ETV Bharat / state

ଜମିରେ ଚାଷ କରି ପ୍ରକଳ୍ପକୁ ବିରୋଧ କଲା ହାଲ ବିସ୍ଥାପିତ ସଂଘ

ବିସ୍ଥାପିତଙ୍କ ସମସ୍ୟା ପ୍ରତି ସରକାର ଅଣଦେଖା କରିଥିବା ଅଭିଯୋଗ କରି ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ନିର୍ମାଣ କାର୍ଯ୍ୟସ୍ଥଳୀରେ ହାଲ ବିସ୍ଥାପିତ ସଂଘ ଗୁରୁବାର ହଳ ବୁଲାଇ ପ୍ରତିବାଦ କରିଛି । ଅଧିକ ପଢନ୍ତୁ...

author img

By

Published : Aug 27, 2020, 7:28 PM IST

ଜମିରେ ଚାଷ କରି ପ୍ରକଳ୍ପକୁ ବିରୋଧ କଲା ହାଲ ବିସ୍ଥାପିତ ସଂଘ
ଜମିରେ ଚାଷ କରି ପ୍ରକଳ୍ପକୁ ବିରୋଧ କଲା ହାଲ ବିସ୍ଥାପିତ ସଂଘ

କୋରାପୁଟ: ସୁନାବେଡାରେ ହାଲ ବିମାନ ଇଞ୍ଜିନ ଡିଭିଜନ ନିକଟରେ ସେଣ୍ଟ୍ରାଲ କ୍ୟାଟେଲ ବ୍ରିଡିଙ୍ଗ ଫାର୍ମ, ସିସିବିଏଫ ଠାରେ ନିର୍ମାଣ କରାଯାଉଛି । ଏହି ଅତ୍ୟାଧୁନିକ ଗବେଷଣା କେନ୍ଦ୍ର ନିର୍ମାଣ କାର୍ଯ୍ୟକୁ ହାଲ ବିସ୍ଥାପିତ ସଂଘ ଗୁରୁବାର ସେହି ସ୍ଥାନରେ ହଳ ବୁଲାଇ ଚାଷ କାମ ଆରମ୍ଭ କରି ବିରୋଧ କରିଛି ।

ସଂଘର ସଭାପତି ତ୍ରିଲୋଚନ ମୁଦୁଲିଙ୍କ କହିବାନୁଯାୟୀ, 1961 ମସିହାରେ ରାଜ୍ୟ ସରକାର ସାଧାରଣ ଜନତାଙ୍କର 12 ହଜାର ଏକର ଜମିକୁ ହାଲ, ସିସିବିଏଫ ଭଳି ଅନୁଷ୍ଠାନ ଗୁଡିକୁ ବାଣ୍ଟି ଦେଇଥିଲେ । କିନ୍ତୁ ଏବେ ଯେତବେଳେ, ସିସିବିଏଫରେ କିଛି କାମ କରିବାର ସୁଯୋଗ ଆସିଛି ସେତେବେଳେ, ଜମିହରାଙ୍କୁ ମୂଲିଆ ଭାବେ ରୋଜଗାର କରିବାର ସୁଯୋଗ ମଧ୍ୟ ମିଳିନଥିବାରୁ ସଂଘ ଗତ ସପ୍ତାହରେ କୋରାପୁଟ ଜିଲ୍ଲାପାଳଙ୍କ ମାଧ୍ୟମରେ ସରକାରଙ୍କୁ ନିଜ ପ୍ରତିବାଦକୁ ଜଣାଇ ଏଥିରେ ସୁଧାର ଆଣିବା ପାଇଁ ଏକ ସପ୍ତାହ ସମୟ ଦେଇଥିଲା । କିନ୍ତୁ ସପ୍ତାହକର ସମୟସୀମା ଗଡି ଯାଇଥିଲେ ହେଁ ବିସ୍ଥାପିତଙ୍କ ସମସ୍ୟା ପ୍ରତି ସରକାର ଅଣଦେଖା କରିଛନ୍ତି । ଏଥି ଯୋଗୁଁ ପୂର୍ବରୁ କହିଥିବା ଭଳି ଆଜି ସଂଘର ସଦସ୍ୟ ମାନେ ସମ୍ମିଳିତ ଭାବେ ନିର୍ମାଣ ସ୍ଥଳୀରେ ହଳ ବୁଲାଇ ଚାଷ କାମ ଆରମ୍ଭ କରିଥିବା ଶ୍ରୀ ମୁଦୁଲି ଜଣାଇଛନ୍ତି ।

ସଂଘର ଦାବି ଗ୍ରହଣ ହେବା ପର୍ଯ୍ୟନ୍ତ ଏହି ବିରୋଧ ଚାଲୁରହିବ ବୋଲି ସେ ଚେତାବନୀ ଜଣାଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.