ETV Bharat / state

ପୁସ୍ତକ ଉପହାର ଦେଇ ପିଲାଏ ବଢ଼ାଉଛନ୍ତି ଭାଇଚାରାର ସମ୍ପର୍କ - କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ

ବହି ପଢିବା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଅଭିନବ ପ୍ରୟାସ । ନିଜ ପାଇଁ ଓ ବନ୍ଧୁଙ୍କ ପାଇଁ ବହି କିଣିବା ଓ ବାଣ୍ଟିବା ପାଇଁ ଯୁବପୀଢ଼ିଙ୍କ ଭିତରେ ବଢ଼ୁଛି ଆଗ୍ରହ । ଅଦିକ ପଢ଼ନ୍ତୁ

ପୁସ୍ତକ ଉପହାର ଦେଇ ପିଲାଏ ବଢ଼ାଉଛନ୍ତି ଭାଇଚାରାର ସମ୍ପର୍କ

author img

By

Published : Apr 4, 2023, 7:59 PM IST

ପୁସ୍ତକ ଉପହାର ଦେଇ ପିଲାଏ ବଢ଼ାଉଛନ୍ତି ଭାଇଚାରାର ସମ୍ପର୍କ

କୋରାପୁଟ: କିଛି କାଗଜ ଉପରେ ଅକ୍ଷର ଓ ଚିତ୍ରର ସମାହାରକୁ ନେଇ ଯୁଗ ଯୁଗ ଧରି ମାନବ ସଭ୍ୟତାର ଇତିହାସକୁ ବହନ କରି ପୀଢ଼ି ପରେ ପୀଢ଼ିକୁ ନିଜ ଅସ୍ତିତ୍ବର ମୂଳ ଆଧାର ପ୍ରତି ସଚେତନ କରି ଆସିଛି ବହି । ମୋବାଇଲ, କମ୍ପ୍ୟୁଟର, ଟାବ୍ଲେଟ୍ ଭଳି ଯାନ୍ତ୍ରିକ ଉପକରଣ ଆସିବା ପରେ କିଛିବର୍ଷ ଧରି ଯୁବପୀଢ଼ି ପୁସ୍ତକରୁ ମୁହଁ ଫେରାଇନେଉଥିବା ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପୁଣି ବହି ପଢିବା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ନିଜ ପାଇଁ ଓ ବନ୍ଧୁଙ୍କ ପାଇଁ ବହି କିଣିବା ଓ ବାଣ୍ଟିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ।

କୋମଳମତି ଶିଶୁଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ ମାନେ ବହିକୁ ଏକ ଅତି ନିକଟରେ ଥିବା ବନ୍ଧୁ ବୋଲି କହୁଥିବା ବେଳେ ଅନେକ ପାଠାଗାରରେ ବହି ପଢିବା ପାଇଁ ସମୟ ବିତାଉଥିବା ଦେଖାଯାଇଛି । ପିଲାଙ୍କ ମଧ୍ୟରେ ଏହିପରି ପରିବର୍ତ୍ତନ ପରିଲକ୍ଷିତ ହେବା ଫଳରେ ନିଜ ପାଠ୍ୟ ପୁସ୍ତକକୁ ମଧ୍ୟ ଅତି ଯତ୍ନର ସହିତ ବ୍ୟବହାର କରିବା ଓ ସାଇତି ରଖିବାର ଅଭ୍ୟାସ ଦେଖାଯାଇଛି ବୋଲି କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ ବିଶ୍ୱାଳ ମତ ରଖିଛନ୍ତି । ଫଳରେ ଏହି ବିଦ୍ୟାଳୟରେ ଗତ ଶିକ୍ଷାବର୍ଷଠାରୁ ଗୋଟିଏ ଶ୍ରେଣୀରୁ ଉଚ୍ଚ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେବା ପରେ ନିଜ ବ୍ୟବହୃତ ପୁସ୍ତକଗୁଡିକୁ ନିଜ ଜୁନିଅର ଛାତ୍ରଛାତ୍ରୀଙ୍କୁ ଉପହାର ରୂପେ ପ୍ରଦାନ କରିବାର ଅଭ୍ୟାସ ଆରମ୍ଭ କରାଯାଇଥିବା ଏହି ବିଦ୍ୟାଳୟର ଅଧ୍ୟକ୍ଷ ଜଣାଇଛନ୍ତି । ପିଲାଙ୍କ ମଧ୍ୟରେ ନିଜ ସାନଭାଇ ଭଉଣୀଙ୍କୁ ନିଜ ପୁସ୍ତକକୁ ଉପହାର ଭାବେ ଦେବା ଓ ନିଜ ବଡ ଭାଇ ଭଉଣୀଙ୍କଠାରୁ ଉପହାର ଭାବେ ପୁସ୍ତକଗୁଡିକୁ ଗ୍ରହଣ କରିବାର ଉତ୍ସାହ ବୃଦ୍ଧି ପାଇଥିବା ଯୋଗୁଁ ପୁସ୍ତକ ଦେବାନେବା କାର୍ଯ୍ୟକୁ ପୁସ୍ତକ ଉପହାର ଉତ୍ସବ ଭାବେ ବିଦ୍ୟାଳୟ ପାଳନ କରିଥିବା ସେ କହିଛନ୍ତି ।

ପିଲାଙ୍କ ମଧ୍ୟରେ ନିଜର ସମ୍ପଦକୁ ଏକ ସାମୁହିକ ଛାତ୍ର ସମାଜର ସମ୍ପଦ ଭାବେ ପରିଗଣିତ କରିବା ସହ ବହି ବାଣ୍ଟିବା ଫଳରେ ନୂତନ ପୁସ୍ତକର ମୁଦ୍ରଣରେ ହ୍ରାସ ଘଟି ଅନେକ ବୃକ୍ଷଙ୍କୁ କଟିଯିବାରୁ ପରୋକ୍ଷ ଭାବେ ରକ୍ଷା କରିଥିବାରୁ ପିଲାଙ୍କ ମଧ୍ୟରେ ନୂତନ ଆନନ୍ଦ ସଂଚରିତ ହୋଇଥିବା ଛାତ୍ରଛାତ୍ରୀ ମତ ପ୍ରକାଶ କରିଛନ୍ତି । ଏହା ସହିତ କୋରାପୁଟ ଭଳି ଅଞ୍ଚଳରେ ଏନସିଇଆରଟି ଦ୍ବାରା ପ୍ରକାଶିତ ପୁସ୍ତକର ଘୋର ଅଭାବ ରହୁଥିବାରୁ ପୁସ୍ତକକୁ ଉପହାର ଭାବେ ଜଣକଠାରୁ ଆଉ ଜଣକ ପାଖକୁ ନେଇ ପିଲାଙ୍କ ସେହି ଆବଶ୍ୟକତାକୁ ମଧ୍ୟ ଅନେକାଂଶରେ ପୂରଣ କରାଯାଇ ପାରୁଥିବା କେନ୍ଦ୍ରୀୟ ବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ ବିଶ୍ୱାଳ ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ପାଠ୍ୟପୁସ୍ତକକୁ ଉପହାର ଭାବେ ବାଣ୍ଟିବାରେ ଆରମ୍ଭ ହୋଇଥିବା ଏହି ପ୍ରୟାସ ଆଗକୁ ପିଲାଙ୍କ ଭିତରେ ନିଜେ ପଢୁଥିବା ଗପ, ଗୀତ ଓ ପ୍ରବନ୍ଧ ଭଳି ପାଠ୍ୟକ୍ରମ ବହିର୍ଭୁତ ପୁସ୍ତକ ମଧ୍ୟ ପରସ୍ପର ମଧ୍ୟରେ ବାଣ୍ଟିବା ଦିଗରେ ପ୍ରୋତ୍ସାହନ ସୃଷ୍ଟି କରିବ ବୋଲି ସେ ଆଶାପୋଷଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.