କୋରାପୁଟ: କାକିରୀଗୁମା ରେଳ ଲାଇନ କଡ଼ରୁ ଗୁରୁତର ଅବସ୍ଥାରେ ଶିଶୁ କନ୍ୟା ଉଦ୍ଧାର। ତେବେ ଶିଶୁଟିର ପରିଚୟ ମିଳିପାରିନାହିଁ । କୁକୁର ଝୁଣି ଥିବାରୁ ଶିଶୁ କନ୍ୟାର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ଯାହାକୁ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କୋରାପୁଟ ମେଡ଼ିକାଲ କଲେଜ ହସ୍ପିଟାଲକୁ ଆଣିଛନ୍ତି ।
ଚିକିତ୍ସା ଜାରି ରହିଥିବାବେଳେ, କାହାର ଏ ଶିଶୁ କନ୍ୟା କିଏ ଓ କାହିଁକି ତାକୁ ଏହି ସ୍ଥାନରେ ପକାଇଥିଲା ତାର କାରଣ ଜଣା ପଡ଼ିନାହିଁ ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ