ETV Bharat / state

ସ୍କୁଲ ଖୋଲିବା ନେଇ ଅନିଶ୍ଚିତତା ମଧ୍ୟରେ ଛାତ୍ରଛାତ୍ରୀ

author img

By

Published : Jul 9, 2021, 3:36 PM IST

କେବେ ଖୋଲିବ ସ୍କୁଲ ଓ କେବେ ସ୍କୁଲ ଯିବେ ଛାତ୍ରଛାତ୍ରୀ ? ଆଶା ଆଶଙ୍କାରେ ଛାତ୍ରଛାତ୍ରୀ ଓ ଅଭିଭାବକ । କୋରୋନା ଯୋଗୁଁ ଦୀର୍ଘ ଦେଢ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ରାଜ୍ୟରେ ଠିକ୍‌ରେ ଖୋଲୁନି ସ୍କୁଲ । କୌଣସି ବି ସମୟରେ ଯଦି ସ୍କୁଲ ଖୋଲିବାକୁ କୁହାଯାଏ, ତେବେ ପ୍ରସ୍ତୁତ ଥିବା କହିଛନ୍ତି ସରକାରୀ ଓ ବେସରକାରୀ ସ୍କୁଲର ଶିକ୍ଷୟିତ୍ରୀ । ଅଧିକ ପଢନ୍ତୁ...

ସ୍କୁଲ ଖୋଲିବା ନେଇ କେତେ ପ୍ରସ୍ତୁତ ରାଜ୍ୟର ସ୍କୁଲ ଗୁଡିକ  ?

କୋରାପୁଟ: କୋରୋନା ଯୋଗୁ ରାଜ୍ୟର ସମସ୍ତ ବିଦ୍ୟାଳୟ ପ୍ରାୟ ଦେଢ ବର୍ଷରୁ ଊର୍ଦ୍ଧ୍ବ ସମୟ ହେବ ବନ୍ଦ ରହିଛି । ଗତବର୍ଷ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ପାଦ ପଡିନଥିବାବେଳେ ଚଳିତ ବର୍ଷ ସ୍କୁଲ ଖୋଲିବା ନେଇ ଆଶା କରାଯାଉଛି । ବିଦ୍ୟାଳୟ ଖୋଲିବାର ସମ୍ଭାବନା ଥିବାରୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ନାମଲେଖା ଆରମ୍ଭ ହୋଇଯାଇଛି । ଉଭୟ ବିଦ୍ୟାଳୟ ଗୁଡିକରେ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କରାଯିବା ସହ ଅନଲାଇନରେ ପାଠପଢା ମଧ୍ୟ ଜାରି ରହିଛି । କୋରୋନାର ପ୍ରଥମ କୋପ ଟିକିଏ କମିବା ମାତ୍ରେ ଶିକ୍ଷା ବ୍ୟବସ୍ଥାକୁ ପୁଣି ସଜାଡିବା କସରତ ଆରମ୍ଭ ହୋଇଥିଲା କିନ୍ତୁ ଦ୍ବିତୀୟ ଲହର ଆସି ସବୁକିଛି ଓଲଟପାଲଟ କରିଦେଲା । ଫଳରେ ସ୍କୁଲ ଯିବାକୁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀ ପୁଣି ନିରାଶ ହୋଇଥିଲେ । କିନ୍ତୁ ଏବେ କୋରୋନାର କୋପ ସାମାନ୍ୟ କମିଥିବାବେଳେ ଆଗକୁ ସ୍କୁଲ ଖୋଲିବା ନେଇ ଆଶା କରାଯାଉଛି ।

ତେବେ କୌଣସି ବି ସମୟରେ ଯଦି ସ୍କୁଲ ଖୋଲିବାକୁ କୁହାଯାଏ, ତେବେ ସରକାରୀ ସ୍କୁଲ ଗୁଡିକ ଏନେଇ ପୁରା ପ୍ରସ୍ତୁତ ଥିବା କହିଛନ୍ତି କୋରାପୁଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନା ସ୍ଵାଇଁ । ତେବେ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ଆଡମିସନ କମିଥିଲେ ସୁଦ୍ଧା ସରକାରୀ ବିଦ୍ୟାଳୟରେ ପାଠ ପଢିବାକୁ ଅନେକ ପ୍ରାଇଭେଟ ସ୍କୁଲର ପିଲାମାନେ ମନବଳାଇଛନ୍ତି ବୋଲି କହିଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ ।

କୋରୋନା ଯୋଗୁଁ ସ୍କୁଲ ବନ୍ଦ ଥିବାରୁ ଘରୋଇ ସ୍କୁଲ ଗୁଡିକରେ ମଧ୍ୟ ପିଲାଙ୍କ ଆଡମିସନ କମିଛି । ଏଥି ସହ ଛାତ୍ରଛାତ୍ରୀ ଅନଲାଇନ ପାଠ ପଢୁଥିବାବେଳେ ସେମାନଙ୍କ ଠୁ ଫିସ ମଧ୍ୟ ନିଆଯାଉଛି । ସ୍କୁଲର ମେଣ୍ଟେନାନ୍ସ ପାଇଁ କିଛି କ୍ଷେତ୍ରରେ ଫିସ ନିଆଯାଉଛି । ଏହା ସତ୍ତ୍ବେବି ଘରୋଇ ସ୍କୁଲ ଗୁଡିକ ମଧ୍ୟ କୌଣସି ବି ସମୟରେ ସ୍କୁଲ ଖୋଲିବାକୁ ପ୍ରସ୍ତୁତ ଥିବା କହିଛନ୍ତି ପ୍ରେଟୀ ପେଟାଲ୍ସ ଇଂରାଜୀ ବିଦ୍ୟାଳୟ ଅଧ୍ୟକ୍ଷା ମାଧୁରୀ ପଟ୍ଟନାୟକ ।

ଅନ୍ୟପଟେ ପ୍ରାଇଭେଟ ସ୍କୁଲ ଗୁଡିକରେ ଅନଲାଇନ କ୍ଲାସ କରାଯାଇ ଫିସ ଦେଉଥିବା ଅଭିଭାବକ ଏବେ ନିଜ ପିଲାଙ୍କୁ ଗମେଣ୍ଟ ସ୍କୁଲରେ ପାଠ ପଢେଇବାକୁ ମନ ବଳାଇଛନ୍ତି ବେଲି କହିଛନ୍ତି କୋରାପୁଟ ବିଇଓ ଶ୍ରୀକାନ୍ତ ଜାନୀ । ଏଥି ସହ କହିଛନ୍ତି ଯେ ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ସ୍ଵାଗତ ଜଣାଇବା ପାଇଁ ପ୍ରସ୍ତୁତ ରହିଛି, କେବଳ ସରକାରଙ୍କ ନିର୍ଦ୍ଦେଶକୁ ଅପେକ୍ଷା ଥିବା କହିଛନ୍ତି ବ୍ଲକ ଶିକ୍ଷାଧିକାରୀ । ବର୍ତ୍ତମାନ ନାମଲେଖାର ଗତି ଶିଥିଳ ପଡିଥିବାବେଳେ ବିଦ୍ୟାଳୟ ଖୋଲିଗଲା ପରେ ପୁଣି ପିଲାମାନେ ବିଦ୍ୟାଳୟ ଗୁଡିକୁ ଫେରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି ।

କୋରାପୁଟକୁ ସିଏଚ ଶାନ୍ତାକାର , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.