ETV Bharat / state

5 ବର୍ଷରେ ଜିଲ୍ଲାପାଳଙ୍କ ଘର ସଜଡ଼ାରେ ଖର୍ଚ୍ଚ ହୋଇଛି 1.25 କୋଟି ଟଙ୍କା - koraput collector

ଗୋଟେ ପଟେ ରାଜ୍ୟ ସରକାର ଖର୍ଚ୍ଚ କାଟ ଉପରେ ଗୁରୁତ୍ବ ଦେଉଥିବାବେଳେ ଅନ୍ୟପଟେ ସରକାରୀ ବାବୁ ନିଜ ବଙ୍ଗଳାରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କୋରାପୁଟ ଜିଲ୍ଲାପାଳଙ୍କ ନିଜ ବାସଭବନ ଓ କାର୍ଯ୍ୟାଳୟ ମରାମତି ପାଇଁ ଗତ 5 ବର୍ଷରେ ଖର୍ଚ୍ଚ ହୋଇଛି 1 କୋଟି 25 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ..

5 ବର୍ଷରେ ଜିଲ୍ଲାପାଳଙ୍କ ଘର ସଜଡ଼ାରେ ଖର୍ଚ୍ଚ ହୋଇଛି 1.25 କୋଟି ଟଙ୍କା

author img

By

Published : Nov 22, 2020, 10:31 PM IST

କୋରାପୁଟ: ଗୋଟେ ପଟେ ରାଜ୍ୟ ସରକାର ଖର୍ଚ୍ଚ କାଟ ଉପରେ ଗୁରୁତ୍ବ ଦେଉଥିବାବେଳେ ଅନ୍ୟପଟେ ସରକାରୀ ବାବୁ ନିଜ ବଙ୍ଗଳାରେ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । କୋରାପୁଟ ଜିଲ୍ଲାପାଳଙ୍କ ନିଜ ବାସଭବନ ଓ କାର୍ଯ୍ୟାଳୟ ମରାମତି ପାଇଁ ଗତ 5 ବର୍ଷରେ ଖର୍ଚ୍ଚ ହୋଇଛି 1 କୋଟି 25 ଲକ୍ଷ ଟଙ୍କା । ସେହିପରି ପୋଲିସ ଏସପିଙ୍କ ବାସଭବନ ଓ କାର୍ଯ୍ୟାଳୟର ମରାମତି ପାଇଁ ପ୍ରାୟ ୩୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସୂଚନା ମିଳିଛି । ସରକାରୀ ଅଧିକାରୀମାନେ ନିଜ ବାସଭବନ ଓ କାର୍ଯ୍ୟାଳୟକୁ ଚକାଚକ କରିବା ପାଇଁ ସରକାରୀ ତହବିଲରୁ କିପରି ଆଖିବୁଜା ଖର୍ଚ୍ଚ କରୁଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

5 ବର୍ଷରେ ଜିଲ୍ଲାପାଳଙ୍କ ଘର ସଜଡ଼ାରେ ଖର୍ଚ୍ଚ ହୋଇଛି 1.25 କୋଟି ଟଙ୍କା
5 ବର୍ଷରେ ଜିଲ୍ଲାପାଳଙ୍କ ଘର ସଜଡ଼ାରେ ଖର୍ଚ୍ଚ ହୋଇଛି 1.25 କୋଟି ଟଙ୍କା

ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, କୋରାପୁଟ ଜିଲ୍ଲାପାଳ ଓ ଏସପିଙ୍କ ବାସଭବନ ତଥା କାର୍ଯ୍ୟାଳୟର ମରାମତି ପାଇଁ ୨୦୧୪ ରୁ ୨୦୧୯ ଭିତରେ ଆଖିବୁଜା ଖର୍ଚ୍ଚ ହୋଇଛି। ୨୦୧୪-୧୫ ରେ ଜିଲ୍ଲାପାଳଙ୍କ ବାସଭବନ ମରାମତି ପାଇଁ ୫ ଲକ୍ଷ ୩୯ ହଜାର ଟଙ୍କା ଖର୍ଚ୍ଚ ହୋଇଥିବାବେଳେ କାର୍ଯ୍ୟାଳୟ ପାଇଁ ଖର୍ଚ୍ଚ ହୋଇଛି ୭ ଲକ୍ଷ ୧୮ ହଜାର ଟଙ୍କା। ସେହିପରି ୨୦୧୫-୧୬ ରେ ବାସଭବନ ପାଇଁ ୧୫ ଲକ୍ଷ ୨୧ ହଜାର ଟଙ୍କା ଓ କାର୍ଯ୍ୟାଳୟ ପାଇଁ ୨୪ ଲକ୍ଷ ୨୧ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୬-୧୭ରେ ଅପେକ୍ଷାକୃତ କମ୍ ଖର୍ଚ୍ଚ ହୋଇଥିଲାବେଳେ ୨୦୧୭-୧୮ରେ ବାସଭବନ ମରାମତି ପାଇଁ ସାଢେ ୧୦ ଲକ୍ଷ ଓ କାର୍ଯ୍ୟାଳୟ ପାଇଁ ୧୬ ଲକ୍ଷ ୫୨ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡିଛି। ୨୦୧୮-୧୯ରେ ବାସଭବନ ପାଇଁ ୯ ଲକ୍ଷ ୨୬ ହଜାର ଓ କାର୍ଯ୍ୟାଳୟ ପାଇଁ ୩୦ ଲକ୍ଷ ୧୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି। କୋରାପୁଟ ଆରଆଣ୍ଡବି ପକ୍ଷରୁ ଏହି ତଥ୍ୟ ଆରଟିଆଇରେ ଦିଆଯାଇଛି। ଏତେ ଟଙ୍କା କେଉଁଠି ଓ କ’ଣ ପାଇଁ ଖର୍ଚ୍ଚ ହୋଇଛି ତାହା ଜଣାପଡି ନଥିଲେ ମଧ୍ୟ ଏମିତି ଖର୍ଚ୍ଚ ଅଧିକାରୀଙ୍କ ସୌଖିନ ମିଜାଜର ପରିଚୟ ଦେଇଥିବା ଅଭିଯୋଗ ଉଠିଛି।

ତଥ୍ୟ ଅନୁଯାୟୀ, ୫ ବର୍ଷରେ କୋରାପୁଟ ଜିଲ୍ଲାପାଳଙ୍କ ସରକାରୀ ବାସଭବନ ମରାମତି ପାଇଁ ଖର୍ଚ୍ଚ ହୋଇଛି ୪୨ ଲକ୍ଷରୁ ଅଧିକ ଟଙ୍କା । ଏସପିଙ୍କ କାର୍ଯ୍ୟାଳୟ ଓ ବାସଭବନର ମରାମତି ପାଇଁ କମ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ବହୁ ପଛରେ ନାହିଁ। ୨୦୧୪-୧୫ରେ ସାଢେ ୫ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଥିଲାବେଳେ ୧୫-୧୬ ରେ ସାଢେ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ୨୦୧୬-୧୭ରେ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି। ତେବେ ୨୦୧୭-୧୮ରେ ସାଢେ ୮ ଲକ୍ଷ ଟଙ୍କାରୁ ଅଧିକ ଓ ୨୦୧୮-୧୯ରେ ୧୨ ଲକ୍ଷ ୭୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଇଛି। ଏମିତି ଏସପିଙ୍କ କାର୍ଯ୍ୟାଳୟ ଓ ବାସଭବନ ମରାମତି ପାଇଁ ୫ ବର୍ଷରେ ୩୧ ଲକ୍ଷ ୬୧ ହଜାରରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏଥିରୁ ୧୮ ଲକ୍ଷ ୭୪ ହଜାର ଟଙ୍କା କେବଳ ବାସଭବନ ମରାମତି ପାଇଁ।

ବର୍ଷ ପରେ ବର୍ଷ କ୍ରମାଗତ ଭାବେ ବାସଭବନ ଓ କାର୍ଯ୍ୟାଳୟରେ ଏପରି ଭାବେ ଖର୍ଚ୍ଚ କିପରି କରାଗଲା ସେନେଇ ମୁଖ୍ୟମନ୍ତ୍ରୀ ଗୁରୁତର ସହ ବିଚାର କରି ଉପଯୁକ୍ତ ତଦନ୍ତ କରିବା ଆବଶ୍ୟକ ବୋଲି ଦାବି ହୋଇଛି । ଅପରପକ୍ଷରେ ଜିଲ୍ଲାପାଳଙ୍କ ବାସଗୃହର ମରାମତି କରିବା ଓ ରୁଚି ଅନୁଯାୟୀ କିଛି ପରିବର୍ତ୍ତନ ଆଣିବା ଏକ ସ୍ବାଭାବିକ ପ୍ରକ୍ରିୟା ହୋଇଥିଲେ ହେଁ ଏତେ ପରିମାଣରେ ଖର୍ଚ୍ଚ ହେବା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.