ETV Bharat / state

ଚୂଡାନ୍ତ ଭୋଟର ତାଲିକା ପ୍ରକାଶ; ବର୍ଷକରେ କୋରାପୁଟରେ ୨୦,୫୬୩ ନୂଆ ଭୋଟର

author img

By ETV Bharat Odisha Team

Published : Jan 6, 2024, 11:26 AM IST

Final voter list release: ପ୍ରକାଶ ପାଇଛି କୋରାପୁଟ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା । ୫ ଗୋଟି ବିଧାନସଭା କ୍ଷେତ୍ରରେ ମୋଟ ୯୬,୯୦୯୧ ଭୋଟର ଥିବା ସୂଚନା । ଅଧିକ ପଢନ୍ତୁ

final voter list
ଚୂଡାନ୍ତ ଭୋଟର ତାଲିକା ପ୍ରକାଶ
ଚୂଡାନ୍ତ ଭୋଟର ତାଲିକା ପ୍ରକାଶ

କୋରାପୁଟ: ୨୦୨୪ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରକାଶ ପାଇଛି କୋରାପୁଟ ଜିଲ୍ଲାର ଚୂଡାନ୍ତ ଭୋଟର ତାଲିକା । ଜିଲ୍ଲାର ୫ ଗୋଟି ବିଧାନସଭା କ୍ଷେତ୍ରରେ ମୋଟ ୯୬,୯୦୯୧ ଭୋଟର ଥିବା ଜଣାପଡିଛି । ଗତକାଲି(ଶୁକ୍ରବାର) ଉପଜିଲ୍ଲାପାଳ ବେଣୁଧର ଶବର କୋରାପୁଟ, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗୀ ବିଧାନସଭା କ୍ଷେତ୍ର ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି । ଏହି ତିନୋଟି ବିଧାନସଭା କ୍ଷେତ୍ରରେ ୨୦୨୪ ଅନୁସାରେ ଚୂଡାନ୍ତ ଭୋଟର ସଂଖ୍ୟା ୫୪,୮୯୦୦ ରହିଥିବା ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଉପଜିଲ୍ଲାପାଳଙ୍କ ସୂଚନା ମୁତାବକ, ୧୪୪-କୋରାପୁଟ ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟର ସଂଖ୍ୟା ୧୯୦୩୪୧ ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୯୨,୯୨୧ ରହିଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ୯,୭୪୦୮ ରହିଛି ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୧୨ ରହିଥିବା ଜଣାପଡିଛି । ସେହିପରି ୧୪୧-ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟର ସଂଖ୍ୟା ୧,୭୨,୪୮୩ ରହିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୮୧,୭୩୨ ଓ ମହିଳା ଭୋଟରଙ୍କ ସଂଖ୍ୟା ୯୦,୭୩୨ ରହିଛି । ଏଥିସହ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୧୯ ରହିଛି ।

ସେହିପରି ୧୪୫-ପଟ୍ଟାଙ୍ଗୀ ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟର ସଂଖ୍ୟା ୧୮୬,୦୭୬ ରହିଛି । ସେଥିରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୯୦,୧୦୦ ଓ ମହିଳା ଭୋଟରଙ୍କ ସଂଖ୍ୟା ୯୫,୯୭୦ ରହିଛି ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୦୬ ରହିଥିବା ଜଣାପଡିଛି । ତେବେ ଏହି ତିନୋଟି ବିଧାନସଭା କ୍ଷେତ୍ରରେ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ୮,୫୮୦ ରହିଥିବା ବେଳେ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୩୭ ରହିଛି । ଗତ ବର୍ଷକ ମଧ୍ୟରେ ଭୋଟର ସଂଖ୍ୟା ୨୦,୫୬୩ ବୃଦ୍ଧି ପାଇଥିବା ଉପଜିଲ୍ଲାପାଳ ବେଣୁଧର ଶବର କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ- ରାଜ୍ୟରେ ୩.୩୨ କୋଟି ଭୋଟର: ୭.୫୪ ଲକ୍ଷ ଯୁବ, ବଢ଼ିଲା ମହିଳାଙ୍କ ଅନୁପାତ

ଆସନ୍ତା ୯ ତାରିଖରୁ ନିର୍ବାଚନର ନାମାଙ୍କନ ପତ୍ର ଦାଖଲ ପର୍ଯ୍ୟନ୍ତ ଯୋଗ୍ୟ ବିବେଚିତ ଭୋଟରମାନେ ସେମାନଙ୍କର ନାମ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଅନ୍ୟପଟେ ଜୟପୁର ଉପଖଣ୍ଡରେ ୧୪୨- କୋଟପାଡ ଓ ୧୪୩- ଜୟପୁର ବିଧାନସଭା କ୍ଷେତ୍ରର ଚୂଡାନ୍ତ ଭୋଟର ତାଲିକା ଜୟପୁର ଉପଜିଲ୍ଲାପାଳ ପ୍ରଭାତ କୁମାର ପରିଡା ନିଜ କାର୍ଯ୍ୟାଳୟରେ ରାଜନୈତିକ ଦଳର ନେତା ଓ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ପ୍ରକାଶ କରିଛନ୍ତି ।

କୋଟପାଡ ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟରଙ୍କ ସଂଖ୍ୟା ୨,୦୮,୨୮୩ ରହିଥିବା ବେଳେ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୦୧,୦୮୧ ଓ ମହିଳା ଭୋଟରଙ୍କ ସଂଖ୍ୟା ୧,୦୭,୧୯୧ ରହିଛି । ଏଥିସହ ଜୟପୁର ବିଧାନସଭା କ୍ଷେତ୍ରରେ ଚୂଡାନ୍ତ ଭୋଟରଙ୍କ ସଂଖ୍ୟା ୨,୧୧,୯୦୮ ରହିଛି । ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୧,୦୨,୭୭୦ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧,୦୯,୧୦୪ ରହିଛି ଓ ଅନ୍ୟାନ୍ୟ ଭୋଟରଙ୍କ ସଂଖ୍ୟା ୩୪ ରହିଥିବା ଜଣାପଡିଛି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.