ETV Bharat / state

ଅନିଶ୍ଚିତତାରେ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । କୋରାପୁଟର 110 ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇ ନ ଥିବା ଅଭିଯୋଗ । ଅଧିକ ପଢନ୍ତୁ...

author img

By

Published : Jul 1, 2021, 9:08 AM IST

future of 110 students in uncertainty
ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

କୋରାପୁଟ: ସଂକ୍ରମଣ ପାଇଁ ପରୀକ୍ଷା ନ ଦେଇ ଲକ୍ଷାଧିକ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ହେଲେ କୋରାପୁଟ ଜିଲ୍ଲାର 110 ଜଣ ଛାତ୍ରଛାତ୍ରୀଙ୍କ ଫଳାଫଳ ଏପର୍ଯ୍ୟନ୍ତ ବାହାରି ନଥିବା ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଅନିଶ୍ଚିତତାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

କୋରାପୁଟର ବିକାଶ ବିଦ୍ୟାଳୟରେ ଦଶମ ଶ୍ରେଣୀ ପଢି ତିନୋଟି ବ୍ୟାଚ ପିଲା ପୂର୍ବ ବର୍ଷ ଗୁଡିକରେ ମାଧ୍ୟମିକ ବୋର୍ଡର ପତ୍ରଳାପ ମାଧ୍ୟମରେ ବୋର୍ଡ ସହ ଅନୁବନ୍ଧିତ ହୋଇଥିଲେ । ପାଠ ପଢିବା ପରେ ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହୋଇଥିଲେ । ଚଳିତ ବ୍ୟାଚର ପିଲା ମଧ୍ୟ ଅନୁରୂପ ଭାବେ ବୋର୍ଡ ସହିତ ଅନୁବନ୍ଧିତ ହୋଇଥିଲେ । ସେମାନଙ୍କ ଆର୍ଡମିଟ କାର୍ଡର ନମ୍ବର ମଧ୍ୟ ବିଦ୍ୟାଳୟକୁ ଆସିଯାଇଥିଲା । ଗତ କିଛିଦିନ ପୂର୍ବେ ଛାତ୍ରଛାତ୍ରୀଙ୍କୁ 100 ଦିନର କ୍ଳାସ କରାଯାଇ ପ୍ରି ବୋର୍ଡ ପରୀକ୍ଷା ମଧ୍ୟ କରାଯାଇଛି ।

କିନ୍ତୁ ଚଳିତ ବର୍ଷ ଆଦୌ ବୋର୍ଡ ପରୀକ୍ଷା ନହେବା କାରଣରୁ ପିଲାଙ୍କ ନବମ ଶ୍ରେଣୀ ପରୀକ୍ଷାରେ ପାଇଥିବା ମାର୍କକୁ ଆଧାର କରି ଛାତ୍ରଛାତ୍ରୀଙ୍କ ମୂଲ୍ୟାୟନ କରାଯାଇଛି । କିନ୍ତୁ ଚଳିତ ବର୍ଷ ନବମ ଶ୍ରେଣୀ ଖୋଲିବାକୁ ଅନୁମତି ମିଳିଥିବା କାରଣରୁ ବିକାଶ ବିଦ୍ୟାଳୟରେ ପଢ଼ୁଥିବା ପିଲାଙ୍କ ନବମ ଶ୍ରେଣୀର ମାର୍କକୁ ବୋର୍ଡ ଗ୍ରହଣ କରିନଥିବା ସ୍କୁଲ ଅଧ୍ୟକ୍ଷ ଜଣାଇଛନ୍ତି । ବୋର୍ଡ ଯେତେବେଳେ ପରୀକ୍ଷା କରିବ ସେହି ସମୟରେ ପିଲାମାନେ ମଧ୍ୟ ପରୀକ୍ଷା ଦେଇ ଫଳାଫଳ ନେଇପାରିବେ ବୋଲି ବୋର୍ଡ ଜଣାଇଥିବା ସେ କହିଛନ୍ତି ।

ତେବେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାକୁ ଅତି ଆଗ୍ରହର ସହ ଛାତ୍ରଛାତ୍ରୀ ଦେଇଥିଲେ । ବର୍ତ୍ତମାନ ବିଦ୍ୟାଳୟ ଓ ବୋର୍ଡ ମଧ୍ୟରେ ପେଷି ହୋଇଯାଇଥିବା ଛାତ୍ରଛାତ୍ରୀ ଜିଲ୍ଲା ଶିକ୍ଷାଅଧିକାରୀ ରାମଚନ୍ଦ୍ର ନାହାକ ଏହି ମାମଲାର ସମସ୍ତ ଦାୟିତ୍ବ କେବଳ ବୋର୍ଡ ପାଖରେ ରହିଥିବା ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ.ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.