କୋରାପୁଟ: ମାସକୁ ସର୍ବନିମ୍ନ ୧୦ ଦିନ ଓ ବର୍ଷକୁ ୧୦୦ ଦିନ କାମ ଦାବି କରି କୋରାପୁଟ ଜିଲ୍ଲାର ମନରେଗାରେ କାର୍ଯ୍ୟରତ ଗାଁ ସାଥୀଙ୍କ ଧାରଣା । କୋରାପୁଟ ଡିଆରଡିଏ କାର୍ଯ୍ୟାଳୟରେ ଧାରଣା ଦେଇ ନିଜର ଦାବି ଉପସ୍ଥାପନ କରିଛନ୍ତି ଏମାନେ ।
ପ୍ରକଳ୍ପ ଅଧିକାରୀ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗାଁସାଥୀଙ୍କ ସ୍ଥାନୀୟ ସମସ୍ୟା ପ୍ରତି ଧ୍ୟାନ ଦେବା ପାଇଁ ଲିଖିତ ନିର୍ଦ୍ଦେଶ ଦେବା ପରେ ଗାଁ ସାଥୀ ମିଳିତ କାର୍ଯ୍ୟାନୁଷ୍ଠାନ କମିଟି ତାର ଆନ୍ଦୋଳନକୁ ପ୍ରତ୍ୟାହାର କରିଥିଲା । କିନ୍ତୁ ଆସନ୍ତା ୨୧ ତାରିଖରେ ଭୁବନେଶ୍ବର ଠାରେ ରାଜ୍ୟର ସମସ୍ତ ଗାଁ ସାଥୀଙ୍କ ବିଶାଳ ସମାବେଶ ଅନୁଷ୍ଠିତ କରି ସର୍ବନିମ୍ନ କାର୍ଯ୍ୟ ଦିବସର ଦାବିକୁ ଜୋରଦାର ଭାବେ ଉପସ୍ଥାପନ କରାଯିବ ବୋଲି ସଂଘ ସ୍ପଷ୍ଟ କରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ