ETV Bharat / state

ଜୁଆ ଆଡ୍ଡାରେ ଅତର୍କିତ ଚଢାଉ, 3 ଗିରଫ

ଜୁଆ ଆଡ୍ଡାରେ ପୋଲିସର ଅତର୍କିତ ଚଢାଉ ବେଳେ 3 ଗିରଫ। ଏହାସହ 80 ହଜାର ଟଙ୍କା, 5ଟି ମୋଟର ସାଇକେଲ ଓ ଗୋଟିଏ କାରକୁ ଜବତ କରାଯାଇଛି। ଅଧିକ ଖବର ପଢନ୍ତୁ...

author img

By

Published : Feb 28, 2020, 6:58 PM IST

g_ambling
ଜୁଆ ଆଡ୍ଡାରେ ଅତର୍କିତ ଚଢାଉ,3 ଗିରଫ

କୋରାପୁଟ: ଜୁଆ ଆଡ୍ଡାରେ ଅଚାନକ ଚଢ଼ାଉ । ଜିଲ୍ଲାର ଝଡ଼ିଗୁଡା ଜଙ୍ଗଲ ଭିତରେ ରାଜ କରୁଥିବା ବେଳେ ଅତର୍କିତ ଚଢାଉ କରିଥିଲା କୋରାପୁଟ ସଦର ପୋଲିସ । ତେବେ ଜୁଆ ଆଡ୍ଡାରୁ 3 ଜଣଙ୍କୁ ଗିରଫ କରାଯାଇଛି ।

ଜୁଆ ଆଡ୍ଡାରେ ଅତର୍କିତ ଚଢାଉ,3 ଗିରଫ

ସୂଚନା ଅନୁସାରେ, ଗିରଫ ବ୍ୟକ୍ତିମାନେ ହେଲେ ଜିତେନ୍ଦ୍ର ମିଶ୍ର, ଚାଷୀ ସୁନା ଓ ମାନସ କୁମାର ଶବର । ଏମାନଙ୍କ ପାଖରୁ 80 ହଜାର ଟଙ୍କା, 5 ଟି ମୋଟର ସାଇକେଲ ଓ ଗୋଟିଏ କାରକୁ ଜବତ କରାଯାଇଛି ।

ଏହି ଚଢାଉ ଭୋର 4ଟା ବେଳେ ଜଣେ ଡ଼ିଏସପିଙ୍କ ନେତୃତ୍ବରେ କରାଯାଇଥିଲା । 15 ଜଣ ଘଟଣାସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ ବୋଲି ସଦର ଥାନା ଅଧିକାରୀ ସମର୍ପିତା ସ୍ବାଇଁ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.