ETV Bharat / state

ଗୁପ୍ତେଶ୍ଵର ମନ୍ଦିର ସାମ୍ନାରୁ ହଟିବ ଘର ଓ ବଜାର, ସରକାର ଦେଲେ କୋଟିଏ

author img

By

Published : Sep 9, 2021, 9:05 AM IST

ଏଥର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ମନ୍ଦିର । ତେବେ ଏହାର ସାମଗ୍ରିକ ବିକାଶ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରି ଯୋଜନା ପ୍ରସ୍ତୁତ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର । ଅଧିକ ପଢନ୍ତୁ...

ଗୁପ୍ତେଶ୍ଵର ମନ୍ଦିର ସାମ୍ନାରୁ ହଟିବ ଘର ଓ ଦୋକାନ ବଜାର

କୋରାପୁଟ: ଏଥର ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ଵର ମନ୍ଦିର । ମନ୍ଦିରର ସୌନ୍ଦର୍ଯ୍ୟକରଣ ସମେତ ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର୍ଯ୍ୟଟକ ଓ ଭକ୍ତଙ୍କୁ ସ୍ବତନ୍ତ୍ର ଅନୁଭୂତି ପ୍ରଦାନ ପାଇଁ ଏଥିରେ ବ୍ୟାପକ ବ୍ୟବସ୍ଥା କରାଯାଉଛି। ତେବେ ଗୁପ୍ତେଶ୍ଵରରେ ଗୁମ୍ଫା ମନ୍ଦିର ସମ୍ମୁଖ ଭାଗରେ ଥିବା ସମସ୍ତ ଘର , ଦୋକାନ, ବଜାରକୁ ଭାଙ୍ଗି ଦେଇ ଏକ ମୁକ୍ତ ସ୍ଥାନ ସୃଷ୍ଟି କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ଜଣାଇଛନ୍ତି । ଏହାସହ ସେମାନଙ୍କ ପାଇଁ ଏକ ମାର୍କେଟ କମ୍ଲେକ୍ସର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି ।

ଏପଟେ ଗୁପ୍ତେଶ୍ଵରର ସାମଗ୍ରିକ ବିକାଶ କରିବା ପାଇଁ ସମ୍ପୃକ୍ତ ଅଧିକାରୀଙ୍କ ସହ ଅକ୍ତର ବିସ୍ତୃତ ଆଲୋଚନା କରି ଯୋଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ ମନ୍ଦିରଠାରୁ ପ୍ରାୟ 200 ମିଟର ଦୂରରେ ଗାଡି ପାର୍କିଂ ହେଉଥିବା ସ୍ଥାନରେ ଏକ ମାର୍କେଟିଙ୍ଗ କମ୍ପ୍ଲେକ୍ସ ନିର୍ମାଣ କରାଯିବ । ମନ୍ଦିର ନିକଟରେ କୌଣସି ସ୍ଥାୟୀ ଘର ନ ରହିବା ସହ ତା ସମ୍ମୁଖ ଭାଗରେ କୌଣସି ଗାଡି ମଟରକୁ ମଧ୍ୟ ରହିବା ପାଇଁ ସୁଯୋଗ ଦିଆଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ଏତଦବ୍ୟତୀତ ଗୁପ୍ତେଶ୍ଵର ନିକଟ ଦେଇ ବୋହିଯାଉଥିବା ଶବରୀ ନଦୀ କୂଳରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ବ୍ୟବସ୍ଥା କରାଯିବ । ଏବଂ ସମଗ୍ର ଅଞ୍ଚଳକୁ ପରିଷ୍କାର ରଖିବା ପାଇଁ ମଧ୍ୟ ଯୋଜନା କରାଯାଇଛି । ଏପଟେ ଓଡ଼ିଶା ସରକାରଙ୍କ ପକ୍ଷରୁ ଏନେଇ ଏକ କୋଟି ଟଙ୍କା ମିଳିଥିବା ଜିଲ୍ଲାପାଳ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.