କୋରାପୁଟ: ମହାମାରୀ କୋରୋନା ଭୂତାଣୁ ବ୍ୟାପିବାରୁ ରୋକିବାକୁ 21 ଦିନ ଧରି ସାରା ଦେଶକୁ ଲକଡାଉନ ଘୋଷଣା ହୋଇଛି । ଏହି ସମୟରେ କୌଣସି ଜରୁରୀ କାମ ନଥିଲେ ଘରୁ ନହାହାରିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ମୁଖ୍ୟମନ୍ତ୍ରୀ ନବୀବ ମଧ୍ୟ ଜନତାଙ୍କୁ ଅପିଲ କରିଆସୁଥିଲେ ହେଁ , କୋରାପୁଟରେ ଜରୁରୀକାର୍ଯ୍ୟ ନଥିଲେ ବି ଲୋକେ ମୋଟର ସାଇକେଲରେ ସହରର ବେଧଡକ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି ।
ସମସ୍ତ ବାରଣକୁ ବେଖାତିର କରୁଥିବା ଏଭଳି ବାଇକ ଆରୋହୀଙ୍କୁ ଅଟକାଇ ସେମାନଙ୍କ ମଟର ସାଇକେଲକୁ ପୋଲିସ ଜବତ କରିଛି ପୋଲିସ। ନିଜେ ଏସଡିପିଓ ବଳଭଦ୍ର ଦୀପ ରାସ୍ତାରେ ଠିଆ ହୋଇ ଏ ଦିଗରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଇଛି ।
ଅଯଥା ତର୍କ କରୁଥିବା କିଛି ବାଇକ ଆରୋହୀଙ୍କ ମଟର ସାଇକଲକୁ ଏପ୍ରିଲ 15 ପରେ ଥାନାରୁ ଆସି ନେବା ପାଇଁ ଏସଡିପିଓ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ଦେଖି ସକାଳୁ ବେପରୁଆ ଭାବେ ଚାଲୁଥିବା ମୋଟର ସାଇକେଲ ଆରୋହୀଙ୍କ ସଂଖ୍ୟା ଅପରାହ୍ନ ବେଳକୁ ବହୁମାତ୍ରାରେ କମିଯାଇଥିବା ଦେଖାଯାଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ