ETV Bharat / state

ଅବ୍ୟବସ୍ଥିତ କୋରାପୁଟ ବସଷ୍ଟାଣ୍ଡ: ବିଭାଗୀୟ କର୍ତ୍ତୃପକ୍ଷଙ୍କ ପରସ୍ପରକୁ କାଦୁଅପିଙ୍ଗା, ହନ୍ତସନ୍ତ ଯାତ୍ରୀ

author img

By

Published : Jul 24, 2019, 11:03 AM IST

କୋରାପୁଟ ଜିଲ୍ଲା ସଦର ମହକୁମାରୁ ଜିଲ୍ଲାର ବିଭିନ୍ନ ଗାଁକୁ ସରକାରୀ ବା ବେସରକାରୀ ବସରେ ଯିବା ପାଇଁ ଦିନ ରାତି ଚବିଶ ଘଣ୍ଟା ସହରର କେନ୍ଦ୍ରସ୍ଥଳୀରେ ଥିବା ବସଷ୍ଟାଣ୍ଡରେ ଯାତ୍ରୀଙ୍କ ଭିଡ ଲାଗି ରହେ । ମାତ୍ର ଏହାଏବେ ଅବ୍ୟବସ୍ଥା ଘେରରେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: ଅସୁରକ୍ଷିତ ହୋଇପଡିଛି ସହରରେ ଥିବା ବସଷ୍ଟାଣ୍ଡ । କୋରାପୁଟ ଜିଲ୍ଲା ସଦର ମହକୁମାରୁ ଜିଲ୍ଲାର ବିଭିନ୍ନ ଗାଁକୁ ସରକାରୀ ବା ବେସରକାରୀ ବସରେ ଯିବା ପାଇଁ ଦିନ ରାତି ଚବିଶ ଘଣ୍ଟା ସହରର କେନ୍ଦ୍ରସ୍ଥଳୀରେ ଥିବା ବସଷ୍ଟାଣ୍ଡରେ ଯାତ୍ରୀଙ୍କ ଭିଡ ଲାଗି ରହେ । ମାତ୍ର ଏହା ଏବେ ଅବ୍ୟବସ୍ଥା ଘେରରେ ।

ଯାତ୍ରୀଙ୍କ ଆବଶ୍ୟକତାକୁ ଅନୁଭବ କରି ୧୯୯୩ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ କରକମଳରେ କୋରାପୁଟରେ ବିଶାଳ ଯାତ୍ରୀ ପ୍ରତିକ୍ଷାଳୟର ନିର୍ମାଣ କରାଗଲା । ଉଦଘାଟନ ସମୟରେ ବିଶାଳ ଦେଖାଯାଉଥିବା ଏହି ପରିସରଟି ଧୀରେ ଧୀରେ ସଂକୀର୍ଣ୍ଣ ହେବାକୁ ଲାଗିଲାଣି । ଯାତ୍ରୀ ବସକୁ ଅପେକ୍ଷା କରିବା ପାଇଁ ଥିବା ସ୍ଥାନରେ ଗାଈଗୋରୁ , ପନିପରିବାଠାରୁ ଆରମ୍ଭ କରି ଉଠା ଦୋକାନୀଙ୍କ ଭିଡ଼ ଲାଗି ରହୁଛି । ଫଳରେ ଯାତ୍ରୀ ଅନେକ ସମୟରେ ଠିଆ ହେବା ପାଇଁ ମଧ୍ୟ ସ୍ଥାନ ପାଆନ୍ତି ନାହିଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ବସଷ୍ଟାଣ୍ଡ ପ୍ରତିକ୍ଷାଳୟରେ ଦେଖାଦେଇଥିବା ଏହି ଅସୁବିଧାକୁ ଦୂର କରିବା ପାଇଁ ତତ୍କାଳୀନ କୋରାପୁଟ ବିଜ୍ଞାପିତ ପରିଷଦ ତରଫରୁ କୋଠାର ଛାତ ଉପରେ ଦୋକାନ ଘର ତିଆରି କରିବାର ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପରିଷଦରେ ନେତୃବୃନ୍ଦଙ୍କ ମଧ୍ୟରେ ଏହି ନିର୍ମାଣ କାର୍ଯ୍ୟର ଧାରାକୁ ନେଇ ସହମତି ହୋଇ ପାରୁନାହିଁ । ଉଭୟପକ୍ଷ ପରସ୍ପର ବିରୁଦ୍ଧରେ ଅଭିଯୋଗ ନେଇ କୋର୍ଟର ଦ୍ବାରସ୍ଥ ହେଲେ । ପାଖାପାଖି କୋଡିଏ ବର୍ଷ ପରେ ମଧ୍ୟ କେସ୍‌ ଅଧାରେ ରହିଥିବା ଯୋଗୁଁ ବର୍ଷାପାଣି ଖାଇ ପଡିରହିଥିବା ଏହି ଘରଟିର ନିର୍ମାଣ କାର୍ଯ୍ୟ ମଧ୍ୟ ଅସମ୍ପୂର୍ଣ୍ଣ ହୋଇପଡିଛି ।

ବର୍ଷାରେ ଭିଜିଯାଇଥିବା ଛାତ ଉପରର ଏହି ଘରଟି ବସଷ୍ଟାଣ୍ଡ ଭବନକୁ ଆସୁଥିବା ଯାତ୍ରୀଙ୍କୁ ଗତକିଛି ବର୍ଷ ହେବ ଭୟଭୀତ କରାଉଛି । ଏଥିରୁ ଇଟା ଓ ସିମେଣ୍ଟ ପଡି ଲୋକେ କ୍ଷତବିକ୍ଷତ ହେବା ସହ ଗାଡି ଗୁଡିକୁ ମଧ୍ୟ କ୍ଷତି ପହଞ୍ଚାଇଥିବା ଅଭିଯୋଗ ହୋଇଛି ।

ଏହସହ ବସଷ୍ଟାଣ୍ଡ ଭବନ ଚାରିପାଖେ ହାଟ ଯୋଗୁଁ ଅଟୋ, ମଟରସାଇକେଲ ଓ ଅନ୍ୟାନ୍ୟ ଯାନବାହନ ଅନିୟନ୍ତ୍ରିତ ଭାବେ ଚଳପ୍ରଚଳ ତଥା ପାର୍କିଂ କରୁଥିବା ଫଳରେ ବସ୍‌ ଗୁଡିକ ଚଳପ୍ରଚଳ ହେବା ପାଇଁ ରାସ୍ତା ସଂକୀର୍ଣ୍ଣ ହୋଇପଡିଛି । ଫଳରେ ଅନେକ ଦୂରଗାମୀ ବସ୍‌ ବସଷ୍ଟାଣ୍ଡରୁ ପ୍ରାୟ ୨୦୦ ମିଟର ଦୂରରେ ଥିବା ଜାତୀୟ ରାଜପଥ ଉପରେ ଯାତ୍ରୀଙ୍କୁ ଛାଡି ଦେଇ ଚାଲିଯାଉଛନ୍ତି । ବସ୍‌ ଷ୍ଟାଣ୍ଡଟି କୋରାପୁଟ ଟାଉନ୍ ଥାନା ସମ୍ମୁଖରେ ଥିଲେ ହେଁ ଟ୍ରାଫିକ ପରିଚାଳନା କ୍ଷେତ୍ରରେ ଏହିପରି ଅବ୍ୟବସ୍ଥାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

New Delhi, July 24 (ANI): Air Chief Marshal Birender Singh Dhanoa paid homage at the National War Memorial in New Delhi on July 23. Wife of late Squadron Leader Ajay Ahuja along with wife of Late Subedar Mohd Shafi also paid homage on the occasion. National War Memorial was dedicated by the Prime Minister Narendra Modi on 25 Feb 2019 to all Martyrs of the Armed Forces of India who have made supreme sacrifice for the nation.
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.