ETV Bharat / state

୨ ବର୍ଷ ପରେ ସ୍କୁଲ ପିଣ୍ଢା ଚଢିଲେ ଛାତ୍ରଛାତ୍ରୀ: ଚନ୍ଦନ-ଫୁଲ ଓ ପାରମ୍ପରିକ ବାଦ୍ୟରେ ସ୍ବାଗତ - ଦୁଇ ବର୍ଷ ପରେ ସ୍କୁଲ ଖୋଳିଲା

ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଖୋଲିଲା ଆଜି । ପିଲାଙ୍କୁ ଚନ୍ଦନ ଓ ଫୁଲ ଦେଇ ସ୍ଵାଗତ କରାଗଲା । କୋଭିଡ ନିୟମ ଅନୁଯାୟୀ ସମସ୍ତ ପରୀକ୍ଷା ନିରୀକ୍ଷା କରି ବିଦ୍ୟାଳୟ ଶ୍ରେଣୀରେ ପ୍ରବେଶ କଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

ଦୁଇ ବର୍ଷ ପରେ  ସ୍କୁଲ ପିଣ୍ଢା ଚଢିଲେ ଛାତ୍ରଛାତ୍ରୀ

author img

By

Published : Feb 28, 2022, 8:12 PM IST

କୋରାପୁଟ : ଦୀର୍ଘ ଦୁଇ ବର୍ଷ ଧରି କୋଭିଡ କଟକଣା ଯୋଗୁଁ ରାଜ୍ୟରେ ବିଦ୍ୟାଳୟ କବାଟ ଛାତ୍ରଛାତ୍ରୀଙ୍କ ପାଇଁ ବନ୍ଦ ରହିଥିଲା । ପୂର୍ବରୁ ଉଚ୍ଚ ବିଦ୍ୟାଳୟ ଖୋଲାଯାଇଥିବାବେଳେ ସରକାରଙ୍କ ନିର୍ଦେଶ କ୍ରମେ ଆଜି ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀ କୋଭିଡ ନିୟମ ପାଳନ କରି ଶ୍ରେଣୀଗୃହରେ ପ୍ରବେଶ କଲେ । ରାଜ୍ୟର ସମସ୍ତ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଖୋଲିଯାଇଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ଦୁଇ ବର୍ଷ ପରେ ସ୍କୁଲ ପିଣ୍ଢା ଚଢିଲେ ଛାତ୍ରଛାତ୍ରୀ

ତେବେ କୋରାପୁଟର ପୂଜାରୀପୁଟ ସରକାରୀ ୟୁପି ସ୍କୁଲ୍ ମୁଖ୍ୟ ଫାଟକରେ ପିଲାଙ୍କୁ କୋଭିଡ ନିୟମ ଅନୁଯାୟୀ ସମସ୍ତ ପରୀକ୍ଷା ନିରୀକ୍ଷା କରି ବିଦ୍ୟାଳୟକୁ ଆସିବା ପାଇଁ ଅନୁମତି ଦିଆଯାଇଥିଲା । ଶିକ୍ଷକ ଶିକ୍ଷୟିତ୍ରୀମାନେ ପିଲାଙ୍କୁ ଚନ୍ଦନ ଓ ଫୁଲ ଦେଇ ସ୍ଵାଗତ କରିଥିବାବେଳେ ବିଦ୍ୟାଳୟର ବଡ଼ ପିଲାମାନେ ପାରମ୍ପରିକ ବାଦ୍ୟ ବଜାଇ ନବାଗତଙ୍କୁ ସ୍ଵାଗତ କରିଥିଲେ । ଆଜିର ପ୍ରସ୍ତୁତିର ସ୍ଥିତିକୁ ପରଖିବା ପାଇଁ ବିଦ୍ୟାଳୟ ପରିଚାଳନା କମିଟିର ଉପ ସଭାପତି ବ୍ୟକ୍ତିଗତ ଭାବେ ଉପସ୍ଥିତ ରହି ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ପାଠପଢ଼ା ସହିତ ପିଲାଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍‌ ସାନ୍ତାକାର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.