍ତରରେ ହସୁଛି ନାନାଦି ଫୁଲଫଳ । ଋତୁ ଅନୁକୂଳ ଅନୁଯାୟୀ ମାଣ୍ଡିଆ, ସୁଆଁ, ଅନ୍ୟାନ୍ୟ ଅଣୁ ଜାତୀୟ ଶସ୍ୟ ସମେତ ପିଜୁଳି, କଦଳୀ, ସେଓ, ସାପେଟା, କମଳା, ଲେମ୍ବୁ ଭଳି ଫଳ ଚାଷ ହେଉଛି । ଗତ ପାଞ୍ଚରୁ ଛଅ ବର୍ଷ ଧରି ତାପସ ରାୟ ଏଠାରେ ଚାଷ କରିଆସୁଛନ୍ତି । ଚାଷ ବ୍ୟତୀତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ପ୍ରକାର ଗବେଷଣା କେନ୍ଦ୍ର ପାଲଟିଛି । ମାଣ୍ଡିଆର ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏଥର ଅନ୍ତର୍ଜାତୀୟ ମିଲେଟ ବର୍ଷ ଭାବେ ପାଳନ କରୁଛି ସମଗ୍ର ବିଶ୍ବ । ଏହି କ୍ରମରେ ଯୁବ କୃଷି ଅଧିକାରୀ ତାପସ ରାୟ ଉପର ନାରଙ୍ଗାରେ ରାଜ୍ୟର ପ୍ରଥମ ଗ୍ରାମୀଣ ମିଲେଟ ସ୍କୁଲ ସ୍ଥାପନା କରିବା ଦିଗରେ ଦ୍ରୁତ ପଦକ୍ଷେପ ନେବାକୁ ଯାଉଛନ୍ତି । ଅନୌପଚାରିକ ଭାବେ ଚାଷୀଙ୍କ ବୌଦ୍ଧିକ ଚେତନାକୁ ପ୍ରଭାବିତ କରୁଥିବା ଏହି ଜମିରେ ଥିବା ସମ୍ଭାବନାକୁ ପରିଲକ୍ଷିତ କରି ସେ ଏହି ପଦକ୍ଷେପ ନେଇଥିବା କହିଛନ୍ତି ।

ଏନେଇ ତାପସ ରାୟ କହିଛନ୍ତି, "ଏହି କୃଷକ ବିଦ୍ୟାଳୟରେ ଚାଷୀ ବିଭିନ୍ନ ମିଲେଟ ଚାଷର ପ୍ରଣାଳୀ ସମ୍ପର୍କରେ ତାଲିମ ନେବା ସହ ଗୋଟିଏ ଏକର ଜାଗାରେ କିପରି ବର୍ଷ ତମାମ ଫସଲ ଉତ୍ପାଦନ କରିହେବ ସେ ସମ୍ପର୍କରେ ମଧ୍ୟ ପ୍ରତ୍ୟକ୍ଷ ଅନୁଭୂତି ପାଇପାରିବେ । ଚାଷୀଙ୍କ ମଧ୍ୟରେ ପୂର୍ଣ୍ଣାଙ୍ଗ କୃଷିରେ ସାମୁହିକ ସମ୍ପୃକ୍ତିର ଗୁରୁତ୍ୱକୁ ଅନୁଭବ କରାଇବା ଦିଗରେ ଏହି ମିଲେଟ ସ୍କୁଲ୍‌ ପ୍ରତ୍ୟକ୍ଷ ଉଦାହରଣକୁ ଉପସ୍ଥାପନ କରିବାରେ ସକ୍ଷମ ହେବ । କେବଳ ଚାଷୀଙ୍କ ପାଇଁ ନୁହେଁ ବରଂ ପ୍ରକୃତି ପ୍ରେମୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ।" ଏହି ବଗିଚା ଦ୍ବାରା ଆଖପାଖ ଅଞ୍ଚଳର ଗ୍ରାମବାସୀ ଦୁଇ ପଇସା ରୋଜଗାର କରି ପରିବାର ପ୍ରତିପୋଷଣ କରୁଛନ୍ତି । ସେହି ବଗିଚାକୁ ଦେଖାରେଖା କରୁଥିବା ବ୍ୟକ୍ତି ମଧ୍ୟ ନିଜର କୁକୁଡ଼ା ଭଳି ବିଭିନ୍ନ ଚାଷ କରୁଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.