ETV Bharat / state

ଲଘୁ ଶସ୍ୟ ଉତ୍ପାଦନ କରି ଆଦିବାସୀ ଚାଷୀଙ୍କ ପ୍ରକୃତିର ସଂରକ୍ଷଣ - natural enviroment

ବିନା କୌଣସି ରାସାଯନିକ ସାର କିମ୍ବା ଔଷଧ ବ୍ୟବହାର ନକରି ନିଜ ପାରମ୍ପରିକ ପଦ୍ଧତିରେ ଚାଲିଛି ଲଘୁ ଶସ୍ୟ ଉତ୍ପାଦନ । ଅଧିକ ପଢନ୍ତୁ...

ଲଘୁ ଶସ୍ୟ ଉତ୍ପାଦନ କରି ଆଦିବାସୀ ଚାଷୀ କରିଆସିଛନ୍ତି ପ୍ରକୃତିର ସଂରକ୍ଷଣ

author img

By

Published : Jun 6, 2021, 6:42 AM IST

କୋରାପୁଟ: ବିଶ୍ଵ ପରିବେଶ ଦିବସରେ ସାରା ବିଶ୍ଵ ପ୍ରକୃତିର ସଂରକ୍ଷଣ କରିବା ଦିଗରେ ପଦକ୍ଷେପ ନେବା ପାଇଁ ସଂକଳ୍ପ ନେଉଥିବା ବେଳେ କୋରାପୁଟ ଅଞ୍ଚଳର ଆଦିବାସୀ ଚାଷୀ ପାରମ୍ପରିକ ପଦ୍ଧତିରେ ମାଣ୍ଡିଆ, ସୁଆଁ , ବାଜରା ଭଳି ବିଭିନ୍ନ ଲଘୁ ଶସ୍ୟ ଓ ଅଳସି ଭଳି ତୈଳବୀଜ ଜାତୀୟ ଶସ୍ୟ ଉତ୍ପାଦନ କରି ପ୍ରକୃତିର ସେବା ଓ ସଂରକ୍ଷଣ କରି ଆସିଛି ବୋଲି ମିଲେଟ ମିଶନ ସହିତ ସମ୍ପୃକ୍ତ କୃଷି ବିଶେଷଜ୍ଞ ତାପସ ଚନ୍ଦ୍ର ରାୟ ମତ ରଖିଛନ୍ତି ।

ଲଘୁ ଶସ୍ୟ ଉତ୍ପାଦନ କରି ଆଦିବାସୀ ଚାଷୀ କରିଆସିଛନ୍ତି ପ୍ରକୃତିର ସଂରକ୍ଷଣ

କୋରାପୁଟ ଅଞ୍ଚଳର ଅଧିକାଂଶ ଚାଷୀ ନିଜର ଛୋଟ ଛୋଟ ଚାଷ ଜମିରେ ବିନା କୌଣସି ରାସାଯନିକ ସାର ବା ଔଷଧ ବ୍ୟବହାର ନକରି ନିଜ ପାରମ୍ପରିକ ପଦ୍ଧତିରେ ଜୈବିକ ଖତର ପ୍ରୟୋଗ କରି ମୂଳତଃ ଲଘୁ ଶସ୍ୟ ଉତ୍ପାଦନ କରିଆସିଛନ୍ତି । ଲଘୁ ଶସ୍ୟ ଅତି କମ ଜଳ ପାଇ ମଧ୍ୟ ଫସଲ ଦେଇପାରୁଥିବା ଯୋଗୁଁ ଆଜି ଯେତେବେଳେ ସମଗ୍ର ବିଶ୍ଵ ଜଳ ଅଭାବରେ ହାହାକାର ହୋଇ କମ୍ ପାଣିରେ କେମିତି ଚାଷ କରିହେବ ।

ପ୍ରକୃତିର ଜୈବିକ ଉପାଦାନକୁ ପୁନରୁଦ୍ଧାର ତଥା ସଂରକ୍ଷଣ କରିହେବ ସେନେଇ ଚିନ୍ତିତ ଥିବା ବେଳେ କୋରାପୁଟ ଅଞ୍ଚଳର ଆଦିବାସୀଙ୍କ ପାରମ୍ପରିକ ଚାଷ ପ୍ରଣାଳୀରେ ଲଘୁ ଶସ୍ୟ ଉତ୍ପାଦନ କରିବାର ଧାରାରୁ ଅନେକ କିଛି ଶିକ୍ଷା ଗ୍ରହଣ କରିହେବ ବୋଲି ଶ୍ରୀ ରାଏ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.