ETV Bharat / state

ବର୍ଷାରେ ବେହାଲ କୋରାପୁଟ, ଜିଲ୍ଲାରେ ୭୩୫ମିମି ବର୍ଷା ରେକର୍ଡ - ଲଘୁଚାପ ଯୋଗୁଁ ବଢୁଛି ନଦୀର ଜଳସ୍ତର

ଗୋଟିଏ ପରେ ଗୋଟିଏ ଲଘୁଚାପ ଯୋଗୁଁ ବଢୁଛି ନଦୀର ଜଳସ୍ତର । ଲଘୁଚାପ ଜନିତ ବର୍ଷାରେ ବେହାଲ କୋରାପୁଟ । ଜିଲ୍ଲାରେ ସର୍ବମୋଟ ୭୩୫ମିମି ବର୍ଷା ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ

ଲଘୁଚାପ ବର୍ଷାରେ ବେହାଲ କୋରାପୁଟ
ଲଘୁଚାପ ବର୍ଷାରେ ବେହାଲ କୋରାପୁଟ
author img

By

Published : Aug 20, 2022, 6:19 PM IST

କୋରାପୁଟ: ଲଘୁଚାପ ଜନିତ ବର୍ଷାରେ ବେହାଲ କୋରାପୁଟ । ଗୋଟିଏ ପରେ ଗୋଟିଏ ଲଘୁଚାପ ଯୋଗୁଁ ବଢୁଛି ନଦୀର ଜଳସ୍ତର । କୋରାପୁଟ ଜିଲ୍ଲାରେ ବର୍ଷା ଛାଡିବାର ନାଁ ଧରୁନାହିଁ । ୨୪ ଘଣ୍ଟା ଧରି କୋରାପୁଟ ଜିଲ୍ଲାରେ ଅବିରତ ବର୍ଷା ଲାଗିଥିବାବେଳେ ଜିଲ୍ଲାରେ ମୋଟ ୭୩୪ ମିମି, କୋରାପୁଟରେ ୪୬.୦୬ମିମି ଓ ଜୟପୁରରେ ୭୧.୦୮ ମିମି ବର୍ଷା ହୋଇଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଲମତାପୁଟରେ ସର୍ବାଧିକ ୧୦୨.୦୨ ବର୍ଷା ରେକର୍ଡ କରାଯାଇଛି ।

ଲଘୁଚାପ ବର୍ଷାରେ ବେହାଲ କୋରାପୁଟ

ଶୁକ୍ରବାର ଠାରୁ ଶନିବାର ସକାଳ ୫ଟା ଯାଏଁ ଜିଲ୍ଲାରେ ମୋଟ ୭୩୫ମିମି ବର୍ଷା ରେକର୍ଡ ହୋଇଥିବାବେଳେ ହାରାହାରି ୫୨.୪୪ ମିମି ବର୍ଷା ହୋଇଥିବା ଜଣାପଡିଛି । ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ହେଉଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । କୋଲାବ ଜଳଭଣ୍ଡାରରେ ଜଳ ସ୍ତର ୮୫୧.୫୩ ମିଟରରେ ପହଞ୍ଚିଥିବା ସୂଚନା ରହିଛି ।

ସେହିପରି ତେଲେଙ୍ଗୀରି ଜଳଭଣ୍ଡାରରେ ଜଳସ୍ତର ୬୩୦.୧୦ ମିଟରରେ ପହଞ୍ଚିଥିବା ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟାଳୟ ତରଫରୁ ସୂଚନା ଦିଆଯାଇଛି । ଗତ ବର୍ଷ ଅପେକ୍ଷା ଏହି ଦୁଇଟି ଜଳଭଣ୍ଡାରରେ ଜଳସ୍ତର ଅଧିକ ରହିଥିବା ଯୋଗୁଁ ଆସନ୍ତା ଦିନରେ ଜଳ କଷ୍ଟ ଗତ ବର୍ଷ ତୁଳନାରେ କମ ରହିପାରେ ବୋଲି ଲୋକେ ଆଶା ବାନ୍ଧିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.