ETV Bharat / state

ଜୁନ୍ ପ୍ରଥମ ସପ୍ତାହରୁ ଜୟପୁରରୁ ଉଡ଼ିବ ବିମାନ

author img

By

Published : Apr 27, 2022, 8:15 AM IST

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ତଥା ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଉଷା ପାଢ଼ୀ ମଙ୍ଗଳବାର କୋରାପୁଟ ଗସ୍ତ କରିଥିଲେ । ଜୟପୁର ବିମାନ ବନ୍ଦରରୁ ଖୁବ୍‌ଶୀଘ୍ର ବିମାନ ଚାଲିବା ନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ । ଅଧିକ ପଢ଼ନ୍ତୁ

ଉଷା ପାଢ଼ୀଙ୍କ ସୂଚନା, ଜୁନ୍ ପ୍ରଥମ ସପ୍ତାହରୁ ଜୟପୁରରୁ ଉଡ଼ିବ ବିମାନ

କୋରାପୁଟ: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ତଥା ଆକାଂକ୍ଷା ଜିଲ୍ଲାର ପ୍ରଭାରୀ ଉଷା ପାଢ଼ୀ ମଙ୍ଗଳବାର କୋରାପୁଟ ଗସ୍ତ କରିଥିଲେ । ଏହି ଅବସରରେ ସେ ନନ୍ଦପୁରଠାରୁ ଆରମ୍ଭ କରି ବୋରିଗୁମ୍ମା ପର୍ଯ୍ୟନ୍ତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଛନ୍ତି । ଏହି ସମୟରେ ବିଭିନ୍ନ ସରକାରୀ ଅଧିକାରୀଙ୍କ ସମେତ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହ ଆଲୋଚନା କରିଛନ୍ତ ଉଷା ପାଢ଼ୀ ।

ଏହି କ୍ରମରେ ଜୟପୁର ବିମାନ ବନ୍ଦରରୁ ଖୁବ୍‌ଶୀଘ୍ର ବିମାନ ଚାଲିବା ନେଇ ସୂଚନା ଦେଇଛନ୍ତି ସେ । ସଠିକ ତାରିଖ କହି ନଥିଲେ ସୁଦ୍ଧା ଜୁନ୍‌ ପ୍ରଥମ ସପ୍ତାହରେ ବିମାନ ସେବା ଆରମ୍ଭ ହେବ କହିଛନ୍ତି । ଏକ 9 ସିଟର ବିମାନ ପ୍ରତିଦିନ ଜୟପୁରଠାରୁ ଭୁବନେଶ୍ବର ଓ ବିଶାଖାପାଟଣାକୁ ସେବା ଯୋଗାଇବ ।

ଇଣ୍ଡିଆ ୱାନ ଏୟାର ନାମକ ଏକ ସଂସ୍ଥା ବିମାନ ସେବା ଯୋଗାଇ ଦେବାକୁ ସ୍ବୀକୃତି ପାଇଛି । ଜୟପୁର ବିମାନ ବନ୍ଦର କେନ୍ଦ୍ର ସରକାରଙ୍କ ଉଡ଼ାନ ଯୋଜନାରେ ଯାତ୍ରୀମାନେ ଜୟପୁରର ବିମାନ ସେବା ପାଇପାରିବେ । ରିହାତି ଦରରେ ସାଧାରଣ ଲୋକଙ୍କୁ ଟିକଟ ଯୋଗାଇ ଦିଆଯିବ । ଟିକଟ ଦର ବର୍ତ୍ତମାନ ସୁଦ୍ଧା ଧାର୍ଯ୍ୟ କରାଯାଇନାହିଁ । ଏହାକୁ ନେଇ ଇଣ୍ଡିଆ ୱାନ ଏୟାର ସିିଇଓ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.