ETV Bharat / state

କୋରାପୁଟରେ ମାଓ ଡମ୍ପ ଠାବ: ବିପୁଳ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଜବତ - କୋରାପୁଟରେ ମାଓ ଡମ୍ପ ଠାବ

Mao materials seized: କୋରାପୁଟରେ ମାଓ ଡମ୍ପ ଠାବ କଲେ ଏସଓଜି ଯବାନ । ବିପୁଳ ମାଓ ସାମଗ୍ରୀ ଜବତ । ଅଧିକ ପଢନ୍ତୁ

Mao materials seized
ମାଓ ଡମ୍ପ ଠାବ
author img

By ETV Bharat Odisha Team

Published : Dec 29, 2023, 2:25 PM IST

କୋରାପୁଟରେ ମାଓ ଡମ୍ପ ଠାବ: ବିପୁଳ ବିସ୍ଫୋରକ, ଅସ୍ତ୍ରଶସ୍ତ୍ର ଜବତ

କୋରାପୁଟ: ସୁରକ୍ଷା ବଳକୁ ସଫଳତା । କୋରାପୁଟରେ ମାଓ ଡମ୍ପ ଠାବ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ମାଛକୁଣ୍ଡ ଥାନା ଅଧୀନ କୋଡ଼ାପୁଟ ଓ ଗୁମୁଡ଼ାପୁଟ ଗାଁ ନିକଟସ୍ଥ ଜଙ୍ଗଲରୁ ମାଓ ସାମଗ୍ରୀ ଜବତ କରିଛି ପୋଲିସ । ସାଧାରଣ ବ୍ୟକ୍ତି କିମ୍ବା ଯବାନଙ୍କୁ ଟାର୍ଗେଟ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ମାଓବାଦୀ ମାନେ ମାଓ ସାମଗ୍ରୀ ଗଚ୍ଛିତ କରି ରଖିଥିଲେ । ବିପୁଳ ଅସ୍ତ୍ରଶସ୍ତ୍ର, ଆଇଟି ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିବା ସୂଚନା ମିଳିଛି ।

ଏସଓଜିର ଯବାନ ମାଓ ଡମ୍ପ ସମ୍ପର୍କରେ ସୂଚନା ପାଇବା ପରେ ଆନ୍ଧ୍ରପ୍ରଦେଶ, କୋରାପୁଟ, ମାଲକାନଗିରି ସୀମାବର୍ତ୍ତୀ ଓ ମାଖକୁଣ୍ଡ ପୋଲିସ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳରେ ଅନୁସନ୍ଧାନ ଆରମ୍ଭ କରିଥିଲେ । ପୋଲିସ କହିଛି ଯେ, ମାଓ ଡମ୍ପରୁ ଏକ ପିସ୍ତଲ, 14 ଗୁଳି, 7 କେଜି ବିଶିଷ୍ଟ 8 ଟି ଟିଫିନ୍ ବମ୍, 8 କେଜି ବିଶିଷ୍ଟ 8 ଟି ଟିଫିନ୍ ବମ୍, ୫୦ ମିଟରର କୋଡେକ୍ସ ୱେର୍, ୨ ଟି ଡିଟୋନେଟର, ଗୋଟିଏ ଷ୍ଟିଲ ହାଣ୍ଡି ଓ ଦୁଇଟି ଖାଲି ଖୋକା ଜବତ କରାଯାଇଛି।

ଏହା ମଧ୍ୟ ପଢନ୍ତୁ-କନ୍ଧମାଳ-ସିନ୍ଧିପଙ୍ଖାଳରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ, ବିପୁଳ ମାଓ ସାମଗ୍ରୀ ଜବତ

ପୋଲିସ ପକ୍ଷରୁ କୁହାଯାଇଛି ଯେ, ସାଧାରଣ ନାଗରିକ ଓ ସୁରକ୍ଷାବାହିନୀକୁ ଟାର୍ଗେଟ କରିବା ଲକ୍ଷ୍ୟରେ ମାଓ ସାମଗ୍ରୀ ଗୁଡିକ ଜଙ୍ଗଲରେ ରଖାଯାଇଥିଲା । ମାଓବାଦୀଙ୍କ ଆନ୍ଧ୍ର ଓଡ଼ିଶା ବୋର୍ଡର ସ୍ପେଶଲ୍ ଜୋନାଲ କମିଟି ଏହି ମାଓ ସାମଗ୍ରୀ ଲୁଚାଇ ରଖିଥିବା ଅନୁମାନ କରାଯାଉଛି । ସେମାନେ ତାଙ୍କର ଉପସ୍ଥିତି ଜାହିର କରିବା ପାଇଁ ଏପରି କରିଥାଇପାରନ୍ତି । ମାଓ ସାମଗ୍ରୀ ଜବତ ପରେ ଉକ୍ତ ଅଞ୍ଚଳରେ କୁମ୍ବି ଓ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି । ବହୁଦିନର ବ୍ୟବଧାନରେ ଜିଲ୍ଲାରୁ ମାଓ ସାମଗ୍ରୀ ଜବତ ହୋଇଛି । ବର୍ତ୍ତମାନ ମାଓବାଦୀ ଉକ୍ତ ଅଞ୍ଚଳରେ ପୁଣିଥରେ ସକ୍ରିୟ ହୋଇଥିବା ଚର୍ଚ୍ଚା ହେଉଛି ।

ଗତ ବର୍ଷ ମେ ମାସରେ ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ପାଚିଙ୍ଗ ଓ ବାଲ୍କାପାଇ ଜଙ୍ଗଲ ମଧ୍ୟରୁ ଓ ମାଓ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା । ମାଟିତଳୁ ପୋଲିସ ଓ ବିଏସଏଫର ମିଳିତ ପ୍ରୟାସରେ ବିପୁଳମାଓ ସାମଗ୍ରୀ ଜବତ ହୋଇଥିଲା । ଅସ୍ତ୍ରଶସ୍ତ୍ର ତଥା ତରଳ ଜିଲେଟିନକୁ ମାଟିତଳୁ ଉଦ୍ଧାର କରିଥିଲା ପୋଲିସ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.