କୋରାପୁଟ: ଅନେକ ସମୟରେ କୋରାପୁଟ ଜିଲ୍ଲାରେ ବିଶେଷ କରି ପଟ୍ଟାଙ୍ଗି ବ୍ଲକର କୁନ୍ଦୁଲି ଅଞ୍ଚଳରେ ଅଦାର ଅଭାବି ବିକ୍ରି ଲାଗି ରହୁଛି । କୋରାପୁଟ ଜିଲ୍ଲା ସୁପଟ୍ଟାଙ୍ଗି ବ୍ଲକର କୁନ୍ଦୁଲି ଅଞ୍ଚଳରେ ମୁଣ୍ଡ ଟେକିଥିବା ଏହି ମୁଖ୍ୟ ସମସ୍ୟାର ସମାଧାନ ପାଇଁ ଆଗେଇ ଆସି ନୂତନ ଆଶାର ଆଲୋକ ଦେଖାଇଛି ସଖା ଫାଉଣ୍ଡେସନ ।
ସଖା ଫାଉଣ୍ଡେସନର ସହଯୋଗରେ ସେମାନେ ଅଦା ଓ ବିଭିନ୍ନ ସଜ ପରିବା ଦାମନଯୋଡି, ସେମିଳିଗୁଡା ଓ ସୁନାବେଡ଼ା ଭଳି ସହରାଞ୍ଚଳରେ ବିକ୍ରି କରିପାରିଥିବା ବେଳେ ଅଦାକୁ ନେଇ ନିରନ୍ତର ଗବେଷଣା ଜାରି ରଖିଛନ୍ତି । ଅଦା ଚାଷ ମହିଳାଙ୍କୁ ଆଣିଦେଲା ରୋଜଗାର । ବିଭିନ୍ନ ସମୟରେ ତାଲିମ ପାଇ ଏହି ଗ୍ରୁପର ମହିଳା ଅଦା ଆଚାର, ଟଫି, ବରଫି, ସ୍କ୍ଵାସ ଓ ସୁଣ୍ଠି ତିଆରି କରି ସେମାନଙ୍କ ଉତ୍ପାଦକୁ ଅଭାବି ବିକ୍ରିରୁ ମୁକ୍ତି ଦେଇଛନ୍ତି ।
ଅଦାରୁ ତିଆରି ହୋଇଥିବା ସମସ୍ତ ଉତ୍ପାଦକୁ ବାହାର ବଜାରରେ ବିକ୍ରି କରୁଥିବା ବେଳେ ଅଦା ଟଫି ଓ ବିଶେଷ କରି ଅଦା ସ୍କ୍ବାସ ନିଜ ଗାଁ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ବହୁଳ ଭାବେ ବିକ୍ରି କରୁଛନ୍ତି । ଏହି ଅଞ୍ଚଳରେ ବିବାହ ବ୍ରତ ସମୟରେ ଅନ୍ୟ ସମସ୍ତ ଥଣ୍ଡା ପାନୀୟକୁ ପଛରେ ପକାଇ ଅଦା ସ୍କ୍ୱାସ୍ ବେଶ ଆଦୃତ ହୋଇଥିବା ନେଇ ସୂଚନା ଦେଇଛନ୍ତି ଉତ୍ପାଦକ ଦଳର ସଦସ୍ୟ ।
ତେବେ ବର୍ତ୍ତମାନ ସ୍ଥାନୀୟ ବଜାରରେ ସୁନାମ ଅର୍ଜନ କରିଥିବା ଏହି ଉତ୍ପାଦକ ଦଳର ଦକ୍ଷତା ଓ ଉତ୍ପାଦନ କ୍ଷମତା ବୃଦ୍ଧି କରି ବାହାର ବଜାରରେ ମଧ୍ୟ ଏକ ସ୍ଥାୟୀ ସ୍ଥାନ ଅକ୍ତିଆର କରିବାର ଲକ୍ଷ୍ୟ ରହିଥିବା ସଖା ଫାଉଣ୍ଡେସନର ସଭାପତି ଜୟନ୍ତୀ ଲୀମାଲ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ