ETV Bharat / state

ଅଦା ଟ୍ରକରୁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ

author img

By

Published : Jul 17, 2021, 8:02 AM IST

ଅଦା ବୋଝେଇ ଟ୍ରକରେ କୋରାପୁଟ ଜିଲ୍ଲାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ୧ ଟନ ୧ କେଜି ଗଞ୍ଜେଇ ଜବତ କଲା ଜୟପୁର ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ କୋଟିଏ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

୧ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଜୟପୁର ପୋଲିସ

କୋରାପୁଟ: ଜୟପୁର ପୋଲିସକୁ ବଡ ସଫଳତା । ଅଦା ବୋଝେଇ ଟ୍ରକରେ କୋରାପୁଟ ଜିଲ୍ଲାରୁ ବାହାର ରାଜ୍ୟକୁ ଚୋରା ଚାଲାଣ ହେଉଥିବା ୧ ଟନ ୧ କେଜି ଗଞ୍ଜେଇ ଜବତ କଲା ଜୟପୁର ପୋଲିସ । ଜବତ ଗଞ୍ଜଇର ଆନୁମାନିକ ବଜାର ମୂଲ୍ୟ କୋଟିଏ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଜଣାପଡିଛି ।

ଅଦା ବୋଝେଇ ଟ୍ରକରେ ପଞ୍ଜାବକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଜୟପୁର ସଦର ପୋଲିସ ଜୟପୁର ଘାଟି ନିକଟରେ ଚଢାଉ କରିଥିଲା । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ କାବୁ କରିଛି ପୋଲିସ । ଗିରଫ ଅଭିଯୁକ୍ତ ଜଣକ ପଞ୍ଜାବର ଅମିରିନ୍ଦର ସିଂ ଏବଂ ସେ ଗାଡିର ମାଲିକ ତଥା ଡ୍ରାଇଭର ବୋଲି ପୋଲିସ ସୂଚନା ଦେଇଛନ୍ତି ।

ଟ୍ରକ, ମୋବାଇଲ ଓ ଟ୍ରକରେ ଥିବା ୯୩ ପ୍ୟାକେଟ ଅଦାକୁ ମଧ୍ୟ ପୋଲିସ ଜବତ କରିଛି । ଏହି ଗଞ୍ଜେଇ ଚାଲାଣରେ ଅନ୍ୟଜଣେ ସମ୍ପୃକ୍ତ ଥିବାବେଳେ ତାକୁ ମଧ୍ୟ ଅତିଶୀଘ୍ର ଗିରଫ କରାଯିବ ବୋଲି ଜୟପୁର SDPO ଅରୁପ ଅଭିଷେକ ବେହେରା ଜଣାଇଛନ୍ତି ।

କୋରାପୁଟରୁ ସି. ଏଚ୍ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.