କୋରାପୁଟ: ରୋଗୀଙ୍କ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସ୍ବାସ୍ଥ୍ୟ ବୀମା ଯୋଜନା ପ୍ରସ୍ତୁତ କରିଛନ୍ତି । ହେଲେ ସହୀଦ ଲକ୍ଷ୍ମଣ ନାୟକ ଭେଷଜ ମହାବିଦ୍ୟାଳୟର ଚିକିତ୍ସାଳୟରେ କାମରେ ଆସୁନି ରାଜ୍ୟ ସରକାରଙ୍କ ବିଜୁ କୃଷକ କଲ୍ୟାଣ କାର୍ଡ ।
2012ରେ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳନ ହୋଇଥିବା ସ୍ବାସ୍ଥ୍ୟ କାର୍ଡ ସ୍ଥାନରେ ରାଜ୍ୟ ସରକାର ବିଜୁ କୃଷକ କଲ୍ୟାଣ କାର୍ଡ ଆରମ୍ଭ କରିଥିଲେ । ରୋଗୀଙ୍କୁ 70 ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦେଉଥିବା ଏହି ଯୋଜନାରେ ଅନ୍ତର୍ଭୁକ୍ତ ଏସ-2 କାର୍ଡ ବର୍ତ୍ତମାନ କେବଳ ବେସରକାରୀ ହସ୍ପିଟାଲରେ କାର୍ଯ୍ୟକାରୀ ହେଉଛି । ସେହିପରି ଏସ-1 କାର୍ଡରେ ରୋଗୀ ସରକାରୀ ଚିକିତ୍ସାଳୟରେ 30 ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ପାଇପାରିବେ ।
ଆସନ୍ତା ବର୍ଷ ମାର୍ଚ୍ଚ ମାସ ୨୦ ତାରିଖ ପର୍ଯ୍ୟନ୍ତ ଏହି କାର୍ଡ ଚାଲୁ ରହିଥିବା ବେଳେ ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରୁଥିବା ୧୮ ଜଣ କର୍ମଚାରୀଙ୍କୁ ଛଟେଇ ନୋଟିସ ଦିଆଯାଇଛି । ଯହାଦ୍ବାରା ଛଟେଇ କର୍ମଚାରୀଙ୍କ ମଧ୍ୟ ଜୀବନ ଜୀବିକାର ମାର୍ଗ ବନ୍ଦ ହୋଇଥିବା କହିଛନ୍ତି ଏହି କାର୍ଡର ସୁବିଧା ଯୋଗାଉଥିବା କର୍ମଚାରୀ ସଶ୍ମିତା ରାଣୀ ରାଉତ । ସେପଟେ ଏସମ୍ପର୍କରେ ଜିଲ୍ଲା ପ୍ରଶାସନକୁ ପଚରାଯିବାରୁ ଉଚ୍ଚତର ବିଭାଗୀୟ ଅଧିକାରୀଙ୍କ ସହ ଚର୍ଚ୍ଚା କରିବା କହି ନିଜ ଉପରୁ ଦାୟିତ୍ବ ଖସାଉଥିବା ସେ କହିଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ