ETV Bharat / state

କୋରାପୁଟ କଫି ସହ ସରିଲା ରାଜ୍ୟପାଳଙ୍କ ତିନି ଜିଲ୍ଲା ଗସ୍ତ

କୋରାପୁଟ କଫିର ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କ ତିନୋଟି ଜିଲ୍ଲା ଗସ୍ତ ମଙ୍ଗଳବାର ଅପରାହ୍ନରେ ସମାପ୍ତ ହୋଇଛି । ଗତ ସୋମବାର ଠାରୁ ରାଜ୍ୟପାଳ 2ଟି ଜିଲ୍ଲା ଗସ୍ତ କରିବା ପରେ ମଙ୍ଗଳବାର କୋରାପୁଟ ଜିଲ୍ଲା ଗସ୍ତ କରିଥିଲେ ।

କୋରାପୁଟ କଫି ସହିତ ସରିଲା ରାଜ୍ୟପାଳଙ୍କ ତିନୋଟି ଜିଲ୍ଲା ଗସ୍ତ
author img

By

Published : Oct 22, 2019, 6:55 PM IST

କୋରାପୁଟ: ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସିଥିଲେ ରାଜ୍ୟପାଳ ଫ୍ରଫେସର ଗଣେଶୀ ଲାଲ । ଗତ ସୋମବାର ଠାରୁ ରାଜ୍ୟପାଳ ମାଲକାନଗିରି, ନବରଙ୍ଗପୁର ଜିଲ୍ଲା ଗସ୍ତ କରିବା ପରେ ମଙ୍ଗଳବାର କୋରାପୁଟ ଗସ୍ତରେ ଆସିଥିଲେ । ଏହି ଅବସରରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

କୋରାପୁଟ କଫି ସହିତ ସରିଲା ରାଜ୍ୟପାଳଙ୍କ ତିନୋଟି ଜିଲ୍ଲା ଗସ୍ତ

ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜନସାଧାରଣ ଓ ପିଲାଙ୍କ ମଧ୍ୟରେ ନୂତନ ଆଶାର ସଞ୍ଚାର କରିବା ବୋଲି କୋରାପୁଟ ଗସ୍ତ ଅବସରରେ କହିଛନ୍ତି ରାଜ୍ୟପାଳ । ସକାରାତ୍ମକ ଉଦ୍ୟମ କଲେ ସବୁକିଛି ସମ୍ଭବ, ସେହି ବିଶ୍ବାସ ଜାଗ୍ରତ କରାଇବା ପାଇଁ ଉଦ୍ଦିଷ୍ଟ ଥିବା ତାଙ୍କ ଏହି ଯାତ୍ରା ସଫଳ ହୋଇଥିବା ସେ କହିଛନ୍ତି ।

ଏହି ଅବସରରେ କୋରାପୁଟର କଫି ଉତ୍ପାଦନ ଠାରୁ ଆରମ୍ଭ କରି ପ୍ରକ୍ରିୟାକରଣ ତଥା ତାକୁ ନେଇ ଆଦିବାସୀଙ୍କ ସ୍ଵଚ୍ଛଳ ଅର୍ଥନୈତିକ ଅବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଉଥିବା ବ୍ୟବସ୍ଥାର ସଫଳ କାହାଣୀ ପ୍ରଦର୍ଶିତ କରାଯାଇଥିଲା । ତେବେ କଫି ଚାଷୀ କିପରି ପରିଶ୍ରମର ଉଚିତ୍‌ ମୂଲ୍ୟ ପାଇବେ ସେ ଦିଗରେ ପ୍ରଶାସନ ପ୍ରାଥମିକତା ଦେବା ଦରକାର ବୋଲି ରାଜ୍ୟପାଳ କହିଥିଲେ ।

ଏହାସହ କୋରାପୁଟରେ କଫି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ବାରା ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବହାରକୁ ନେଇ ରାଜ୍ୟପାଳ ସତର୍କ ଘଣ୍ଟି ବଜାଇଛନ୍ତି । ପ୍ରତିଦିନ ତାଙ୍କ କାର୍ଯ୍ୟାଳୟକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ଖଣିଜ ପାଣ୍ଠିର ଦୁରୂପଯୋଗ ନେଇ ଅଭିଯୋଗ ଆସୁଛି । ତେଣୁ ଏହି ପାଣ୍ଠିର ବ୍ୟବହାର କରାଯିବାବେଳେ ଚରମ ସତର୍କତା ଅବଲମ୍ବନ କରିବା ଦରକାର ବୋଲି ସେ ମତ ରଖିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:କୋରାପୁଟ କଫି ର ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କ ତିନୋଟି ଜିଲ୍ଲା ଗସ୍ତ ଆଜି ଅପରାହ୍ନରେ ସମାପ୍ତ ହେଲା । ଗତକାଲିଠାରୁ ଓଡ଼ିଶାର ରାଜ୍ୟପାଳ ଗଣେଶି ଲାଲ ମାଲକାନଗିରି , କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । Body:ଏହି ଗସ୍ତ ମାଧ୍ୟମରେ ଲୋକଙ୍କ ମଧ୍ୟରେ ଓ ବିଶେଷ କରି ପିଲାଙ୍କ ମଧ୍ୟରେ ନୂତନ ଆଶାର ସଂଚାର କରିବା ତାଙ୍କ ଉଦ୍ଦେଶ୍ୟ ରହିଛି ବୋଲି ଆଜି କୋରାପୁଟରୁ ବିଦାୟ ନେବା ପୂର୍ବରୁ ସର୍କିଟ ହାଉସ ଠାରେ ସାମ୍ବାଦିକଙ୍କୁ ଜଣାଇଛନ୍ତି । ସକାରାତ୍ମକ ଉଦ୍ୟମ କଲେ ସବୁକିଛି ଯେ ସମ୍ଭବ ସେହି ବିଶ୍ବାସ ଜାଗ୍ରତ କରାଇବା ପାଇଁ ଉଦ୍ଦିଷ୍ଟ ତାଙ୍କ ଏହି ଯାତ୍ରା ସଫଳ ହୋଇଥିବା ସେ ପ୍ରକାଶ କରିଛନ୍ତି । ତାଙ୍କ ଗସ୍ତର ଶେଷଭାଗରେ କୋରାପୁଟ ର କଫି ଉତ୍ପାଦନ ଠାରୁ ଆରମ୍ଭ କରି ପ୍ରକ୍ରିୟାକରଣ ତଥା ତାକୁ ନେଇ ଆଦିବାସୀଙ୍କ ସ୍ଵଚ୍ଛଳ ଅର୍ଥନୈତିକ ଅବସ୍ଥା ସୃଷ୍ଟି କରିବା ଉଦ୍ଦେଶ୍ୟରେ କରାଯାଉଥିବା ବ୍ୟବସାୟ ପର୍ଯ୍ୟନ୍ତ ଜିଲ୍ଲା ପ୍ରଶାସନର ଉଦ୍ୟମ ଓ ସଫଳତା କାହାଣୀର ପ୍ରଦର୍ଶନ କରାଯାଇଥିଲା । ତେବେ କୋରାପୁଟରେ କଫି ଚାଷର ବ୍ୟାପକ ସମ୍ଭାବନାକୁ ନେଇ ଖୁସି ହେବା ସମୟରେ କଫି ବଗିଚାରେ କାର୍ଯ୍ୟ କରୁଥିବା ଚାଷୀ ତା ପରିଶ୍ରମର ଉଚିତ ମୂଲ୍ୟ ପାଇବା ଦିଗରେ ପ୍ରଶାସନ ପ୍ରାଥମିକତା ଦେବା ଦରକାର ବୋଲି ରାଜ୍ୟପାଳ ମତ ଦେଇଥିଲେ । କୋରାପୁଟରେ କଫି ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲା ଖଣିଜ ପାଣ୍ଠିର ବ୍ୟବହାରକୁ ନେଇ ରାଜ୍ୟପାଳ ସତର୍କ ଘଣ୍ଟି ବଜାଇଛନ୍ତି । ପ୍ରତିଦିନ ତାଙ୍କ କାର୍ଯ୍ୟାଳୟକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଜିଲ୍ଲା ଖଣିଜ ପାଣ୍ଠିର ଦୁରୂପଯୋଗ ନେଇ ଅଭିଯୋଗ ଆସୁଛି ।Conclusion:ତେଣୁ ଏହି ପାଣ୍ଠିର ବ୍ୟବହାର କରାଯିବା ବେଳେ ଚରମ ସତର୍କତା ଅବଲମ୍ବନ କରିବା ଦରକାର ବୋଲି ସେ ମତ ରଖିଛନ୍ତି ।
........
ପ୍ରଫେସର ଗଣେଶି ଲାଲ , ରାଜ୍ୟପାଳ , ଓଡିଶା
......….
ଶାନ୍ତାକାର
କୋରାପୁଟ
..........
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.