ETV Bharat / state

ସାତ ମାସ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖୋଲିବ କୋର୍ଟ - KORAPUT

ଦୀର୍ଘ ସାତ ମାସର ଆନ୍ଦୋଳନ ପରେ ଆସନ୍ତା ଦଶ ତାରିଖରେ ଖୋଲିବାକୁ ଯାଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର କୋର୍ଟ । ଗତବର୍ଷ ଡ଼ିସେମ୍ବର ମାସ ୬ ତାରିଖରୁ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବନ୍ଦ ହୋଇଥିଲା କୋର୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jul 1, 2019, 8:55 PM IST

କୋରାପୁଟ: ଦୀର୍ଘଦିନର ପ୍ରତିକ୍ଷାର ଅନ୍ତ ଘଟିଛି । ଦୀର୍ଘ ସାତ ମାସର ଆନ୍ଦୋଳନ ପରେ ଆସନ୍ତା ଦଶ ତାରିଖରେ ଖୋଲିବାକୁ ଯାଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର କୋର୍ଟ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଗତବର୍ଷ ଡ଼ିସେମ୍ବର ମାସ ୬ ତାରିଖରୁ କୋରାପୁଟ , ରାୟଗଡ଼ା , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ସମସ୍ତ କୋର୍ଟ ଓକିଲଙ୍କ ଦ୍ଵାରା ବନ୍ଦ କରିଦିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ମହକିଲଙ୍କ ଅସୁବିଧାକୁ ଆଖିରେ ରଖି ଅନେକ ଥର ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ବସିଥିଲେ ହେଁ ସରକାର ସେମାନଙ୍କ ଦାବି ପ୍ରତି ତିଳେ ମାତ୍ର ଭ୍ରୁକ୍ଷେପ କରିନଥିବା ଯୋଗୁଁ ଓକିଲଙ୍କ ଆନ୍ଦୋଳନ ଦିନ ପରେ ଦିନ ଗଡ଼ିଯାଇ ସାତ ମାସରେ ପହଞ୍ଚିଥିଲା । ହେଲେ ଗତକାଲି ଜୟପୁରରେ ଅନୁଷ୍ଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକରେ ଏହି ଆନ୍ଦୋଳନକୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରଖି ୧୦ ତାରିଖରୁ କୋର୍ଟ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି କୋରାପୁଟ ବାର ଆସୋସିଏସନ୍ ର ସଭାପତି ସୁଦର୍ଶନ ଗୌଡ ଜଣାଇଛନ୍ତି ।

ତେବେ ସରକାର ସେମାନଙ୍କ ଦାବି ନଶୁଣିଲେ ସମସ୍ତଙ୍କ ହିତ ପାଇଁ ଉଦ୍ଦିଷ୍ଟ ଏହି ଆନ୍ଦୋଳନ ପୁଣିଥରେ ସକ୍ରିୟ ହେବାର ସମ୍ଭାବନାକୁ ଏଡାଇଦିଆଯାଇ ନପାରେ ବୋଲି ଶ୍ରୀ ଗୌଡ ଜଣାଇଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

କୋରାପୁଟ: ଦୀର୍ଘଦିନର ପ୍ରତିକ୍ଷାର ଅନ୍ତ ଘଟିଛି ।ଦୀର୍ଘ ସାତ ମାସର ଆନ୍ଦୋଳନ ପରେ ଆସନ୍ତା ଦଶ ତାରିଖରେ ଖୋଲିବାକୁ ଯାଉଛି ଅବିଭକ୍ତ କୋରାପୁଟ ଜିଲ୍ଲାର କୋର୍ଟ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି କରି ଗତବର୍ଷ ଡ଼ିସେମ୍ବର ମାସ ୬ ତାରିଖରୁ କୋରାପୁଟ , ରାୟଗଡ଼ା , ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାର ସମସ୍ତ କୋର୍ଟ ଓକିଲଙ୍କ ଦ୍ଵାରା ବନ୍ଦ କରିଦିଆଯାଇଥିଲା । 

ମହକିଲଙ୍କ ଅସୁବିଧାକୁ ଆଖିରେ ରଖି ଅନେକ ଥର ମିଳିତ କ୍ରିୟାନୁଷ୍ଠାନ କମିଟିର ବୈଠକ ବସିଥିଲେ ହେଁ ସରକାର ସେମାନଙ୍କ ଦାବି ପ୍ରତି ତିଳେ ମାତ୍ର ଭ୍ରୁକ୍ଷେପ କରିନଥିବା ଯୋଗୁଁ ଓକିଲଙ୍କ ଆନ୍ଦୋଳନ ଦିନ ପରେ ଦିନ ଗଡ଼ିଯାଇ ସାତ ମାସରେ ପହଞ୍ଚିଥିଲା । ହେଲେ ଗତକାଲି ଜୟପୁରରେ ଅନୁଷ୍ଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ଏକ ଜରୁରୀ ବୈଠକରେ ଏହି ଆନ୍ଦୋଳନକୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରଖି ୧୦  ତାରିଖରୁ କୋର୍ଟ କାର୍ଯ୍ୟକୁ ସ୍ୱାଭାବିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ବୋଲି କୋରାପୁଟ ବାର ଆସୋସିଏସନ୍ ର ସଭାପତି ସୁଦର୍ଶନ ଗୌଡ ଜଣାଇଛନ୍ତି । 

ତେବେ ସରକାର ସେମାନଙ୍କ ଦାବି ନଶୁଣିଲେ ସମସ୍ତଙ୍କ ହିତ ପାଇଁ ଉଦ୍ଦିଷ୍ଟ ଏହି ଆନ୍ଦୋଳନ  ପୁଣିଥରେ ସକ୍ରିୟ ହେବାର  ସମ୍ଭାବନାକୁ ଏଡାଇଦିଆଯାଇ ନପାରେ ବୋଲି ଶ୍ରୀ ଗୌଡ ଜଣାଇଛନ୍ତି ।

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.