ETV Bharat / state

ଶାବର ଶ୍ରୀକ୍ଷେତ୍ରରେ ଖୋଲିଲା ଫୁଡକୋର୍ଟ, ମନ କିଣୁଛି ମାଣ୍ଡିଆ ଇଟଲି, ବରା - koraput jagannath temple

ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀଜଗନ୍ନାଥ ମନ୍ଦିରରେ ନୂଆବର୍ଷ ଭେଟି । ନୂଆ ବର୍ଷ ପାଇଁ ମନ୍ଦିର ପାହାଚ ନିକଟରେ ଖୋଲାହେଲା ଫୁଡ କୋର୍ଟ ‘ସାତ୍ତ୍ବିକ’ । ପରିଚାଳନା ସଂସ୍ଥା ଖୋଲିଥିବା ଏହି ଫୁଡ କୋର୍ଟରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟ ରହିଛି ।

koraput jagannath temple
ଶାବର ଶ୍ରୀକ୍ଷେତ୍ରରେ ନୂଆବର୍ଷ ଭେଟି, ଖୋଲିଲା ପାରମ୍ପରିକ ଖାଦ୍ୟର ଫୁଡ କୋର୍ଟ ‘ସାତ୍ତ୍ବିକ’
author img

By

Published : Jan 1, 2020, 5:53 PM IST

କୋରାପୁଟ: ଶାବର ଶ୍ରୀକ୍ଷେତ୍ର କୋରାପୁଟର ଶ୍ରୀଜଗନ୍ନାଥ ମନ୍ଦିରରେ ନୂଆବର୍ଷ ଭେଟି । ନୂଆ ବର୍ଷ ପାଇଁ ମନ୍ଦିର ପାହାଚ ନିକଟରେ ଖୋଲାହେଲା ଫୁଡ କୋର୍ଟ ‘ସାତ୍ତ୍ବିକ’ । ପରିଚାଳନା ସଂସ୍ଥା ଖୋଲିଥିବା ଏହି ଫୁଡ କୋର୍ଟରେ ମାଣ୍ଡିଆ, ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟ ରହିଛି ।

ଶାବର ଶ୍ରୀକ୍ଷେତ୍ରରେ ନୂଆବର୍ଷ ଭେଟି, ଖୋଲିଲା ପାରମ୍ପରିକ ଖାଦ୍ୟର ଫୁଡ କୋର୍ଟ ‘ସାତ୍ତ୍ବିକ’

ମାଣ୍ଡିଆର ପୁରୀ, ଇଟଲି, ବରା, ପକୁଡି ଓ ରସଗୋଲା ତଥା ସୁଆଁର ଖିରି ଏଠାରେ ସୁଲଭ ମୂଲ୍ୟରେ ମିଳୁଛି । ଯାହା ଭକ୍ତଙ୍କ ନୂଆ ବର୍ଷର ଖୁସିକୁ ଦ୍ବିଗୁଣିତ କରୁଛି । ମାଣ୍ଡିଆ ଜାତୀୟ ଶସ୍ୟରୁ ପ୍ରସ୍ତୁତ ଖାଦ୍ୟ କୋରାପୁଟବାସୀଙ୍କ ପାଇଁ ନୂଆ ହୋଇନଥିବାବେଳେ ଏହା ବାହାରୁ ଆସିଥିବା ପର୍ଯ୍ୟଟକଙ୍କୁ କୋରାପୁଟର ନିଜସ୍ବ ଖାଦ୍ୟ ସମ୍ପର୍କରେ ପରିଚିତ କରାଇପାରିବ ବୋଲି ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥାର ସମ୍ପାଦକ ଗଦାଧର ପରିଡା ଆଶା କରିଛନ୍ତି ।

ସେହିପରି ଲୋକମାନେ ଧିରେ ଧିରେ ଏହି ସବୁ ଖାଦ୍ୟରୁ ଦୂରେଇ ଯାଉଥିବାରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଏହା ଏକ ପ୍ରୟାସ ବୋଲି ମଧ୍ୟ ସେ କହିଛନ୍ତି । ଏହି ଫୁଡ କୋର୍ଟକୁ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦଘାଟନ କରିବା ପରେ ଏଠାରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:ଆଜି ନବବର୍ଷ ରେ ଶାବର ଶ୍ରୀକ୍ଷେତ୍ର କୋରାପୁଟ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା ଆନୁକୂଲ୍ୟରେ ମନ୍ଦିର ପାହାଚ ନିକଟରେ ମାଣ୍ଡିଆ , ସୁଆଁ ଓ କାଙ୍ଗୁ ଭଳି ଲଘୁଜାତ ଶସ୍ୟ ରୁ ପ୍ରସ୍ତୁତ ବିଭିନ୍ନ ସୁଆଦିଆ ଖାଦ୍ୟର ଫୁଡ଼ କୋର୍ଟ ଖୋଲାଯାଇଛି ।Body:ମାଣ୍ଡିଆ ଜାତୀୟ ଶସ୍ୟ ରୁ ପ୍ରସ୍ତୁତ ଖାଦ୍ୟ କୋରାପୁଟ ଅଞ୍ଚଳବାସୀଙ୍କ ପାଈଁ ନୂଆଁ ନୁହେଁ । କିନ୍ତୁ ସରକାରଙ୍କ ନୀତି ଯୋଗୁଁ ଚାଉଳ ଓ ଗହମ ଉପରେ ଅଧିକ ନିର୍ଭରଶୀଳ ହୋଇଉଠିଥିବା କୋରାପୁଟ ବାସୀ ଙ୍କୁ ସେମାନଙ୍କ ଖାଦ୍ୟର ତାଲିକାରେ ପୁଣିଥରେ ମାଣ୍ଡିଆ , ସୁଆଁ , କାଙ୍ଗୁ ଭଳି ସ୍ବାସ୍ଥ୍ୟକର ଶସ୍ୟ କୁ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ଫୁଡ଼ କୋର୍ଟ ପ୍ରେରଣା ଯୋଗାଇଦେଵ । ଏଥି ସହିତ ବାହାର ଅଂଚଳରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏଠାରେ କୋରାପୁଟ ର ନିଜସ୍ୱ ଖାଦ୍ୟ ସହ ପରିଚିତ କରାଇପାରିବ ବୋଲି ଜଗନ୍ନାଥ ମନ୍ଦିରର ସମ୍ପାଦକ ଗଦାଧର ପରିଡା ଆଶାପୋଷଣ କରିଛନ୍ତି । ଜିଲ୍ଲାପାଳ ମଧୁସୂଦନ ମିଶ୍ର ଉଦ୍ଘାଟନ କରିବା ପରେ ନୂତନ ବର୍ଷ ଅବସରରେ ତିନି ଠାକୁରଙ୍କୁ ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କ ପାଇଁ ମାଣ୍ଡିଆର ପୁରୀ ,ଇଟିଲି , ବରା , ପାକୁଡି , ରସଗୋଲା ତଥା ସୁଆଁ ର ଖିରି ସୁଲଭ ମୂଲ୍ୟରେ ବିକ୍ରିହେଉଥିବା ଏହି ସ୍ୱତନ୍ତ୍ର ଫୁଡ଼ କୋର୍ଟ ଏକ ନୂତନ ଆନନ୍ଦ ଆଣିଦେବା ସହିତ ସମସ୍ତଙ୍କ ପାଈଁ ପାରମ୍ପରିକ ଖାଦ୍ୟ ସେବନ କରିବା ଦିଗରେ ଏହା ଏକ ଆକର୍ଷଣର କେନ୍ଦ୍ର ପାଲଟିବାର ସମ୍ଭାବନା ରହିଛି ବୋଲି ଜନମତ ପ୍ରକାଶ ପାଇଛି ।Conclusion:ବାଇଟ : ଗଦାଧର ପରିଡା , ସମ୍ପାଦକ , ଜଗନ୍ନାଥ ମନ୍ଦିର ପରିଚାଳନା ସଂସ୍ଥା , କୋରାପୁଟ
..........
ଶାନ୍ତାକାର
କୋରାପୁଟ
.............
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.