ETV Bharat / state

ମହିଳା ଦିବସରେ ସମ୍ମାନିତ ହେଲା କୋରାପୁଟର କୁନିଝିଅ, ମଦ୍ୟପ ବାପା ଭୟରେ ଛାଡିଥିଲା ଘର - ଆନ୍ତର୍ଜାତିକ ମହିଳା ଦିବସ

ବୈଜ୍ଞାନିକ ହେବାକୁ ସପନ ଦେଖିଥିଲା କୁନି ଝିଅ । ହେଲେ ମଦ୍ୟପ ବାପାର ଆକ୍ରମଣ ଯୋଗୁଁ ଦିନେ ଘର ଛାଡିଥିବା ଝିଅକୁ ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସମ୍ମାନିତ କିରିଛି କୋରାପୁଟ ଜିଲ୍ଲା ପ୍ରଶାସନ ।

girl honours on the worlds womens day in koraput
ବୈଜ୍ଞାନିକ ହେବାକୁ ସପନ ଦେଖୁଛି ମଦ୍ୟପ ବାପା ଘରୁ ତଡିଦେଇଥିବା କୁନି ଝିଅ
author img

By

Published : Mar 8, 2021, 11:02 PM IST

କୋରାପୁଟ: ବୈଜ୍ଞାନିକ ହେବାକୁ ସପନ ଦେଖିଥିଲା କୁନି ଝିଅ । ହେଲେ ମଦ୍ୟପ ବାପାର ଆକ୍ରମଣ ଯୋଗୁଁ ଦିନେ ଘର ଛାଡିଥିବା ଝିଅକୁ ଆଜି ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସମ୍ମାନିତ କିରିଛି କୋରାପୁଟ ଜିଲ୍ଲା ପ୍ରଶାସନ ।

ବୈଜ୍ଞାନିକ ହେବାକୁ ସପନ ଦେଖୁଛି ମଦ୍ୟପ ବାପା ଘରୁ ତଡିଦେଇଥିବା କୁନି ଝିଅ

କିଛି ବର୍ଷ ପୂର୍ବରୁ ମଦ୍ୟପ ବାପା ହାତରେ ଟାଙ୍ଗିଆ ନେଇ ଆକ୍ରମଣ କରିବାକୁ ଆସିବାରୁ ନିଜ ଜୀବନ ବଞ୍ଚାଇବାକୁ ଯାଇ ମା’ ଓ ଭାଇ ସହ ଘରୁ ଧାଇଁ ପଳାଇ ଯାଇଥିଲେ । ଏବେ ଲମତାପୁଟ ବ୍ଲକର ଆଦର୍ଶ ବିଦ୍ୟାଳୟରେ ସପ୍ତମ ଶ୍ରେଣୀରେ ପାଠ ପଢୁଛନ୍ତି ।

ଲମତାପୁଟ ବ୍ଲକର ଚାଙ୍ଗିଡ଼ିପଡା ଗାଁରେ ବାପା ମା ଓ ଭାଇ ସହିତ ରହୁଥିବା ଏହି ଝିଅଟିକୁ ନିକଟବର୍ତ୍ତୀ ଆଉଡିପଡା ଗାଁ ର ମଙ୍ଗଳି ଶୀଶା ସେମାନଙ୍କୁ ଆଶ୍ରୟ ଦେଇଥିଲେ । ଏହା ସେ ଆଜି ଆନ୍ତର୍ଜାତିକ ମହିଳା ଦିବସରେ ଜିଲ୍ଲା ପ୍ରଶାସନ ଦ୍ବାରା ସମ୍ମାନିତ ହୋଇଥିବା ଅବସରରେ ଶ୍ରୀୟା କହିଥିଲେ । ମା କୁଲି କାମ କରି ଦୁଃଖ କଷ୍ଟରେ ଦୁଇ ଭାଇ ଭଉଣୀଙ୍କୁ ପାଠ ପଢ଼ାଇଥିବା ବେଳେ ଶ୍ରୀୟା ଓ ତାଙ୍କ ଭାଇ ମଧ୍ୟ ମାଆ ଙ୍କ କଷ୍ଟକୁ ଚିହ୍ନି ତାଙ୍କ ଉପରେ ମା ଦେଖିଥିବା ସ୍ବପ୍ନକୁ ସାକାର କରିବା ପାଇଁ ତିଳେ ହେଲେ ଅବହେଳା କରିନାହାନ୍ତି । ନିଜ ସାଧନାର ଫଳସ୍ବରୂପ ଭାଇ ଆଜି କୋରାପୁଟସ୍ଥିତ ନବୋଦୟ ବିଦ୍ୟାଳୟରେ ପଢ଼ୁଥିବା ବେଳେ ଶ୍ରୀୟା ଲମତାପୁଟ ସ୍ଥିତ ଆଦର୍ଶ ବିଦ୍ୟାଳୟରେ ସଫଳତାର ସହ ଅଧ୍ୟୟନ କରୁଛନ୍ତି ।

ଗତ ସ୍କୁଲ ପରୀକ୍ଷାରେ 98% ମାର୍କ ରଖିଥିବା ଶ୍ରୀୟା ସ୍ବପ୍ନ ଦେଖିଛନ୍ତି ଆଇନଷ୍ଟାଇନଙ୍କ ଭଳି ଜଣେ ବୈଜ୍ଞାନିକ ହେବା ପାଇଁ । ଶ୍ରୀୟାଙ୍କ କଠିନ ପରିଶ୍ରମ , ଏକାଗ୍ରତା ଓ ନିକ ସ୍ବପ୍ନକୁ ସାକାର କରିବା ଦିଗରେ ବଳିଷ୍ଠ ସାଧନାକୁ ମାନ୍ୟତା ଦେଇ ଆଜି ଜିଲ୍ଲା ପ୍ରଶାସନ ତରଫରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ଦ୍ବାରା ସମ୍ମାନିତ କରାଯାଇଥିବା ସ୍ବେଚ୍ଛାସେବୀ ରାଜଲକ୍ଷ୍ମୀ କହିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.