ETV Bharat / state

ଆଷାଢ ଯାଇ ଶ୍ରାବଣ ଆସିଲା: ମିଳିଲାନି ଆଳୁ ବିହନ, ଚାଷୀ ହତାଶ

ଆଷାଢ଼ ଯାଇ ଶ୍ରାବଣ ମାସ ଆସିଲାଣି ହେଲେ ଆଳୁ ବିହନ ପାଇ ନାହାନ୍ତି କୋରାପୁଟ ଚାଷୀ । ଯାହାକୁ ନେଇ ହତାଶ ହୋଇପଡ଼ିଛନ୍ତି ଚାଷୀକୂଳ । ଅଧିକ ପଢ଼ନ୍ତୁ

author img

By

Published : Jul 17, 2022, 9:56 AM IST

ଆଳୁ ବିହନ ନପାଇ ଚାଷୀ ହତାଶ
ଆଳୁ ବିହନ ନପାଇ ଚାଷୀ ହତାଶ

କୋରାପୁଟ: ଆଷାଢ଼ ସରି ଶ୍ରାବଣ ମାସ ଆସିଲା । ହେଲେ ଚାଷୀଙ୍କୁ ମିଳିପାରିଲାନି ଆଳୁ ବିହନ । ଯାହାକୁ ନେଇ ହତାଶ ହୋଇଛନ୍ତି କୋରାପୁଟ ଚାଷୀ । ଗତ ବର୍ଷ ଓଡ଼ିଶା ସରକାରଙ୍କ ଉଦ୍ୟାନ ବିଭାଗ ଓ ପୋଟାଟୋ ରିସର୍ଚ୍ଚ ସେଣ୍ଟରର ମିଳିତ ପ୍ରୟାସରେ ଜିଲ୍ଲାରେ ବ୍ୟାପକ ଭାବେ ଚାଷୀ ଆଳୁ ଚାଷ କରି ଲାଭବାନ ହୋଇଥିଲେ । କିନ୍ତୁ ଚଳିତ ବର୍ଷ ସରକାରଙ୍କ ତରଫରୁ ସବସିଡି ଦେଇ ଉନ୍ନତମାନର ବିହନ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ହେଁ ବର୍ତ୍ତମାନ ପର୍ଯ୍ୟନ୍ତ ଗୋଟିଏ ବି ଆଳୁ ବିହନ ପହଞ୍ଚି ପାରିନଥିବା ଉମୁରିର ଚାଷୀ ରାମ ମାଳି କ୍ଷୋଭ ପ୍ରକାଶ କରିଛନ୍ତି ।

ଆଳୁ ବିହନ ନପାଇ ଚାଷୀ ହତାଶ

ଚଳିତ ବର୍ଷ କେବଳ ରାଜ୍ୟର ସିଡ କର୍ପୋରେସନ ତରଫରୁ ଦିଆଯାଉଥିବା ଆଳୁ ବିହନ ଚାଷୀଙ୍କ ପାଖରେ ପହଁଞ୍ଚାଇବାର ଯୋଜନା କରାଯାଇଥିଲେ ହେଁ ନିଗମ ତରଫରୁ ଟେଣ୍ଡର ପାଇଥିବା ବିକ୍ରେତା ଆଣିଥିବା ଦୁଇ ଟ୍ରକ୍ ଭର୍ତ୍ତି ଆଳୁ ନିମ୍ନ ମାନର ବିହନ ହୋଇଥିବା ଯୋଗୁଁ ସେହି ଦୁଇ ଟ୍ରକକୁ ଫେରାଇ ଦିଆଯାଇଥିଲା । ଏନେଇ କୋରାପୁଟ ଉଦ୍ୟାନ ବିଭାଗର ଅତିରିକ୍ତ ଜିଲ୍ଲା ଉଦ୍ୟାନ ଅଧିକାରୀ ରଞ୍ଜନ କୁମାର ପଣ୍ଡା କହିଛନ୍ତି କି, ଦୁଇ ଟ୍ରକ୍ ଭର୍ତ୍ତି ଆଳୁ ବିହନରେ ଆବଶ୍ୟକ ହେଉଥିବା କ୍ୱାଲିଟି ଟ୍ୟାଗ ଲାଗିନଥିବା ଯୋଗୁଁ ସେଗୁଡିକୁ ମଧ୍ୟ ଫେରାଇ ଦିଆଯାଇଥିଲା ।

ସିଡ କର୍ପୋରେସନ ଦ୍ଵାରା ଆଉ ଏକ ଯୋଗାଣକାରୀଙ୍କ ମାଧ୍ୟମରେ ଅତି ଶୀଘ୍ର ଉନ୍ନତ ମାନର ଆଳୁ ବିହନ ପହଞ୍ଚିବ ଏବଂ ଜିଲ୍ଲାରେ 800 ହେକ୍ଟର ଜମିରେ ଆଲୁଚାଷ କରିବାର ଲକ୍ଷ୍ୟକୁ ପୂରଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଆଳୁ ବିହନ ଲଗାଇବା ସମୟ ସରି ଆସୁଥିବା ଯୋଗୁଁ ସରକାର ତତ୍ପରତାର ସହ ଚାଷୀଙ୍କ ପାଖରେ ବିହନ ପହଁଞ୍ଚାଇ ନପାରିଲେ ଜମି ପ୍ରସ୍ତୁତ କରି ସରକାରଙ୍କ ଆଡକୁ ଅନାଇ ବସିଥିବା ଚାଷୀ ହତାଶ ହୋଇପଡିବ ବୋଲି କୃଷିବିତ୍ ଶରତ ପଟ୍ଟନାୟକ ମତ ରଖିଛନ୍ତି ।

ଇଟିଭି ଭାରତ, କୋରାପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.