ETV Bharat / state

ଘରୋଇ ଟିଭି ଚ୍ୟାନେଲ ନାଁରେ 11 କୋଟି ମାନହାନି ମକଦ୍ଦମା - କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା

ଘରୋଇ ଟିଭି ଚ୍ୟାନେଲ ନାଁରେ 11 କୋଟି ମାନହାନି ମକଦ୍ଦମା । ମାନହାନି ମକଦ୍ଦମା କରିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା । ମିଥ୍ୟ ଖବର ପ୍ରସାରଣ ଅଭିଯୋଗରେ ଘରୋଇ ଟିଭି ଚ୍ୟାନେଲ ନାମରେ ମାନହାନୀ ମକଦ୍ଦମା କରିଛନ୍ତି କୋରାପୁଟ ପୂର୍ବତନ ଜିଲ୍ଲାପାଳ । ଅଧିକ ପଢନ୍ତୁ

କୋରାପୁଟ ପୂର୍ବତନ ଜିଲ୍ଲାପାଳ
କୋରାପୁଟ ପୂର୍ବତନ ଜିଲ୍ଲାପାଳ
author img

By

Published : Nov 3, 2022, 3:44 PM IST

କୋରାପୁଟ: ଘରୋଇ ଟିଭି ଚ୍ୟାନେଲ ନାଁରେ 11 କୋଟି ଟଙ୍କାର ମାନହାନି ମକଦ୍ଦମା । ମାନହାନି ମକଦ୍ଦମା କରିଛନ୍ତି କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା । ମିଥ୍ୟ ଖବର ପ୍ରସାରଣ ଅଭିଯୋଗରେ ଟିଭି ଚ୍ୟାନେଲ ନାମରେ ମକଦ୍ଦମା କରିଛନ୍ତି କୋରାେପୁଟ ପୂର୍ବତନ ଜିଲ୍ଲାପାଳ । ଏକ ଘରୋଇ ଟିଭି ଚ୍ୟାନେଲରେ କୋରାପୁଟର ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡ଼ା ବ୍ୟାଙ୍କ୍ ରୁ 11 କୋଟି ଋଣ ନେଇ ଠକି ଦେଇଥିବା ଖବର ପ୍ରସାରିତ ହୋଇଥିଲା । ଏହି ମାମଲାରେ ପୋଲିସ ତାଙ୍କୁ ଖୋଜୁଥିବା ବେଳେ ସେ ଫେରାର ଥିବାର ଖବର ମଧ୍ୟ ପ୍ରସାରଣ ହୋଇଥିଲା । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ଜିଲ୍ଲାପାଳ । ମିଥ୍ୟ ଖବର ପ୍ରସାରଣ ଅଭିଯୋଗରେ ଘରୋଇ ଟିଭି ଚ୍ୟାନେଲ ନାମରେ ମାନହାନୀ ମକଦ୍ଦମା କରିଛନ୍ତି ।

ଘରୋଇ ଟିଭି ଚ୍ୟାନେଲ ନାଁରେ 11 କୋଟି ମାନହାନି ମକଦ୍ଦମା

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍ ତରଫରୁ ଗଦାଧର ପରିଡ଼ା ପୁଅଙ୍କୁ ଏକ ବ୍ୟବସାୟ କରିବା ପାଇଁ ଋଣ ଦିଆଯାଇଥିଲା । ସେ ନେଇ ସେମାନଙ୍କ ମଧ୍ୟରେ ମାମଲା ଚାଲିଥିବା ବେଳେ ସେ କୌଣସି ଋଣ ନେଇ ନଥିବା ସ୍ପଷ୍ଟ କରିଛନ୍ତି । ତେଣୁ ଏ ସଂକ୍ରାନ୍ତରେ ପୋଲିସ ତାଙ୍କୁ ଖୋଜୁଥିବା ଓ ସେ ଫେରାର ହୋଇଯାଇଥିବା ଖବରକୁ ସେ ଖଣ୍ଡନ କରିଛନ୍ତି । ଏପରି ଏକ ଭୁଲ ଖବର ପ୍ରସାରଣ କରି ତାଙ୍କୁ ବଦନାମ କରିବାକୁ ପ୍ରୟାସ କରାଯାଉଥିବା କହିଛନ୍ତି । ଏ ନେଇ ସମ୍ପୃକ୍ତ ଘରୋଇ ଟିଭି ଚ୍ୟାନେଲ ବିରୋଧରେ ତାଙ୍କ ପରିବାର ତରଫରୁ 11 କୋଟି ଟଙ୍କାର ମାନହାନି ମକଦ୍ଦମା କରାଯାଇଥିବା ସେ ଜଣାଇଛନ୍ତି ।

ଏହା ବି ପଢନ୍ତୁ...ଦାୟିତ୍ୱ ନେଲେ ସତ୍ୟବ୍ରତ ସାହୁ, ବିଭାଗର ସମସ୍ତ କାର୍ଯ୍ୟ ଓଡିଆ ଭାଷାରେ କରିବାକୁ ଗୁରୁତ୍ୱ

ସେ ଏବଂ ତାଙ୍କ କିଛି ବନ୍ଧୁ ଆମ କୋଟିଆ ଗ୍ରୁପ ମାଧ୍ୟମରେ କୋଟିଆ , ପାଚିପେଣ୍ଟା ଓ ବୋରାମୁଠା ଅଞ୍ଚଳରେ ଆନ୍ଧ୍ର ପ୍ରଦେଶର ଅନଧିକାର ସୀମା ଉଲ୍ଲଂଘନକୁ ନେଇ ବହୁ ପ୍ରାମାଣିକ ତଥ୍ୟ ଉପସ୍ଥାପନ କରି ଆନ୍ଧ୍ର ସରକାରଙ୍କୁ ଅଡ଼ୁଆରେ ପକାଇଛନ୍ତି । ଆନ୍ଧ୍ର ସରକାର ଏହି ଆନ୍ଦୋଳନକୁ ଦବାଇ ଦେବା ପାଇଁ ଏପରି ଏକ ଚକ୍ରାନ୍ତ କରିଥିବା କହିଛନ୍ତି କୋରାପୁଟ ପୂର୍ବତନ ଜିଲ୍ଲାପାଳ ଗଧାଧର ପରିଡ଼ା । ଗତ ସୋମବାର ଦିନ ବ୍ୟାଙ୍କ୍ କର୍ତ୍ତୃପକ୍ଷ କୋରାପୁଟ ନିକଟସ୍ଥ ଡଲିଆମ୍ବ ଠାରେ ଗଦାଧର ପରିଡ଼ାଙ୍କ ପୁଅଙ୍କ ନାଁ ରେ ଥିବା କିଛି ଜମିକୁ ନିଜ ଅକ୍ତିଆରକୁ ନେଇଥିଲେ । ସମ୍ପୃକ୍ତ ଘରୋଇ ଟିଭି ଚ୍ୟାନେଲରେ ଏପରି ଖବର ପ୍ରସାର କରାଯାଇଥିବା ନେଇ ଅଭିଯୋଗ କରିଥିଲେ ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.