ETV Bharat / state

ଦୁଇ ଶିଶୁଙ୍କ ସମେତ 4 କୋରୋନା ସଂକ୍ରମିତ - Four corona positive case in koraput

ଶୁକ୍ରବାର କୋରାପୁଟ ଜିଲ୍ଲାରେ 4ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 2ଜଣ ଶିଶୁ ରହିଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି।

koraput
କୋରୋପୁଟରେ କୋରୋନା ଆକ୍ରାନ୍ତ ବୃଦ୍ଧି
author img

By

Published : Jul 10, 2020, 5:37 PM IST

Updated : Jul 10, 2020, 7:20 PM IST

କୋରାପୁଟ: ଦିନକୁ ଦିନ ରାଜ୍ୟରେ ବେକାବୁ ହେଉଛି କୋରୋନା ମହାମାରୀ । ପ୍ରତିଦିନ ଅଧିକାଂଶ ଜିଲ୍ଲାରେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ବଢି ବଢି ଯାଉଛି । ଶୁକ୍ରବାର କୋରାପୁଟ ଜିଲ୍ଲାରେ 4ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 2ଜଣ ଶିଶୁ ରହିଥିବା ଜିଲ୍ଲାପାଳ ମଧୁସୂଦନ ମିଶ୍ର ଜଣାଇଛନ୍ତି ।

କୋରୋପୁଟରେ କୋରୋନା ଆକ୍ରାନ୍ତ ବୃଦ୍ଧି

ଚିହ୍ନଟ ହୋଇଥିବା କୋରୋା ପଜେଟିଭଙ୍କ ମଧ୍ୟରେ ସୁନାବେଡାର ଜଣେ 12 ଓ 9ବର୍ଷର ଦୁଇଜଣ ଶିଶୁ ଥିବାବେଳେ ବୈପାରିଗୁଡା ଥାନାର ଜନୈକ ପୋଲିସ କର୍ମଚାରୀ ଓ ଡାକ୍ତରଖାନାର ସ୍ବାସ୍ଥ୍ୟକର୍ମୀ ମଧ୍ୟ ସଂକ୍ରମିତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ରାଜ୍ୟର କୋରୋନା ସଂକ୍ରମିତ ବ୍ୟକ୍ତିଙ୍କ ତାଲିକାରେ କୋରାପୁଟରୁ 5ଜଣ ସଂକ୍ରମିତ ହୋଇଥିବା କୁହାଯାଉ ଥିବାବବେଳେ ସେହି 5ମ ବ୍ୟକ୍ତି ଜଣକ ବହୁଦିନ ପୂର୍ବରୁ କୋରାପୁଟରୁ ଭୁବନେଶ୍ବର ଚାଲିଯାଇ ବର୍ତମାନ ଏମ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜିଲ୍ଲାପାଳ ଶ୍ରୀ ମିଶ୍ର ସ୍ପଷ୍ଟ କରିଛନ୍ତି ।

ଏତଦ ବ୍ୟତୀତ ଓଡ଼ିଶାର ଯେଉଁ ଜିଲ୍ଲା ଗୁଡିକରେ 500 ରୁ ଉର୍ଦ୍ଧ୍ବ କୋରୋନା ଆକ୍ଟିଭ କେସ ରହିଥିବେ, ସେସବୁ ଜିଲ୍ଲାକୁ ଯିବା ଓ ଆସିବାରେ କଟକଣା ଲଗାଯିବାକୁ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଜିଲ୍ଲାପାଳ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jul 10, 2020, 7:20 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.