କୋରାପୁଟ: ସରକାର ଟିଡିସିସି ମାଧ୍ୟମରେ ଜିଲ୍ଲାରେ ମଣ୍ଡୀ ଖୋଲି ଚାଷୀଙ୍କଠାରୁ ମାଣ୍ଡିଆ ସଂଗ୍ରହ କରିଥିଲେ । କିନ୍ତୁ ବିକ୍ରି କରିଥିବାର ତିନି ମାସରୁ ଊର୍ଦ୍ଧ୍ଵ ସମୟ ବିତିଯାଇଥିଲେ ଆଜି ପର୍ଯ୍ୟନ୍ତ ବିକ୍ରି ବୋଇଥିବା ମାଣ୍ଡିଆର ଟଙ୍କା ମିଳିନଥିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏନେଇ ଲମତାପୁଟର ଚାଷୀ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
ଲମତାପୁଟ ବ୍ଲକର 108 ଜଣ ଚାଷୀ ମଣ୍ଡୀ ବନ୍ଦ ହେବାର ନିର୍ଦେଶ ଆସିବାର ବହୁଦିନ ପୂର୍ବରୁ ବିଭିନ୍ନ ମଣ୍ଡୀରେ କ୍ଵିଣ୍ଟାଲ କ୍ବିଣ୍ଟାଲ ମାଣ୍ଡିଆ ବିକ୍ରି କରିସାରିଥିଲେ ହେଁ ଏ ପର୍ଯ୍ୟନ୍ତ ସେମାନଙ୍କ ପ୍ରାପ୍ୟ ପାଇନଥିବା ଚାଷୀ ଅଭିଯୋଗ କରିଛନ୍ତି । ମାଣ୍ଡିଆ ଚାଷକୁ ଜୀବନ ଧାରଣ କରିବାର ଆଧାର କରିଥିବା ଏହି ଚାଷୀମାନଙ୍କ ଦୁଃଖ ତୁରନ୍ତ ଦୂର କରାନଗଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ସେମାନେ ଜଣାଇଛନ୍ତି ।
କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ