ETV Bharat / state

ଗାଁ ଲୋକଙ୍କ ଭରସାରେ ଦିବ୍ୟାଙ୍ଗ ମହିଳା - କୋରାପୁଟ

ମଇନା ମୁୁଦୁଲି, ବୟସ ପାଖାପାଖି 60-70 ହେବ । ଦିବ୍ୟାଙ୍ଗ ମହିଳା ମଇନା । ଗାଁ ଲୋକଙ୍କ ସହାୟତାରେ ବଞ୍ଚିଛନ୍ତି ସେ...

ଡିଜାଇନ ଫଟୋ
author img

By

Published : Jul 14, 2019, 4:31 PM IST

କୋରାପୁଟ: ଦିବ୍ୟାଙ୍ଗ ମଇନା ମୁଦୁଲି, ନା ଦେଖି ପାରୁଛନ୍ତି ନା ଶୁଣିପାରୁଛନ୍ତି । କେବଳ ଭୋକ ଲାଗିଲେ ଦିନ ଆଉ ରାତି ବିଷୟରେ ଅବଗତ ହୁଅନ୍ତି । ଭୋକ ସମୟରେ ଗାଁ ଲୋକ ଦୟାପରବଶ ହୋଇ ଭାତ ଓ ତରକାରୀ ଜରିରେ ଆଣିଦିଅନ୍ତି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, କୋରାପୁଟ

ଗାଁ ଲୋକ ମୁଣ୍ଡ ଗୁଞ୍ଜିବା ପାଇଁ ଛୋଟ ଘର ବଖରାଟିଏ ଯୋଗାଇ ଦେଇଛନ୍ତି । ଭୋକ ହେଲେ ହାତରେ ଜରି ମୁଣାଟିଏ ଧରି ଗାଁ ରାସ୍ତା ଉପରକୁ ଚାଲିଆସନ୍ତି ପରେ କେହି ନା କେହି ଗାଁ ଲୋକ ଖାଇବା ଦେଇ ଯାଆନ୍ତି । ଏହାପରେ ପାଦ ଗଣି ଗଣି ନିଜ ଚାଳଛପର ଘରକୁ ଚାଲିଯାଆନ୍ତି । ଯଦି କେଉଁ ଦିନ ଖାଇବା ମିଳେନି ସେଦିନ ସେ ଗାଁ ସ୍କୁଲକୁ ବାଡି ବୁଲାଇ ବୁଲାଇ ଯାଆନ୍ତି ଓ ସେଠାକାର ଶିକ୍ଷକ ଦେବ ମୁଦୁଲି ପିଲାଙ୍କ ମଧ୍ୟାହ୍ନ ଭୋଜନରୁ କିଛି ମଇନାଙ୍କୁ ଖାଇବାକୁ ଦିଅନ୍ତି ।

ପ୍ରକାଶଥାଉକି, ପ୍ରାୟ 30ବର୍ଷ ପୂର୍ବେ ପତିଙ୍କ ସହ ମଇନା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଞ୍ଚାୟତର ଏକ ଛୋଟ ଗାଁରେ ରହିଆସୁଥିଲେ । ପତି-ପତ୍ନୀ ପରସ୍ପର ସହାୟତାରେ ଚଳିଆସୁଥିଲେ । ମାତ୍ର ପାଞ୍ଚ ବର୍ଷ ତଳେ ସ୍ବାମୀଙ୍କ ମୃତ୍ୟୁପରେ ମଇନାଙ୍କ ଜୀବନ ଦୁର୍ବିସହ ହୋଇପଡିଛି । ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ବାର୍ଦ୍ଧକ୍ୟ ଭତ୍ତା ବା ଦିବ୍ୟାଙ୍ଗ ଭତ୍ତା ମଧ୍ୟରୁ କୌଣସି ସୁବିଧା ମିଳିନଥିବାରୁ ମଇନାଙ୍କ ଜୀବନ ଗାଁ ଲୋକଙ୍କ ଭରସାରେ ଚାଲିଛି । ଯଦି ସରକାରୀ ସହାୟତା କିଛି ମିଳନ୍ତା ତେବେ ମଇନାଙ୍କ ବାକି ଜୀବନ ଭଲର ବିତିପାରନ୍ତା ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

Intro:ମଇନା ମୁଦୁଲି ନା ଦେଖି ପାରୁଛନ୍ତି ନା ଶୁଣି ପାରୁଛନ୍ତି ।କେବଳ ପେଟର ଭୋକ ତାଙ୍କୁ ଦିନ ଆଉ ରାତି ର ସମୟ ଚକ୍ର ସମ୍ପର୍କରେ ଅବଗତ କରାଉଛି । ନିଦ ଭାଙ୍ଗିଲେ ଗାଁ ଲୋକେ ଦୟାପରବଶ ହୋଇ ମୁଣ୍ଡ ଗୁଞ୍ଜିବା ପାଈଁ ଯୋଗାଇଦେଇଥିବା କୋଠରୀ ମଧ୍ୟରୁ ବାହାରିଆସନ୍ତି ମଇନା । Body:ହାତରେ ଜରି ମୁଣାଟିଏ ଧରି ରାସ୍ତା ଉପରକୁ ଚାଲିଆସିବା ପରେ କେହିନା କେହି ଗ୍ରାମବାସୀ ଘରୁ ମୁଠାଏ ଭାତ ଓ ତରକାରୀ ଜରି ମଧ୍ୟରେ ଢାଳି ଦିଅନ୍ତି । ମଇନା କୃତଜ୍ଞତାର ସ୍ପର୍ଶ ଦେଇ ପାଦ ଗଣି ଗଣି ପୁଣିଥରେ ନିଜ ନୀଡ଼ କୁ ଚାଲି ଆସନ୍ତି । ବେଳେବେଳେ ଗ୍ରାମବାସୀଙ୍କ ଠାରୁ କିଛି ନ ପାଇଲେ ବାଡ଼ି ବୁଲାଇ ବୁଲାଇ ଗାଁ ବିଦ୍ୟାଳୟ ଆଡକୁ ଚାଲିଯାନ୍ତି । ସେଠାରେ ପିଲାଙ୍କ ପାଇଁ ରନ୍ଧାଯାଉଥିବା ମଧ୍ୟାହ୍ନ ଭୋଜନରୁ କିଛି ତାଙ୍କୁ ଦେଇଦେଉଥିବା ବିଦ୍ୟାଳୟର ଶିକ୍ଷକ ଦେବ ମୁଦୁଲି ଜଣାଇଛନ୍ତି ।Conclusion:ପ୍ରାୟ ତିରିଶ ବର୍ଷ ପୂର୍ବେ କୋରାପୁଟରୁ ଚାଲିଆସି ମଇନା ଓ ତାଙ୍କ ସ୍ୱାମୀ ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁଜାଙ୍ଗ ପଂଚାୟତର ଏହି ଛୋଟ ଗାଁ ରେ ରହି ଆସୁଥିଲେ ।ନିଃସନ୍ତାନ ଅବସ୍ଥାରେ ପରସ୍ପରକୁ ସହଯୋଗ କରି ଏହି ଦମ୍ପତ୍ତି ଯେଣ ତେଣ ପ୍ରକାରେ ଜୀବନ ବିତାଇ ଦେଉଥିଲେ । କିନ୍ତୁ ପାଞ୍ଚ ବର୍ଷ ପୂର୍ବେ ସ୍ୱାମୀଙ୍କ ମୃତ୍ୟୁ ପରେ ଦୃଷ୍ଟି ଓ ଶ୍ରବଣ ବାଧିତ ମଇନା ପାଇଁ ଜୀବନ ଦୁର୍ବିସହ ହୋଇଉଠିଲା । ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ବାର୍ଦ୍ଧକ୍ୟ ଭତ୍ତା ବା ଦିବ୍ୟାଙ୍ଗ ଭତ୍ତା ମଧ୍ୟରୁ କୌଣସି ସୁବିଧା ମିଳିନଥିବା ଯୋଗୁଁ ଜୀବନଟି ଗାଁ ଲୋକଙ୍କ ଦୟା ଉପରେ ଛାଡ଼ିଦେଇଛନ୍ତି ମଇନା । ମଇନାଙ୍କ ଜୀବନର ଅଖଣ୍ଡ ନୀରବତା ମଧ୍ୟରେ ସରକାରୀ ସହାୟତା ମିଳିଲେ ବାକି ଜୀବନଟି କାଟିବା ସହଜ ହୋଇପାରନ୍ତା ବୋଲି ଗ୍ରାମବାସୀ ଆଶାବାନ୍ଧିଛନ୍ତି ।
.........
Byte : ଲଛନା ବଡନାୟକ , ଗ୍ରାମବାସୀ
Byte : ଦେବ ମୁଦୁଲି , ଶିକ୍ଷକ
P2C : ଶାନ୍ତାକାର
........
ଶାନ୍ତାକାର
କୋରାପୁଟ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.