ETV Bharat / state

80 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ୨ ଗିରଫ - କୋରାପୁଟ ଗଞ୍ଜେଇ ଚାଲାଣ

ପୋଲିସ ପାଟ୍ରୋଲିଂବେଳେ ଜବତ ହେଲା ଗଞ୍ଜେଇ ବୋଝେଇ କଣ୍ଟେନର । ଗାଡିଟିରେ 80 ଲକ୍ଷ ମୂଲ୍ୟର ଗଞ୍ଜେଇ କରାଯାଉଥିବା ଚାଲାଣ । ଅଧିକ ପଢନ୍ତୁ...

80 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ୨ ଗିରଫ
80 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ୨ ଗିରଫ
author img

By

Published : Jun 5, 2021, 2:01 PM IST

କୋରାପୁଟ: ଜବତ ହେଲା ଗଞ୍ଜେଇ ବୋଝେଇ କଣ୍ଟେନର । କୋରାପୁଟ ନନ୍ଦପୁର ଏସପିଙ୍କ ନେତୃତ୍ବରେ ଦୁଇଟି ଟିମ୍ ଲମତାପୁଟର ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରୁଥିବାବେଳେ ଏହି କଣ୍ଟେନରଟିକୁ ଜବତ କରିଛନ୍ତି । ସେଥିରୁ 830 କେଜି ଓଜନର 31ଟି ଗଞ୍ଜେଇ ବସ୍ତା ମିଳିଛି । ଯାହାର ଆନୁମାନିକ ମୂଲ୍ୟ ପାଖାପାଖି 80 ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି । ଘଟଣାରେ ଉତ୍ତରପ୍ରଦେଶର ସୁନୀଲ ଓ ଅଙ୍କିତ ନାମକ ଦୁଇ ବ୍ୟକ୍ତିଙ୍କୁ ଅଟକ ରଖାଯିବା ସହ ସେମାନଙ୍କ ନିକଟରୁ ଦୁଇଟି ମୋବାଇଲ ଓ 3 ହଜାର 500 ଟଙ୍କା ଜବତ କରିଛି ପୋଲିସ ।

80 ଲକ୍ଷ ମୂଲ୍ୟର ଗଞ୍ଜେଇ ଜବତ, ୨ ଗିରଫ

ସୂଚନାଯୋଗ୍ୟ, କଞ୍ଚଣା ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ସାହୁପୁଟ ଅଞ୍ଚଳରୁ ଏକ କଣ୍ଟେନର ଗାଡି ଦ୍ରୁତଗତିରେ ଆସୁଥିବାର ଦେଖି ପୋଲିସ ତାକୁ ଅଟକ ରଖିଥିଲା । ଏହାପରେ ଗାଡିକୁ ଯାଞ୍ଚ କରାଯିବାରୁ ଏକ ସ୍ବତନ୍ତ୍ର ଚାମ୍ବରରେ ବସ୍ତା ବସ୍ତା ଗଞ୍ଜେଇ ଥିବା ଦେଖିବାକୁ ମିଳିଥିଲା । ଯାହାକୁ ଓଜନ କରିବା ପରେ ଏହା ପ୍ରାୟ 830 କେଜି ହୋଇଥିବା ଜଣାପଡିଥିଲା । ଗାଡିରେ ଥିବା ଦୁଇ ଜଣ ଚାଲାଣକାରୀଙ୍କୁ ଅଟକ ରଖାଯାଇଛି ଏବଂ ଲମତାପୁଟ ଥାନାକୁ କଣ୍ଟେନରକୁ ଅଣାଯାଇଛି । କଣ୍ଟେନରରେ ୩୧ ବସ୍ତା ଗଞ୍ଜେଇ ଭର୍ତ୍ତି କରି ସାହୁପୁଟ ଠାରୁ ସଗର, ଲମତାପୁଟ, ଜୟପୁର ରାସ୍ତା ଦେଇ ଛତିଶଗଡ଼ ବାହାରି ଉତ୍ତରପ୍ରଦେଶକୁ ଗଞ୍ଜେଇ ଚାଲାଣ କରିବାର ଯୋଜନା ରହିଥିବା ନେଇ ପୋଲିସ ପ୍ରକାଶ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ଗଞ୍ଜେଇ ମାଫିଆ ଏଥିରେ ସମ୍ପୃକ୍ତ ରହିଥିବା ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.