କୋରାପୁଟ: ଲଘୁଚାପ ହେତୁ ସାରା ରାଜ୍ୟରେ ବର୍ଷା ଜାରି ରହିଥିବାବେଳେ କୋରାପୁଟରେ ପ୍ରବଳ ବର୍ଷା ଜାରି ରହିଛି । ତେଣୁ ତେଲେଙ୍ଗିରି ଜଳସେଚନ ଡ୍ୟାମର ଦୁଇଟି ଗେଟ ଖୋଲି ଦିଆଯାଇଛି ।
ତେବେ ଗତ ଦୁଇ ଦିନ ହେବ କୋରାପୁଟ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବୃଷ୍ଟିପାତ ହୋଇଛି । ଜଳସ୍ତର ବୃଦ୍ଧି ହେତୁ ତେଲେଙ୍ଗିରି ଜଳସେଚନ ଡ୍ୟାମର ଦୁଇଟି ଗେଟ ଖୋଲି ଦିଆଯାଇଛି ।
ତେବେ ଏହି ପାଣି କେନାଲ ଯୋଗେ ବୋରିଗୁମ୍ମା ଓ ଜୟପୁର ବ୍ଲକର ଅନେକ ଅଞ୍ଚଳକୁ ବହିଯିବାର ସମ୍ଭାବନା ଥିଲାବେଳେ ଜଳର ପରିମାଣ କମ ଥିବାରୁ ଆତଙ୍କିତ ହେବାର କୌଣସି କାରଣ ନଥିବା ଜିଲ୍ଲା ଆପାତକାଳୀନ ଅଧିକାରୀ ସିଦ୍ଧାନ୍ତ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।
କୋରାପୁଟରୁ ସି ଏଚ୍ ଶାନ୍ତାକାର, ଇଟିଭି ଭାରତ